୪୦୫ ପଦବୀରେ ନିଯୁକ୍ତି ପାଇଁ OPSCର ବିଜ୍ଞପ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ପବ୍ଲିକ୍‌ ସର୍ଭିସ କମିଶନ(OPSC)ଓଡ଼ିଶା ସିଭିଲ୍‌ ସର୍ଭିସ୍‌ ପରୀକ୍ଷା୨୦୨୧ ସମ୍ବନ୍ଧରେ ଏକ ବିଜ୍ଞପ୍ତି ଜାରି କରିଛି। ଏହି ବିଜ୍ଞପ୍ତି ଜରିଆରେ ଓଡିଶା ସିଭିଲ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା ମାଧ୍ୟମରେ ଆଡମିଶନ କରି ଓଡ଼ିଶା ପ୍ରଶାସନିକ ସେବା (ଗ୍ରୁପ୍ A ଏବଂ B) ଅଧୀନରେ ଆସୁଥିବା ପଦବୀ ତଥା ସେବାରେ ନିଯୁକ୍ତି ପାଇଁ ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀଙ୍କୁ ଆୟୋଗ ନିମନ୍ତ୍ରଣ କରିଛି। ମୋଟ ପଦବୀ- ବିଜ୍ଞପ୍ତି ଅନୁଯାୟୀ, OPSC ମୋଟ ୪୦୫ଟି ପଦବୀ […]

OPSC

Madhupriya Mistry
  • Published: Saturday, 01 January 2022
  • , Updated: 01 January 2022, 02:24 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ପବ୍ଲିକ୍‌ ସର୍ଭିସ କମିଶନ(OPSC)ଓଡ଼ିଶା ସିଭିଲ୍‌ ସର୍ଭିସ୍‌ ପରୀକ୍ଷା୨୦୨୧ ସମ୍ବନ୍ଧରେ ଏକ ବିଜ୍ଞପ୍ତି ଜାରି କରିଛି। ଏହି ବିଜ୍ଞପ୍ତି ଜରିଆରେ ଓଡିଶା ସିଭିଲ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା ମାଧ୍ୟମରେ ଆଡମିଶନ କରି ଓଡ଼ିଶା ପ୍ରଶାସନିକ ସେବା (ଗ୍ରୁପ୍ A ଏବଂ B) ଅଧୀନରେ ଆସୁଥିବା ପଦବୀ ତଥା ସେବାରେ ନିଯୁକ୍ତି ପାଇଁ ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀଙ୍କୁ ଆୟୋଗ ନିମନ୍ତ୍ରଣ କରିଛି।

ମୋଟ ପଦବୀ- ବିଜ୍ଞପ୍ତି ଅନୁଯାୟୀ, OPSC ମୋଟ ୪୦୫ଟି ପଦବୀ ପୂରଣ କରିବାକୁ ଚାହୁଁଛି ଯେଉଁଥିରେ ଓଡ଼ିଶା ପ୍ରଶାସନିକ ସେବା (OAS) ଗ୍ରୁପ୍-ଏ (ଜୁନିୟର ଶାଖା) ର ୫୦ ଟି ପଦବୀ ରହିଛି।

ବୟସ ସୀମା- ଆବେଦନକାରୀ ନିଶ୍ଚିତ ଭାବରେ ଜଣେ ଭାରତୀୟ ନାଗରିକ ହୋଇଥିବା ଉଚିତ, ଯାହାଙ୍କ ବୟସ ୨୧ ବର୍ଷ ବୟସ ତଥା ୩୨ ବର୍ଷରୁ ଅଧିକ ହୋଇନଥିବା ଉଚିତ୍। SC / ST / SEBC / ମହିଳା/ ପୂର୍ବତନ କର୍ମଚାରୀଙ୍କ ପାଇଁ ବୟସ ସୀମା ୫ ବର୍ଷ ଏବଂ ୪୦ପ୍ରତିଶତରୁ ଅଧିକ ସ୍ଥାୟୀ ଅକ୍ଷମତା ଥିବା PwDs ପାଇଁ ୧୦ ବର୍ଷ କୋହଳ ରହିଛି।

ଶିକ୍ଷାଗତ ଯୋଗ୍ୟତା- ଇଚ୍ଛୁକ ପ୍ରାର୍ଥୀ ଯେକୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ କିମ୍ବା ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଜରୁରୀ। ଏହା ସହିତ, ଓଡ଼ିଆ ପଢ଼ିବା, ଲେଖିବା ଏବଂ କହିବାରେ ସକ୍ଷମ ଥିବା ଜରୁରୀ।

ପରୀକ୍ଷା ଫି'- ଏହି ପରୀକ୍ଷା ପାଇଁ ପ୍ରାର୍ଥୀଙ୍କୁ ୫୦୦ ଟଙ୍କା ଫି' ଦେବାକୁ ପଡିବ। ଅନ୍‌ଲାଇନ୍‌ ମାଧ୍ୟମରେ ଏହି ଫି' ଦେଇପାରିବେ। ST / SC ଏବଂ ଭିନ୍ନକ୍ଷମଙ୍କୁ ପରୀକ୍ଷା ଫି' ଛାଡ କରାଯାଇଛି।

କଭିଳି କରିବେ ଆବେଦନ?

ଆଗ୍ରହୀ ପ୍ରାର୍ଥୀମାନେ ଆସନ୍ତା ଜାନୁୟାରୀ ୧୦ ଏବଂ ଫେବୃଆରୀ ୯ ରୁ OPSCର ଅଫିସିଆଲ୍ ୱେବସାଇଟ୍ www.opsc.gov.inରେ ନାମ ପଞ୍ଜୀକରଣ / ପୁନଃ ପଞ୍ଜୀକରଣ କରିପାରିବେ। ପରୀକ୍ଷା ପାଇଁ ଫି' ପ୍ରଦାନ ମଧ୍ୟ କରିପାରିବେ। ଅନ୍‌ଲାଇନ୍‌ ଆବେଦନର ଶେଷ ତାରିଖ ଫେବୃଆରୀ ୧୮ ତାରିଖ ରହିଛି।

Related story