NPCILରେ ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ: ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ନ୍ୟୁକ୍ଲିଅର ପାୱାର କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ ଖାଲିପଡିଥିବା ବିଭିନ୍ନ ପଦବୀ ପାଇଁ ଜାରି କରିଛି ବିଜ୍ଞପ୍ତି। ଏହିସବୁ ପଦବୀ ପାଇଁ ଗଲା ୩ ତାରିଖରୁ ଅନ୍‌ଲାଇନ୍‌ ଆବେଦନ ଆରମ୍ଭ ହୋଇସାରିଛି। ଡିସେମ୍ବର ୨୭ ତାରିଖରେ ଆବେଦନର ଶେଷ ତାରିଖ ରହିଛି। ମୋଟ ପଦବୀ-୭୨ ନର୍ସ, ଫାର୍ମାସିଷ୍ଟ ଟେକ୍ନିସିଆନ ଏବଂ ଆସିଷ୍ଟାଣ୍ଟ ସମେତ ୭୨ଟି ପଦବୀ ଖାଲିପଡିଛି। ଶିକ୍ଷାଗତ ଯୋଗ୍ୟତା- ପାରାମେଡିକାଲ ଏବଂ ଟ୍ରେନି ସମେତ ବିଭିନ୍ନ ପଦବୀ […]

NPCIL

Madhupriya Mistry
  • Published: Wednesday, 08 December 2021
  • , Updated: 08 December 2021, 02:52 PM IST

ନୂଆଦିଲ୍ଲୀ: ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ନ୍ୟୁକ୍ଲିଅର ପାୱାର କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ ଖାଲିପଡିଥିବା ବିଭିନ୍ନ ପଦବୀ ପାଇଁ ଜାରି କରିଛି ବିଜ୍ଞପ୍ତି। ଏହିସବୁ ପଦବୀ ପାଇଁ ଗଲା ୩ ତାରିଖରୁ ଅନ୍‌ଲାଇନ୍‌ ଆବେଦନ ଆରମ୍ଭ ହୋଇସାରିଛି। ଡିସେମ୍ବର ୨୭ ତାରିଖରେ ଆବେଦନର ଶେଷ ତାରିଖ ରହିଛି।

ମୋଟ ପଦବୀ-୭୨

ନର୍ସ, ଫାର୍ମାସିଷ୍ଟ ଟେକ୍ନିସିଆନ ଏବଂ ଆସିଷ୍ଟାଣ୍ଟ ସମେତ ୭୨ଟି ପଦବୀ ଖାଲିପଡିଛି।

ଶିକ୍ଷାଗତ ଯୋଗ୍ୟତା- ପାରାମେଡିକାଲ ଏବଂ ଟ୍ରେନି ସମେତ ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଯୋଗ୍ୟତା ମଗାଯାଇଛି। କିଛି ପଦବୀ ପାଇଁ ୧୦ମ ଏବଂ ଯୁକ୍ତ ୨ ପାସ୍‌ ପ୍ରାର୍ଥୀମାନେ ମଧ୍ୟ ଆବେଦନ କରିପାରବେ। ସେହିପରି ଆଉ କିଛି ପଦବୀ ପାଇଁ ଟ୍ରେଡ୍‌ ଏବଂ ଡିପ୍ଲୋମାରେ ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ।

ବୟସ ସୀମା- ସର୍ବନିମ୍ନ ୧୮ରୁ ୩୦ ବର୍ଷ ରହିଛି।

କିଭଳି କରିବେ ଆବେଦନ?

ଏହି ସବୁ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ନ୍ୟୁକ୍ଲିଅର ପାୱାର କର୍ପୋରେସନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ର ଅଫିସିଆଲ ୱେବସାଇଟ୍‌ https://npcilcareers.co.in ଲଗ୍‌ଇନ୍‌ କରିବାକୁ ପଡିବ। ଏହାପରେ ଏଠାରେ ଦିଆଯାଇଥିବା ନୋଟିଫିକେସନ୍‌ରେ ଆବେଦନ ଫର୍ମ ଭରିବା ପାଇଁ ଲିଙ୍କ ପାଇପାରିବେ।

Related story