ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ୱାରା ପରିଚାଳିତ ଓଡ଼ିଶା ନ୍ୟାୟିକ ସେବା (ଓଜେଏସ) ପ୍ରିଲିମନାରୀ ପରୀକ୍ଷା ଆସନ୍ତା ମାର୍ଚ୍ଚ ୨୭ତାରିଖରେ ଅନୁଷ୍ଠିତ ହେବ । ୫୩ଟି ସିଭିଲ ଜଜ୍ ପଦବୀ ନିମନ୍ତେ ଏହି ପରୀକ୍ଷା ହେବ। ଏନେଇ ଆଜି ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସୂଚନା ଅନୁସାରେ, ସିଭିଲ୍ ଜଜ୍ ପଦବୀ ନିମନ୍ତେ ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ଆସନ୍ତା ମାର୍ଚ୍ଚ ୨୭ତାରିଖରେ ପ୍ରିଲିମନାରୀ ପରୀକ୍ଷା ହେବ । ଏହି ପରୀକ୍ଷା ସାଧାରଣ ପ୍ରାର୍ଥୀଙ୍କ ନିମନ୍ତେ ଦେଢ଼ ଘଣ୍ଟା ଓ ଭିନ୍ନକ୍ଷମ ପ୍ରାର୍ଥୀଙ୍କ ପାଇଁ ୨ଘଣ୍ଟା ହେବ ।
ଏହି ପରୀକ୍ଷା ମାର୍ଚ୍ଚ ୨୭ତାରିଖ ରବିବାର ସକାଳ ୧୦ଟାରୁ ସାଢ଼େ ୧୧ଟା ଏବଂ ଭିନ୍ନକ୍ଷମ ପ୍ରାର୍ଥୀଙ୍କ ନିମନ୍ତେ ଦିନ ୧୨ଟା ପର୍ଯ୍ୟନ୍ତ ହେବ । ଏହି ୫୩ଟି ସିଭିଲ ଜଜ୍ ପଦବୀ ନିମନ୍ତେ ଶିକ୍ଷାଗତ ଯୋଗ୍ୟ ଆଇନରେ ସ୍ନାତକ ଡିଗ୍ରୀ ଜରୁରୀ ହୋଇଥିବାବେଳେ ଡିସେମ୍ବର ୨୧ରୁ ଜାନୁୟାରୀ ୨୦ତାରିଖ ପର୍ଯ୍ୟନ୍ତ ଏନେଇ ଆବେଦନ ସ୍ୱୀକାର କରାଯାଇଥିଲା ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Jobs
ରେଲୱେ ଚାକିରି ପାଇଁ ଚାଲିଛି ଆବେଦନ, ଦଶମ ପାସ୍ କରିଥିଲେ ନେଇପାରିବେ ସୁଯୋଗ
ଅଫିସିଆଲ୍ ୱେବ୍ସାଇଟ୍ actappt.rrcrail.in ମାଧ୍ୟମରେ ଆବେଦନ କରିପାରିବେ।
Jobs
ନିଯୁକ୍ତି ପତ୍ର ମିଳିଲା ହେଲେ ହେଉନି ପୋଷ୍ଟିଂ
ନିଯୁକ୍ତିପତ୍ର ପାଇଲେ ହେଲେ ଚାକିରିରେ ଯୋଗ ଦେଇପାରୁନାହାନ୍ତି ଶହ ଶହ ଚାକିରି ଆଶାୟୀ ।
Jobs
୪୭୬ ଅଧିକାରୀ ଓ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ଗ୍ରୁପ-ଏ ବର୍ଗର ୯୮ ଜଣ ଅଧିକାରୀ, ଗ୍ରୁପ-ବି ବର୍ଗର ୧୩୦ ଜଣ ଅଧିକାରୀ ଏବଂ ଗ୍ରୁପ-ସି ବର୍ଗର ୨୪୮ ଜଣ କର୍ମଚାରୀ ଅଛନ୍ତି।
Jobs
ଦଶମ ପାସ୍ କରିଥିଲେ ରେଲୱେ ଚାକିରି, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ
ଏହି ନିଯୁକ୍ତି ମାଧ୍ୟମରେ ୩ ହଜାରରୁ ଅଧିକ ପଦବୀ ପୂରଣ ହେବ।
Jobs
ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃନିଯୁକ୍ତି ଉପରେ ଅଙ୍କୁଶ: ବିଜେଡି ସରକାରଙ୍କ ନିଷ୍ପତ୍ତି ରଦ୍ଦ, କଡ଼ା ଆଭିମୁଖ୍ୟ ଦେଖାଇଲେ ମୋହନ
ଯଦି କୌଣସି ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃନିଯୁକ୍ତି ଜରୁରୀ ହୁଏ ତା’ହେଲେ ଖୋଲା ବିଜ୍ଞାପନ କିମ୍ବା ସରକାରଙ୍କ ଦ୍ୱାରା ସ୍ଥିର କରାଯାଉଥିବା ପଦ୍ଧତି ଦ୍ୱାରା ବ୍ୟକ୍ତି ଚୟନ କରାଯିବ ।