Advertisment

SSBରେ ଚାକିରି ସୁଯୋଗ, ମାସକୁ ଲକ୍ଷେ ଉପରେ ଦରମା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ଉଚ୍ଚଶିକ୍ଷା ବିଭାଗରେ ଚାକିରି କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ପାଇଁ ଖୁସିଖବର। ରାଜ୍ୟରେ ଅଣ-ସରକାରୀ ସହାୟକ ମହାବିଦ୍ୟାଳୟଗୁଡ଼ିକର ବିଭିନ୍ନ ବିଭାଗରେ ଖାଲିଡପିଥିବା ୪୭୬ଟି ଅଧ୍ୟାପକଙ୍କ ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଷ୍ଟେଟ୍‌ ସିଲେକ୍‌ସନ୍‌ ବୋର୍ଡ (SSB) ଦ୍ୱାରା ଏହି ନିଯୁକ୍ତି କରାଯିବ। Odisha Lecturer Recruitment 2022 ପୋଷ୍ଟ ପାଇଁ ଆଶାୟୀ ପ୍ରାର୍ଥୀମାନେ SSBର ଅଫିସିଆଲ୍‌ ୱେବ୍‌ସାଇଟ୍‌ରେ ଆବେଦନ କରିପାରିବେ। ମୋଟ ପଦବୀ-୪୭୬ […]

ଅଦ୍ୟତନ ହୋଇଛି
SSBରେ ଚାକିରି ସୁଯୋଗ, ମାସକୁ ଲକ୍ଷେ ଉପରେ ଦରମା

SSB Teacher

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ଉଚ୍ଚଶିକ୍ଷା ବିଭାଗରେ ଚାକିରି କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ପାଇଁ ଖୁସିଖବର। ରାଜ୍ୟରେ ଅଣ-ସରକାରୀ ସହାୟକ ମହାବିଦ୍ୟାଳୟଗୁଡ଼ିକର ବିଭିନ୍ନ ବିଭାଗରେ ଖାଲିଡପିଥିବା ୪୭୬ଟି ଅଧ୍ୟାପକଙ୍କ ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଷ୍ଟେଟ୍‌ ସିଲେକ୍‌ସନ୍‌ ବୋର୍ଡ (SSB) ଦ୍ୱାରା ଏହି ନିଯୁକ୍ତି କରାଯିବ। Odisha Lecturer Recruitment 2022 ପୋଷ୍ଟ ପାଇଁ ଆଶାୟୀ ପ୍ରାର୍ଥୀମାନେ SSBର ଅଫିସିଆଲ୍‌ ୱେବ୍‌ସାଇଟ୍‌ରେ ଆବେଦନ କରିପାରିବେ।

Advertisment

ମୋଟ ପଦବୀ-୪୭୬

ଓଡ଼ିଆ ଅଧ୍ୟାପକ-୨୭୮

ଇତିହାସ ଅଧ୍ୟାପକ-୧୮୨

ହିନ୍ଦୀ ଅଧ୍ୟାପକ-୧୬

ଶିକ୍ଷାଗତ ଯୋଗ୍ୟତା: ଇଚ୍ଛୁକ ପ୍ରାର୍ଥୀ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସମ୍ପୃକ୍ତ ବିଷୟ ଉପରେ ମାଷ୍ଟର ଡିଗ୍ରୀ ହାସଲ କରିଥିବା ଉଚିତ୍। ଏଥିସହ ଅତି କମରେ ୫୫% ମାର୍କ କିମ୍ବା ଏହାର ସମାନ ଗ୍ରେଡ୍ ହାସଲ କରିଥିବା ଆବଶ୍ୟକତ। ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, SEBC / PwD କ୍ୟାଟେଗୋରୀର ପ୍ରାର୍ଥୀ ଅତି କମରେ ୫୦% ମାର୍କ କିମ୍ବା ଏହାର ସମାନ ଗ୍ରେଡ୍ ସହିତ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ହାସଲ କରିଥିବା ଉଚିତ।

ବୟସ ସୀମା:୨୧ରୁ  ୪୨ ବର୍ଷ ମଧ୍ୟରେ ହୋଇଥିବା ଉଚିତ। ତେବେ ସଂରକ୍ଷଣ ପ୍ରାର୍ଥୀଙ୍କ ପାଇଁ ବୟସ ସୀମାରେ କୋହଳ ରହିଛି।

Advertisment

ମାସିକ ଦରମା: ଓଆର୍‌ଏସ୍‌ପି ନିୟମ ଅନୁସାରେ ଓ ପେ' ସ୍କେଲ୍‌-୧୦ ଅନୁଯାୟୀ ୪୪,୯୦୦ରୁ ୧,୪୨,୪୦୦ ଟଙ୍କା ପର୍ଯ୍ୟନ୍ତ ମାସିକ ଦରମା ରହିଛି।

କିଭଳି ହେବ ନିଯୁକ୍ତି?

ଲିଖିତ ପରୀକ୍ଷା, କ୍ୟାରିୟର ମୂଲ୍ୟାଙ୍କନ ଏବଂ ଭାଇବା ଆଧାରରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ।

କିଭଳି କରିବେ ଆବେଦନ?

ଆଶାୟୀ ପ୍ରାର୍ଥୀମାନେ  www.ssbodisha.ac.in  ୱେବ୍‌ସାଇଟ୍‌ ମାଧ୍ୟମରେ ଏପ୍ରିଲ ୧୩ ତାରିଖରୁ ଅନ୍‌ଲାଇନ୍‌ ଆବେଦନ ଫର୍ମ ଦାଖଲ କରିପାରିବେ । ଅଫ୍‌ଲାଇନ୍‌ କିମ୍ୱା ଅନ୍ୟ କୌଣସି ମାଧ୍ୟମରେ ଆବେଦନ କରିହେବ ନାହିଁ । ମେ' ୧୨ ଆବେଦର ଶେଷ ତାରିଖ ରହିଛି।

ଆବେଦଦ ଫି': ସାଧାରଣ ବର୍ଗଙ୍କ ପାଇଁ - ୫୦୦ ଟଙ୍କା। SC / ST / OBC / PWD ପାଇଁ ୨୦୦ ଟଙ୍କା ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe