Advertisment

୨୯ରୁ MBBS/BDSରେ ଆଡମିଶନ ପାଇଁ କାଉନସେଲିଂ ପ୍ରକ୍ରିୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): MBBS/BDSରେ ଆଡମିଶନ ପାଇଁ କାଉନସେଲିଂ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି। NEETରେ କୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କ ଆଡମିଶନ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। OJEE ବୋର୍ଡ ଗୁରୁବାର ଦିନ ଏକ ବିଜ୍ଞପ୍ତି ମାଧ୍ୟମରେ MBBS / BDS ସିଟରେ ଆଡମିଶନ ପାଇଁ ଅନଲାଇନ୍ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ବିଷୟରେ ସୂଚନା ଦେଇଛି। ନଭେମ୍ବର ୨୯ରୁ ଅନଲାଇନ୍ କାଉନସେଲିଂ ଆରମ୍ଭ ହେବ। ଏନେଇ କାର୍ଯ୍ୟସୂଚୀ OJEE ୱେବସାଇଟରେ ଉପଲବ୍ଧ ହେବ। ଏଥିପାଇଁ ସମସ୍ତ କୃତକାର୍ଯ୍ୟ […]

author-image
Ranjit Kumar Jena
୨୯ରୁ MBBS/BDSରେ ଆଡମିଶନ ପାଇଁ କାଉନସେଲିଂ ପ୍ରକ୍ରିୟା

mbbs

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): MBBS/BDSରେ ଆଡମିଶନ ପାଇଁ କାଉନସେଲିଂ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି। NEETରେ କୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କ ଆଡମିଶନ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। OJEE ବୋର୍ଡ ଗୁରୁବାର ଦିନ ଏକ ବିଜ୍ଞପ୍ତି ମାଧ୍ୟମରେ MBBS / BDS ସିଟରେ ଆଡମିଶନ ପାଇଁ ଅନଲାଇନ୍ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ବିଷୟରେ ସୂଚନା ଦେଇଛି।

Advertisment

ନଭେମ୍ବର ୨୯ରୁ ଅନଲାଇନ୍ କାଉନସେଲିଂ ଆରମ୍ଭ ହେବ। ଏନେଇ କାର୍ଯ୍ୟସୂଚୀ OJEE ୱେବସାଇଟରେ ଉପଲବ୍ଧ ହେବ। ଏଥିପାଇଁ ସମସ୍ତ କୃତକାର୍ଯ୍ୟ ଛାତ୍ରଛାତ୍ରୀ ଏହି ojee.nic.in କିମ୍ବା www.odishajee.com ୱେବସାଇଟରେ ସବିଶେଷ ବିବରଣୀ ପାଇପାରିବେ।

ବିଭିନ୍ନ ସରକାରୀ ଏବଂ ହାଇଟେକ୍ ମେଡିକାଲ୍ (ବେସରକାରୀ) କଲେଜ ଗୁଡ଼ିକ ରାଜ୍ୟ ସରକାରଙ୍କ ନିୟମ ଓ ନିୟମାବଳୀ ଅନୁସରଣ କରି NEET (UG) 2021 ମେରିଟ୍ ତାଲିକା ଆଧାରରେ ୨୦୨୧-୨୨ରେ MBBS / BDS ସିଟର ଆଡମିଶନ୍ କରିବେ।

Advertisment

ଓଡିଶା MBBS କାଉନସେଲିଂ ପ୍ରକ୍ରିୟା ତିନୋଟି ପର୍ଯ୍ୟାୟରେ ଏକ ମୋପ୍-ଅପ୍ ରାଉଣ୍ଡ ସହିତ ପରିଚାଳିତ ହୋଇଥାଏ, ଯାହା ଓଡ଼ିଶା NEET କାଉନସେଲିଂ-2021ର ତୃତୀୟ ରାଉଣ୍ଡ ପରେ ସିଟ୍ ଖାଲି ରହିବା ପରେ ହୋଇଥାଏ।