Advertisment

ଖାଲି ପଡ଼ିଛି ୧୧୩୫ଟି ଅମିନ ପଦବୀ, ନିଯୁକ୍ତି ପାଇଁ ଖୁବଶୀଘ୍ର ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ମୋଟ ୨୩୬୬ଟି ଅମିନ ପଦବୀ ଥିବାବେଳେ ସେଥିରୁ ୧୧୩୫ଟି ପଦବୀ ଖାଲି ପଡ଼ିଛି। ଆଉ ଏଥିରୁ ୫୩୮ଟି ଅମିନ ପଦବୀ ପୂରଣ ନିମନ୍ତେ ଖୁବଶୀଘ୍ର ବିଜ୍ଞପ୍ତି ଜାରି ହେବ। ଆଜି ବିଧାନସଭାରେ ଏ ସମ୍ପର୍କରେ ଲିଖିତ ସୂଚନା ଦେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି ଯେ, ଏବେ ରାଜ୍ୟରେ ମୋଟ ୧୧୩୫ଟି ଅମିନ ପଦବୀ ଖାଲି ପଡ଼ିଛି। ୧୨୩୧ଜଣ ଅମିନ କାର୍ଯ୍ୟରତ ଅଛନ୍ତି। ଖାଲିଥିବା ୧୧୩୫ଟି ଅମିନ […]

ଖାଲି ପଡ଼ିଛି ୧୧୩୫ଟି ଅମିନ ପଦବୀ, ନିଯୁକ୍ତି ପାଇଁ ଖୁବଶୀଘ୍ର ବିଜ୍ଞପ୍ତି

officers-appointed-as-head-of-urban-bodies-as-their-term-expires-today

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ମୋଟ ୨୩୬୬ଟି ଅମିନ ପଦବୀ ଥିବାବେଳେ ସେଥିରୁ ୧୧୩୫ଟି ପଦବୀ ଖାଲି ପଡ଼ିଛି। ଆଉ ଏଥିରୁ ୫୩୮ଟି ଅମିନ ପଦବୀ ପୂରଣ ନିମନ୍ତେ ଖୁବଶୀଘ୍ର ବିଜ୍ଞପ୍ତି ଜାରି ହେବ।

Advertisment

ଆଜି ବିଧାନସଭାରେ ଏ ସମ୍ପର୍କରେ ଲିଖିତ ସୂଚନା ଦେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି ଯେ, ଏବେ ରାଜ୍ୟରେ ମୋଟ ୧୧୩୫ଟି ଅମିନ ପଦବୀ ଖାଲି ପଡ଼ିଛି। ୧୨୩୧ଜଣ ଅମିନ କାର୍ଯ୍ୟରତ ଅଛନ୍ତି। ଖାଲିଥିବା ୧୧୩୫ଟି ଅମିନ ପଦବୀ ମଧ୍ୟରୁ ୫୩୮ଟି ଅମିନ ପଦବୀ ପୂରଣ ପାଇଁ ଓଡ଼ିଶା ସବଅଡିନେଟ୍ ଷ୍ଟାଫ ସିଲେକ୍ସନ କମିଶନଙ୍କ ଦ୍ୱାରା ଖୁବଶୀଘ୍ର ବିଜ୍ଞାପନ ପ୍ରକାଶ ପାଇବାକୁ ଯାଉଛି। ଅବଶିଷ୍ଟ ଖାଲିଥିବା ଅମିନ ପଦବୀଗୁଡ଼ିକୁ ଚୟନ ପ୍ରକ୍ରିୟା ଭିତ୍ତିରେ ପୂରଣ କରିବା ନିମନ୍ତେ କ୍ଷମତାପ୍ରାପ୍ତ କମିଟିର ଅନୁମୋଦନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ବୋଲି ମନ୍ତ୍ରୀ ଶ୍ରୀ ମାର୍ଣ୍ଡି କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe