Advertisment

୨୦୧୯ ଓଡ଼ିଶା ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ

ନୂଆଦିଲ୍ଲୀ : ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ୨୦୧୯ ପାଇଁ ସିଭିଲ୍‌ ସେବା ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ଏହି ପରୀକ୍ଷା ପାଇଁ ୧୩ ନଭେମ୍ୱରରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି। ଆବେଦନର ଶେଷ ତାରିଖ ୧୦ ଡିସେମ୍ୱର ୨୦୧୯ ରହିଛି। ସେହିପରି ଆବେଦନର ମୂଲ୍ୟ ଡିପୋଜିଟ୍‌ କରିବାର ଶେଷ ତାରିଖ ୧୬ ଡିସେମ୍ୱର, ୨୦୧୯ ରହିଛି। ଓପିଏସ୍‌ସି ଗ୍ରୁପ୍‌ ଏ ଓ ଗ୍ରୁପ୍‌ ବି ସେବା ପାଇଁ ୧୫୩ ଅତିରିକ୍ତ ପଦ ପାଇଁ ଆବେଦନକାରୀ […]

author-image
Puspanjali Panda
୨୦୧୯ ଓଡ଼ିଶା ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ

opsc

ନୂଆଦିଲ୍ଲୀ : ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ୨୦୧୯ ପାଇଁ ସିଭିଲ୍‌ ସେବା ପରୀକ୍ଷା ତାରିଖ ଘୋଷଣା କରାଯାଇଛି।

Advertisment

ଏହି ପରୀକ୍ଷା ପାଇଁ ୧୩ ନଭେମ୍ୱରରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି। ଆବେଦନର ଶେଷ ତାରିଖ ୧୦ ଡିସେମ୍ୱର ୨୦୧୯ ରହିଛି।

ସେହିପରି ଆବେଦନର ମୂଲ୍ୟ ଡିପୋଜିଟ୍‌ କରିବାର ଶେଷ ତାରିଖ ୧୬ ଡିସେମ୍ୱର, ୨୦୧୯ ରହିଛି।

Advertisment

ଓପିଏସ୍‌ସି ଗ୍ରୁପ୍‌ ଏ ଓ ଗ୍ରୁପ୍‌ ବି ସେବା ପାଇଁ ୧୫୩ ଅତିରିକ୍ତ ପଦ ପାଇଁ ଆବେଦନକାରୀ ଆବେଦନ କରିପାରିବେ।

ଶିକ୍ଷାଗତ ଯୋଗ୍ୟତା

ସ୍ୱୀକୃତି ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ।
ଆବେଦକଙ୍କୁ ଓଡ଼ିଆ ପଢ଼ିବା ଲେଖିବା ଜଣାଥିବା ଦରକାର।

ବୟସସୀମା

ସର୍ବନିମ୍ନ ବୟସ ୨୧ ବର୍ଷ
ସର୍ବାଧିକ ବୟସ ୩୨ ବର୍ଷ
ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଏସ୍‌ଇବିସି, ମହିଳା, ଏକ୍ସ-ସର୍ଭିସ୍‌ମ୍ୟାନ୍‌ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ ବୟସସୀମାକୁ ୫ ବର୍ଷ ଓ ୧୦ ବର୍ଷ କମ୍‌ କରାଯାଇଛି।

ଯୋଗ୍ୟ ଆବେଦନକାରୀ ଓଡ଼ିଶା ସିଭିଲ୍ ସେବା ପରୀକ୍ଷା ପାଇଁ ଓପିଏସ୍‌ସି ୱେବସାଇଟ୍‌ ଲିଙ୍କକୁ ଯାଇ ଆବେଦନ କରିପାରିବେ।

ସିଭିଲ୍ ସେବା ପରୀକ୍ଷା ପାଇଁ ଆବେଦନ ମୂଲ୍ୟ ୫୦୦ ଟଙ୍କା ରଖାଯାଇଛି। ସେହିପରି ଓଡ଼ିଶାର ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଶାରୀରିକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ଆବେଦନ ମୂଲ୍ୟରୁ ୪୦ ପ୍ରତିଶତ କମ୍ କରାଯାଇଛି।