Entrance Exam
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ପ୍ରକାଶ ପାଇବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା OJEE-୨୨ର ଫଳ। ଦିନ ସାଢ଼େ ୧୧ଟାରେ ରେଜଲ୍ଟ ପ୍ରକାଶ କରାଯିବ।
ମିଳିଥିବା ସୂଚନା ଅନୁଯାୟୀ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ରେଜଲ୍ଟ ଘୋଷଣା କରିବେ। ଓଜେଇଇ ଦେଇଥିବା ଛାତ୍ରଛାତ୍ରୀମାନେ ojee.nic.in. ରେ ସେମାନଙ୍କ ରେଜଲ୍ଟ ଦେଖିପାରିବେ।
ସୂଚନାଯୋଗ୍ୟ, ୫୭,୯୧୮ ଜଣ ଛାତ୍ରଛାତ୍ରୀ ଏଥର ଓଜେଇଇ ଦେଇଥିଲେ, ଯାହା ଜୁଲାଇ ୪ ତାରିଖରୁ ଆରମ୍ଭ ହୋଇଥିଲା। ଏହି ପରୀକ୍ଷା ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ରାଜ୍ୟର ୩୦ଟି ଜିଲ୍ଲା ୬୧ଟି କେନ୍ଦ୍ରରେ ଏହି ପରୀକ୍ଷା କରାଯାଇଥିଲା। ଏହାବାଦ୍ କୋଲକାତା, ରାଞ୍ଚି ଓ ପାଟଣାରେ ଗୋଟିଏ ଲେଖାଏଁ ପରୀକ୍ଷା କେନ୍ଦ୍ର କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/12/exam.jpg)