OMCରେ ୱାକ୍‌ ଇନ୍‌ ଇଣ୍ଟରଭ୍ୟୁ ସୁଯୋଗ, ଶୀଘ୍ର କରନ୍ତୁ ଆବେଦନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଏମ୍‌ସି ବା ଓଡ଼ିଶା ଖଣି ନିଗମ ଆଣିଛି ୱାକ୍‌ ଇନ୍‌ ଇଣ୍ଟରଭ୍ୟୁ ସୁଯୋଗ। ଖାଲି ପଡିଥିବା ବିଭିନ୍ନ ପଦବୀ ପାଇଁ ଓଏମ୍‌ସି ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି। ଇଚ୍ଛୁକ ପ୍ରାର୍ଥୀ ଫେବ୍ରୁଆରୀ ୧୫ ଓ ୧୬ରେ ସିଧାସଳଖ କେନ୍ଦୁଝର ଜିଲ୍ଲାର ବଡବିଲ୍‌ ସ୍ଥିତ ଓଏମ୍‌ସି ଅଫିସ୍‌ ଯାଇ ଇଣ୍ଟରଭ୍ୟୁ ଦେଇପାରିବେ। ମୋଟ ପଦବୀ-୭୪ ଫୋର୍‌ମ୍ୟାନ୍‌-୧୦, ସର୍ବେକ୍ଷଣକାରୀ ବା ସର୍ଭେର୍‌-୧୪, ମାଇନିଂ ମେଟ୍‌ ୩-୫୦। କେବଳ ଓଡିଶାର ପ୍ରାର୍ଥୀମାନେ ହିଁ ଅଣ-କାର୍ଯ୍ୟନିର୍ବାହୀ ପଦବୀ ପାଇଁ […]

OMC Recruitment

OMC Recruitment

Madhupriya Mistry
  • Published: Monday, 10 January 2022
  • Updated: 10 January 2022, 01:43 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଏମ୍‌ସି ବା ଓଡ଼ିଶା ଖଣି ନିଗମ ଆଣିଛି ୱାକ୍‌ ଇନ୍‌ ଇଣ୍ଟରଭ୍ୟୁ ସୁଯୋଗ। ଖାଲି ପଡିଥିବା ବିଭିନ୍ନ ପଦବୀ ପାଇଁ ଓଏମ୍‌ସି ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି। ଇଚ୍ଛୁକ ପ୍ରାର୍ଥୀ ଫେବ୍ରୁଆରୀ ୧୫ ଓ ୧୬ରେ ସିଧାସଳଖ କେନ୍ଦୁଝର ଜିଲ୍ଲାର ବଡବିଲ୍‌ ସ୍ଥିତ ଓଏମ୍‌ସି ଅଫିସ୍‌ ଯାଇ ଇଣ୍ଟରଭ୍ୟୁ ଦେଇପାରିବେ।

ମୋଟ ପଦବୀ-୭୪

ଫୋର୍‌ମ୍ୟାନ୍‌-୧୦, ସର୍ବେକ୍ଷଣକାରୀ ବା ସର୍ଭେର୍‌-୧୪, ମାଇନିଂ ମେଟ୍‌ ୩-୫୦। କେବଳ ଓଡିଶାର ପ୍ରାର୍ଥୀମାନେ ହିଁ ଅଣ-କାର୍ଯ୍ୟନିର୍ବାହୀ ପଦବୀ ପାଇଁ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି।

ଶିକ୍ଷାଗତ ଯୋଗ୍ୟତା

ଫୋରମ୍ୟାନ୍‌: ଇଚ୍ଛୁକ ପ୍ରାର୍ଥୀ ମାଇନିଂରେ ଡିପ୍ଲୋମା କରି ଡିଜିଏମ୍‌ସି ଦ୍ୱାରା ଫୋର୍‌ମ୍ୟାନ୍‌ରେ ଦକ୍ଷତା ପ୍ରମାଣପତ୍ର ହାସଲ କରିଥିବା ଆବଶ୍ୟକ।

ସର୍ବେକ୍ଷଣକାରୀ: DGMS ରୁ ଖଣି ସର୍ବେକ୍ଷଣରେ ଦକ୍ଷତା ସର୍ବେକ୍ଷଣ ପ୍ରମାଣପତ୍ର ସହିତ AICTE ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ଖଣି ସର୍ଭେ/ ଖଣି ଇଞ୍ଜିନିୟରିଂରେ ଡିପ୍ଲୋମା କରିଥିବା ଜରୁରୀ।

ମାଇନିଂ ମେଟ୍‌ ୩: MMR ୧୯୬୧ ଅନୁଯାୟୀ DGMS ଦ୍ୱାରା ଜାରି କରାଯାଇଥିବା ଦକ୍ଷତା ସାର୍ଟିଫିକେଟ୍ ସହ HSCରେ ମାଇନିଂ ମେଟ୍‌ ୩ କରଥିବା ଉଚିତ। ମାର୍କ ଏବଂ ପର୍‌ସେଣ୍ଟେଜ ଦେଖି ପ୍ରାର୍ଥୀଙ୍କୁ ଚୟନ କରାଯିବ।

ବୟସ ସୀମା: ଆବେଦନ କରିଥିବା ପ୍ରାର୍ଥୀଙ୍କ ବୟସ ୧୮ ବର୍ଷରୁ କମ୍ କିମ୍ବା 32 ବର୍ଷରୁ ଅଧିକ ହେବା ଉଚିତ୍ ନୁହେଁ। ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ପକ୍ଷେ ଏହି ବୟସସୀମା କୋହଳ କରାଯାଇଛି।

ଦରମା: ଫୋରେମ୍ୟାନ୍‌ ଏବଂ ସର୍ବେକ୍ଷଣକାରୀ ପଦବୀ ପାଇଁ ପେ' ସ୍କେଲ ହେଉଛି ପେ ଲେବୁଲ-୯ ଅନୁଯାୟୀ ୩୫,୪୦୦ରୁ ୧,୧୨,୪୦୦ ଟଙ୍କା ରହିଛି।  ସେହିପରି ମାଇନିଂ ମେଟ -3 ପାଇଁ ପେ' ଲେବୁଲ-୫ ଅନୁଯାୟୀ ୨୧,୭୦୦ରୁ ୬୯,୧୦୦ ରହିଛି।

କିଭଳି କରିବେ ଆବେଦନ?

ଏହି ସବୁ ପଦବୀ ପାଇଁ ଯୋଗ୍ୟ ଥିବା ପ୍ରାର୍ଥୀମାନେ OMC ୱେବସାଇଟ୍ www.omcltd.in କୁ ଯାଇ ବାୟୋ-ଡାଟା ଫର୍ମାଟ୍ ଡାଉନଲୋଡ୍ କରିପାରିବେ ଏବଂ ନିର୍ଦ୍ଧାରିତ ତାରିଖଗୁଡ଼ିକରେ ପ୍ରଯୁଜ୍ୟ ଡକ୍ୟୁମେଣ୍ଟ୍ ସହିତ ୱାକ୍‌-ଇନ୍‌ ଇଣ୍ଟରଭ୍ୟୁ ପାଇଁ ଯାଇପାରିବେ।

ୱାକ୍‌-ଇନ୍‌-ଇଣ୍ଟରଭ୍ୟୁର ତାରିଖ ଓ ସମୟ: ଫୋର୍‌ମ୍ୟାନ୍ ପଦବୀ ପାଇଁ ଫେବ୍ରୁଆରୀ ୧୭, ୨୦୨୨ ସକାଳ ୮ଟାରେ କମ୍ୟୁନିଟି ସେଣ୍ଟର୍, ଆଞ୍ଚଳିକ କାର୍ଯ୍ୟାଳୟର ଓଏମ୍ସି କଲୋନୀ, ବଡ୍‌ବିଲ୍‌, କେନ୍ଦୁଝରରେ ୱାକ୍‌ ଇନ୍‌ ଇଣ୍ଟରଭ୍ୟୁ ହେବ। ସର୍ଭେ ଏବଂ ମାଇନିଂ ମେଟ୍-୩ ପଦବୀ ପାଇଁ ଠିକ୍‌ ଏହି ସ୍ଥାନରେ ହିଁ ଫେବ୍ରୁଆରୀ ୧୬ ସକାଳ ୮ଟାରୁ ୧୧ଟା ଇଣ୍ଟରଭ୍ୟୁ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos