Advertisment

ରାଜ୍ୟ କୃଷି ବିଭାଗରେ ୧୨୩ଟି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି

ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ନିଯୁକ୍ତି ସୁଯୋଗ। ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି। ଏହି ବିଜ୍ଞପ୍ତି ଅନୁସାରେ ୧୨୩ଟି ସହକାରୀ କୃଷି ଅଧିକାରୀ (ଆସିଷ୍ଟାଣ୍ଟ ଏଗ୍ରିକଲ୍‌ଚର ଅଫିସର) ପଦ ପୂରଣ କରାଯିବ। ଏଗୁଡ଼ିକ କ୍ଲାସ ଟୁ (ଗ୍ରୁପ୍‌ ବି) ସ୍ତରର ପଦବୀ। ୧୨୩ଟି ପଦବୀରୁ ୪୨ଟି ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଛି। ସେହିପରି ୪ଟି ଏକ୍ସ-ସର୍ଭିସମ୍ୟାନ୍‌ ଓ ୫ଟି ଭିନ୍ନକ୍ଷମ (ଯିଏ ୪୦% ବା ତା’ଠାରୁ ଅଧିକ […]

ଅଦ୍ୟତନ ହୋଇଛି
ରାଜ୍ୟ କୃଷି ବିଭାଗରେ ୧୨୩ଟି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି

OPSC

Advertisment

ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ନିଯୁକ୍ତି ସୁଯୋଗ। ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି। ଏହି ବିଜ୍ଞପ୍ତି ଅନୁସାରେ ୧୨୩ଟି ସହକାରୀ କୃଷି ଅଧିକାରୀ (ଆସିଷ୍ଟାଣ୍ଟ ଏଗ୍ରିକଲ୍‌ଚର ଅଫିସର) ପଦ ପୂରଣ କରାଯିବ। ଏଗୁଡ଼ିକ କ୍ଲାସ ଟୁ (ଗ୍ରୁପ୍‌ ବି) ସ୍ତରର ପଦବୀ।

Advertisment

୧୨୩ଟି ପଦବୀରୁ ୪୨ଟି ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଛି। ସେହିପରି ୪ଟି ଏକ୍ସ-ସର୍ଭିସମ୍ୟାନ୍‌ ଓ ୫ଟି ଭିନ୍ନକ୍ଷମ (ଯିଏ ୪୦% ବା ତା’ଠାରୁ ଅଧିକ ଭିନ୍ନକ୍ଷମ ହୋଇଥିବେ)ଙ୍କ ପାଇଁ ସଂରକ୍ଷିତ ହୋଇଛି।

ଏହି ପଦବୀ ପାଇଁ ଆଶାୟୀ ଥିବା ପ୍ରାର୍ଥୀଙ୍କ ବୟସ ୧ ଜାନୁଆରୀ, ୨୦୨୧ ସୁଦ୍ଧା ୨୧ ବୟସରୁ କମ୍ ହୋଇ ନଥିବ କି ୩୮ ବର୍ଷରୁ ଅଧିକ ହୋଇ ନଥିବ। ଅର୍ଥାତ୍ ସେ ୨ ଜାନୁଆରୀ ୧୯୮୨ ପୂର୍ବରୁ ଜନ୍ମ ହୋଇ ନଥିବେ କି ୧ ଜାନୁଆରୀ ୨୦୦୦ ପରେ ଜନ୍ମ ହୋଇ ନଥିବେ। ଏସ୍‌ଇବିସି, ଏସ୍‌ସି, ଏସ୍‌ଟି, ମହିଳା, ଏକ୍ସ-ସର୍ଭିସ୍‌ମ୍ୟାନ୍‌ ଓ ଭିନ୍ନକ୍ଷମ ଆଶାୟୀଙ୍କ ପାଇଁ ସର୍ବାଧିକ ବୟସ ସୀମା ୫ ବର୍ଷ କୋହଳ କରାଯାଇଛି।

Advertisment

ଏହି ପଦବୀ ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିବାକୁ ପଡ଼ିବ। ଏଥିପାଇଁ ଓପିଏସ୍‌ସି ୱେବ୍‌ସାଇଟ୍‌ରେ ଜାନୁଆରୀ ୨୮ ତାରିଖ୍‌ରେ ଲିଙ୍କ୍ ଦିଆଯିବ। ଅନ୍‌ଲାଇନ୍ ଆବେଦନର ଶେଷ ତାରିଖ ମାର୍ଚ୍ଚ ୭, ୨୦୨୨ ରହିଛି।

ଆଶାୟୀ ପ୍ରାର୍ଥୀମାନଙ୍କୁ ଆବେଦନ ଫି’ ବାବଦକୁ ୫୦୦ ଟଙ୍କା ଲେଖାଏଁ ଦେବାକୁ ପଡ଼ିବ। ତେବେ ଯେଉଁ ଏସ୍‌ସି ଓ ଏସ୍‌ଟି ପ୍ରାର୍ଥୀମାନେ ଓଡ଼ିଶାର ହୋଇଥିବେ ସେମାନଙ୍କୁ କୌଣସି ଆବେଦନ ଫି’ ଦେବାକୁ ପଡ଼ିବ ନାହିଁ। ସେହିପରି ୪୦% ବା ତା’ଠାରୁ ଅଧିକ ଭିନ୍ନକ୍ଷମ ହୋଇଥିବା ପ୍ରାର୍ଥୀଙ୍କୁ ବି ଆବେଦନ ଫି’ ଦେବାକୁ ପଡ଼ିବ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe