ଏଣିକି ଓଡ଼ିଆ ଭାଷାରେ ପରୀକ୍ଷା ଓ ସାକ୍ଷାତକାର: ନିୟାମାବଳୀକୁ ଅନୁମୋଦନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଏଣିକି ଓଡ଼ିଆ ଭାଷାରେ ପରୀକ୍ଷା ଓ ସାକ୍ଷାତକାର ଦେବାକୁ ପଡ଼ିବ । ଅବଶ୍ୟ ପରୀକ୍ଷାର୍ଥୀ ଚାହିଁଲେ ଇଂରାଜୀ ଭାଷାକୁ ବିକଳ୍ପ ଭାବେ ଚୟନ କରିପାରିବେ । ପୂର୍ବରୁ କେବଳ ଇଂରାଜୀ ଭାଷାରେ ଉତ୍ତର ଦେବାକୁ ପଡ଼ୁଥିବାବେଳେ ଏବେ ସେହି ପ୍ରାବଧାନକୁ ହଟାଇ ଦିଆଯାଇଛି । ରାଜ୍ୟ କ୍ୟାବିନେଟ୍ ଆଜି ଓଡ଼ିଶା ପ୍ରଶାସନିକ ସେବା(ଓଡ଼ିଆ ଭାଷା ମାଧ୍ୟମରେ ପରୀକ୍ଷା ପଦ୍ଧତି) ନିୟମାବଳୀ-୨୦୨୨ର ପ୍ରଣୟନକୁ ମଞ୍ଜୁରୀ ଦେଇଛନ୍ତି । କ୍ୟାବିନେଟ୍ ନିଷ୍ପତ୍ତି […]

OPSC

OPSC

Ordigital Desk
  • Published: Friday, 30 September 2022
  • Updated: 30 September 2022, 10:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଏଣିକି ଓଡ଼ିଆ ଭାଷାରେ ପରୀକ୍ଷା ଓ ସାକ୍ଷାତକାର ଦେବାକୁ ପଡ଼ିବ । ଅବଶ୍ୟ ପରୀକ୍ଷାର୍ଥୀ ଚାହିଁଲେ ଇଂରାଜୀ ଭାଷାକୁ ବିକଳ୍ପ ଭାବେ ଚୟନ କରିପାରିବେ । ପୂର୍ବରୁ କେବଳ ଇଂରାଜୀ ଭାଷାରେ ଉତ୍ତର ଦେବାକୁ ପଡ଼ୁଥିବାବେଳେ ଏବେ ସେହି ପ୍ରାବଧାନକୁ ହଟାଇ ଦିଆଯାଇଛି । ରାଜ୍ୟ କ୍ୟାବିନେଟ୍ ଆଜି ଓଡ଼ିଶା ପ୍ରଶାସନିକ ସେବା(ଓଡ଼ିଆ ଭାଷା ମାଧ୍ୟମରେ ପରୀକ୍ଷା ପଦ୍ଧତି) ନିୟମାବଳୀ-୨୦୨୨ର ପ୍ରଣୟନକୁ ମଞ୍ଜୁରୀ ଦେଇଛନ୍ତି ।

କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ, ରାଜ୍ୟ ଓ ଜିଲ୍ଲା କ୍ୟାଡ଼ରର ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଚୟନ ପ୍ରକ୍ରିୟା ପଦ୍ଧତି ସମ୍ପୃକ୍ତ ନିଯୁକ୍ତି ନିୟମାବଳୀ ଅନୁଯାୟୀ ପରିଚାଳିତ ହୋଇଥାଏ । ଏବେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ବିଭିନ୍ନ ଚୟନ ପ୍ରକ୍ରିୟା ପରୀକ୍ଷାରେ ଓଡ଼ିଆ ଓ ଇଂରାଜୀ ଭାଷାରେ ପ୍ରଶ୍ନପତ୍ର ପ୍ରସ୍ତୁତି କରିବାର ବ୍ୟବସ୍ଥା ରହିଛି । ପ୍ରଚଳିତ ପଦ୍ଧତି ଅନୁସାରେ ପ୍ରାର୍ଥୀମାନେ କେବଳ ଇଂରାଜୀ ଭାଷାରେ ଉତ୍ତର ଦେଇଥାନ୍ତି । ଯେଉଁଥିରେ ସାକ୍ଷାତକାରର ବ୍ୟବସ୍ଥା ତାହା ମଧ୍ୟ ଇଂରାଜୀ ଭାଷାରେ ହୋଇଥାଏ ।

ଏବେ କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ, ଓଡ଼ିଆ ଭାଷାର ବିକାଶ ପାଇଁ ନିଯୁକ୍ତି ପ୍ରକ୍ରିୟାରେ ଭାଷାଗତ ବିଷୟ ବ୍ୟତୀତ ଅନ୍ୟ ବିଷୟଗୁଡ଼ିକରେ ପ୍ରାର୍ଥୀମାନେ ଓଡ଼ିଆ ଭାଷାରେ ଉତ୍ତର ଲେଖି ପାରିବା ପାଇଁ ଏକ ସାଧାରଣ ନିୟମାବଳୀ ପ୍ରଣୟନ ପାଇଁ ପ୍ରସ୍ତାବ ଦିଆଯାଇଅଛି । ଏବେ ଯେଉଁ ପ୍ରାର୍ଥୀମାନେ ଇଂରାଜୀ ଭାଷାରେ ଉତ୍ତର ଲେଖିବା କିମ୍ବା ଇଣ୍ଟରଭ୍ୟୁ(ସାକ୍ଷାତକାର)ରେ ଭାଗ ନେବାକୁ ଇଚ୍ଛୁକ ହେବେ ସେମାନେ ନିଜର ଆବେଦନପତ୍ରରେ ସେମାନଙ୍କ ବିକଳ୍ପ ଚୟନ କରିପାରିବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos