ମାର୍ଚ୍ଚ ୨୭ରେ ଓଜେଏସ୍ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ୱାରା ପରିଚାଳିତ ଓଡ଼ିଶା ନ୍ୟାୟିକ ସେବା (ଓଜେଏସ) ପ୍ରିଲିମନାରୀ ପରୀକ୍ଷା ଆସନ୍ତା ମାର୍ଚ୍ଚ ୨୭ତାରିଖରେ ଅନୁଷ୍ଠିତ ହେବ । ୫୩ଟି ସିଭିଲ ଜଜ୍ ପଦବୀ ନିମନ୍ତେ ଏହି ପରୀକ୍ଷା ହେବ। ଏନେଇ ଆଜି ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନା ଅନୁସାରେ, ସିଭିଲ୍ ଜଜ୍ ପଦବୀ ନିମନ୍ତେ ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ଆସନ୍ତା ମାର୍ଚ୍ଚ ୨୭ତାରିଖରେ ପ୍ରିଲିମନାରୀ ପରୀକ୍ଷା ହେବ । […]

ojs

Ordigital Desk
  • Published: Wednesday, 23 February 2022
  • , Updated: 23 February 2022, 09:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ୱାରା ପରିଚାଳିତ ଓଡ଼ିଶା ନ୍ୟାୟିକ ସେବା (ଓଜେଏସ) ପ୍ରିଲିମନାରୀ ପରୀକ୍ଷା ଆସନ୍ତା ମାର୍ଚ୍ଚ ୨୭ତାରିଖରେ ଅନୁଷ୍ଠିତ ହେବ । ୫୩ଟି ସିଭିଲ ଜଜ୍ ପଦବୀ ନିମନ୍ତେ ଏହି ପରୀକ୍ଷା ହେବ। ଏନେଇ ଆଜି ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୂଚନା ଅନୁସାରେ, ସିଭିଲ୍ ଜଜ୍ ପଦବୀ ନିମନ୍ତେ ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ଆସନ୍ତା ମାର୍ଚ୍ଚ ୨୭ତାରିଖରେ ପ୍ରିଲିମନାରୀ ପରୀକ୍ଷା ହେବ । ଏହି ପରୀକ୍ଷା ସାଧାରଣ ପ୍ରାର୍ଥୀଙ୍କ ନିମନ୍ତେ ଦେଢ଼ ଘଣ୍ଟା ଓ ଭିନ୍ନକ୍ଷମ ପ୍ରାର୍ଥୀଙ୍କ ପାଇଁ ୨ଘଣ୍ଟା ହେବ ।

ଏହି ପରୀକ୍ଷା ମାର୍ଚ୍ଚ ୨୭ତାରିଖ ରବିବାର ସକାଳ ୧୦ଟାରୁ ସାଢ଼େ ୧୧ଟା ଏବଂ ଭିନ୍ନକ୍ଷମ ପ୍ରାର୍ଥୀଙ୍କ ନିମନ୍ତେ ଦିନ ୧୨ଟା ପର୍ଯ୍ୟନ୍ତ ହେବ । ଏହି ୫୩ଟି ସିଭିଲ ଜଜ୍ ପଦବୀ ନିମନ୍ତେ ଶିକ୍ଷାଗତ ଯୋଗ୍ୟ ଆଇନରେ ସ୍ନାତକ ଡିଗ୍ରୀ ଜରୁରୀ ହୋଇଥିବାବେଳେ ଡିସେମ୍ବର ୨୧ରୁ ଜାନୁୟାରୀ ୨୦ତାରିଖ ପର୍ଯ୍ୟନ୍ତ ଏନେଇ ଆବେଦନ ସ୍ୱୀକାର କରାଯାଇଥିଲା ।

Related story