/odisha-reporter/media/post_attachments/uploads/2022/12/Untitled-1-111.jpg)
Odisha Police
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ପୁଲିସରେ ଖାଲି ପଡ଼ିଥିବା କନେଷ୍ଟବଳ ପଦବୀ ମଧ୍ୟରୁ ୪ଟି ପର୍ଯ୍ୟାୟରେ ୪୭୯୦ଟି କନେଷ୍ଟବଳ ପଦବୀ ପୂରଣ ପାଇଁ ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଏହି ନିର୍ଦ୍ଦେଶନାମା ଜାରି କରିବା ସହ ଖାଲିଥିବା ପଦବୀ ପୂରଣ କରିବାକୁ ପ୍ରକ୍ରିୟା ଆରମ୍ଭ ନିମନ୍ତେ ପରାମର୍ଶ ଦେଇଛନ୍ତି ।
Advertisment
ରାଜ୍ୟର ୩୪ଟି ପୁଲିସ ଜିଲ୍ଲା ଓ କମିଶନରେଟ ପୁଲିସରେ ଏହି ନୂଆ କନେଷ୍ଟବଳଙ୍କୁ ନିଯୁକ୍ତି ଦିଆଯିବ । ଏହା ଦ୍ୱାରା ବିଭିନ୍ନ ଜିଲ୍ଲା ତଥା ଥାନାଗୁଡ଼ିକରେ ଖାଲିଥିବା କନେଷ୍ଟବଳ ପଦବୀଗୁଡ଼ିକ ପୂରଣ ହୋଇପାରିବ । ଏହା ମଧ୍ୟ ଆଇନଶୃଙ୍ଖଳା ରକ୍ଷା ଦିଗରେ ପୁଲିସର ସାର୍ମଥ୍ୟ ବୃଦ୍ଧିରେ ସହାୟକ ହେବ । ସରକାରୀସ୍ତରରେ ଏତେ ସଂଖ୍ୟକ ନିଯୁକ୍ତି ଚାକିରି ଆଶାୟୀ ପିଲାଙ୍କ ପାଇଁ ଏକ ସୁଯୋଗ ମଧ୍ୟ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
