OJEE ପରୀକ୍ଷା: ଟପ୍ପର ତାଲିକାରେ ୨୨ଜଣ, ୫ ଝିଅ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ୨୦୨୧-୨୨ ଶିକ୍ଷାବର୍ଷ ନିମନ୍ତେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ କଲେଜ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକରେ ପ୍ରଚଳିତ ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ନିମନ୍ତେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପରୀକ୍ଷାରେ ୨୨ଜଣ ଟପ୍ପର ଥିବାବେଳେ ସେମାନଙ୍କ ମଧ୍ୟରେ ୫ଜଣ ଝିଅ ରହିଛନ୍ତି। ପ୍ରକାଶିତ ଓଜେଇଇ ପରୀକ୍ଷା ଫଳାଫଳ ଅନୁସାରେ , ବି-ଫର୍ମାରେ ଲକ୍ଷ୍ମପ୍ରିୟା ସେନାପତି, ଏଲ ଟେକ୍‌(ଡିପ୍ଲୋମା)ରେ ପିଙ୍କିରାଣୀ ସାହୁ, […]

ojee

Ordigital Desk
  • Published: Wednesday, 29 September 2021
  • , Updated: 29 September 2021, 10:00 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ୨୦୨୧-୨୨ ଶିକ୍ଷାବର୍ଷ ନିମନ୍ତେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ କଲେଜ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକରେ ପ୍ରଚଳିତ ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ନିମନ୍ତେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପରୀକ୍ଷାରେ ୨୨ଜଣ ଟପ୍ପର ଥିବାବେଳେ ସେମାନଙ୍କ ମଧ୍ୟରେ ୫ଜଣ ଝିଅ ରହିଛନ୍ତି।

ପ୍ରକାଶିତ ଓଜେଇଇ ପରୀକ୍ଷା ଫଳାଫଳ ଅନୁସାରେ , ବି-ଫର୍ମାରେ ଲକ୍ଷ୍ମପ୍ରିୟା ସେନାପତି, ଏଲ ଟେକ୍‌(ଡିପ୍ଲୋମା)ରେ ପିଙ୍କିରାଣୀ ସାହୁ, ଏଲ ଟେକ(ବିଏସସି) ଦୀପକ ସ, ବି ଟେକ(ସ୍ପେଶଲ) ପୀୟଉଷ ଚାନ୍ଦୁକା, ଏମବିଏ- ଆଶୁତୋଷ ରଥ, ଏମସିଏ-ନିଶିକାନ୍ତ ପରିଡ଼ା, ଇଣ୍ଟିଗ୍ରେଟେଡ୍ ଏମବିଏମ- ରୁଦ୍ରପ୍ରତାପ ରଥ, ଏମ ଫାର୍ମା- କେ.ସଞ୍ଜନ ସୁବଦ୍ଧି, ଏମ-ଆର୍କ ପ୍ରଣବ ଚନ୍ଦ୍ର ବିନ୍ଧାଣୀ, ଏମ ପ୍ଲାନ ବିଶ୍ୱଜିତ୍ ସ୍ୱାଇଁଙ୍କ ସମେତ ଏମଟେକର ବିଭିନ୍ନ ପାଠ୍ୟକ୍ରମରେ ଯଥା ସିଭିଲ ଇଞ୍ଜିନିୟର-ସୌମ୍ୟା ସାହୁ, ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ- ସତ୍ୟବ୍ରତ ସାହୁ, ମେକାନିକାଲ ଇଞ୍ଜିନିୟରିଂ-ମଳୟ କୁମାର ଓଝା, କମ୍ପ୍ୟୁଟର ସାଇନ୍ସ/ଆଇଟି- ସୌମ୍ୟ ସଙ୍କେତ ପାତ୍ର, ଇଲେକ୍ଟ୍ରେିାନିକ୍ସ ଆଣ୍ଡ କର୍ମସିଆଲ ଇଞ୍ଜିନିୟରିଂରେ ଦୀପକ କୁମାର ପୃଷ୍ଟି, କେମିକାଲ ଇଞ୍ଜନିୟରିଂରେ ସମ୍ବିତ ନାୟକ, ମେଟାର୍ଲୁଜିକାଲ ଇଞ୍ଜନିୟରିଂରେ ସମ୍ବିତ କୁମାର ସାହୁ, ପରିବେଶ ଇଞ୍ଜନିୟରିଂରେ ଅମିତ୍ କର, ବାୟୋଟେକ୍ନୋଲୋଜିରେ ସସ୍ମିତା ପତି, ପ୍ଲାଷ୍ଟିକ ଇଞ୍ଜନିୟରିଂରେ ସାଇସ୍ୱପ୍ନା ରାଉତରାୟ ଓ ଟେକ୍ସଟାଇଲ ଇଞ୍ଜିନିୟରିଂରେ ଅଜିତ୍ କୁମାର ସାହୁ ଟପ୍ପର ହୋଇଛନ୍ତି।

ଆଜି ଏହି ଫଳାଫଳ ସମ୍ପର୍କରେ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ବିଭାଗୀୟ ସଚିବ ହେମନ୍ତ ଶର୍ମା, ଓଜେଇଇ ଅଧ୍ୟକ୍ଷ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସୂଚନା ଦେବା ସହ ଫଳାଫଳ ପୁସ୍ତିକାକୁ ମନ୍ତ୍ରୀ ଉନ୍ମୋଚନ କରିଥିଲେ।

ତଥ୍ୟ ଅନୁସାରେ ମୋଟ ୬୫୭୬୩ଜଣ ପରୀକ୍ଷାର୍ଥୀ ପଞ୍ଜିକୃତ ହୋଇଥିବାବେଳେ ୪୯୩୬୦ଜଣ ପରୀକ୍ଷା(୭୫%) ଦେଇଥିଲେ । ସେମାନଙ୍କ ମଧ୍ୟରୁ ୪୯,୨୭୯ଜଣ ପରୀକ୍ଷାର୍ଥୀଙ୍କୁ ବିଭିନ୍ନ ର‌୍ୟାଙ୍କ ମିଳିବ । କୋଭିଡ୍ ଗାଇଡଲାଇନ୍ ମଧ୍ୟରେ ସେପ୍ଟେମ୍ବର ୧ରୁ ୧୮ତାରିଖ ମଧ୍ୟରେ ଏହି ଓଜେଇଇ ପ୍ରବେଶିକା ପରୀକ୍ଷା ରାଜ୍ୟର ସମସ୍ତ ୩୦ଟି ଜିଲ୍ଲା ସମେତ ରାଜ୍ୟ ବାହାରର ୩ଟି ସହରରେ ଅନୁଷ୍ଠିତ ହୋଇଥିଲା।

Related story