Advertisment

OPSC ରେ ଚାକିରି ସୁଯୋଗ

କଟକ ସ୍ଥିତ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଅଫିସ୍‌ରେ ଚାକିରି ସୁଯୋଗ। ଏଥିପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଓପିଏସ୍‌ସି। ୧୫ଟି ଜୁନିୟର ଆସିଷ୍ଟାଣ୍ଟ (ଗ୍ରୁପ୍ ସି) ପଦବୀରେ ନିଯୁକ୍ତି ଦେବା ପାଇଁ ବାହାରିଛି ଏହି ବିଜ୍ଞପ୍ତି। ଯୋଗ୍ୟ ଆଶାୟୀମାନଙ୍କୁ ଏଥିପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିବାକୁ ପଡ଼ିବ। ଅନ୍‌ଲାଇନ୍‌ ଆବେଦନ ପାଇଁ ଏପ୍ରିଲ୍ ୨୨ ତାରିଖରେ ଓପିଏସ୍‌ସି ତା’ ୱେବସାଇଟ୍- www.opsc.gov.in ରେ ଏକ ଲିଙ୍କ୍ ଦେବ। ଆବେଦନ କରିବାର ଶେଷ ତାରିଖ ମେ’ ୨୩ ତାରିଖ ରହିଛି। […]

ଅଦ୍ୟତନ ହୋଇଛି
୩୬୩ଜଣ ଡାକ୍ତରଙ୍କୁ ନିଯୁକ୍ତି ପାଇଁ ସୁପାରିଶ୍ କଲେ ଓପିଏସସି

OPSC

Advertisment

କଟକ ସ୍ଥିତ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଅଫିସ୍‌ରେ ଚାକିରି ସୁଯୋଗ। ଏଥିପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଓପିଏସ୍‌ସି। ୧୫ଟି ଜୁନିୟର ଆସିଷ୍ଟାଣ୍ଟ (ଗ୍ରୁପ୍ ସି) ପଦବୀରେ ନିଯୁକ୍ତି ଦେବା ପାଇଁ ବାହାରିଛି ଏହି ବିଜ୍ଞପ୍ତି।

Advertisment

ଯୋଗ୍ୟ ଆଶାୟୀମାନଙ୍କୁ ଏଥିପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିବାକୁ ପଡ଼ିବ। ଅନ୍‌ଲାଇନ୍‌ ଆବେଦନ ପାଇଁ ଏପ୍ରିଲ୍ ୨୨ ତାରିଖରେ ଓପିଏସ୍‌ସି ତା' ୱେବସାଇଟ୍- www.opsc.gov.in ରେ ଏକ ଲିଙ୍କ୍ ଦେବ। ଆବେଦନ କରିବାର ଶେଷ ତାରିଖ ମେ' ୨୩ ତାରିଖ ରହିଛି।

ସଂରକ୍ଷିତ ଆସନ
୧୫ଟି ଜୁନିୟର ଆସିଷ୍ଟାଣ୍ଟ ପଦ ମଧ୍ୟରୁ ୬ଟି ଅଣସଂରକ୍ଷିତ ରହିଥିବା ବେଳେ ଗୋଟିଏ ଏସ୍ଇବିସି, ୩ଟି ଏସ୍‌ସି ଓ ୫ଟି ଏସ୍‌ଟିଙ୍କ ପାଇଁ ସଂରକ୍ଷିତ ରହିଛି।

Advertisment

ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା
ପ୍ରାର୍ଥୀ ଯେକୌଣସି ବିଶ୍ୱବିଦ୍ୟାଳୟରୁ ଯେକୌଣସି ପାଠ୍ୟକ୍ରମରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ତାଙ୍କର କଂପ୍ୟୁଟର ଚାଳନାରେ ଦକ୍ଷତା ଥିବା ଆବଶ୍ୟକ। ପ୍ରାର୍ଥୀଙ୍କୁ ୨୦୨୨ ଜାନୁଆରୀ ୧ ସୁଦ୍ଧା ୨୧ ବର୍ଷ ହୋଇଥିବା ଆବଶ୍ୟକ। ତେବେ ଏହି ତାରିଖ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ୩୮ ବର୍ଷରୁ ଅଧିକ ହୋଇ ନଥିବା ଆବଶ୍ୟକ। ଗାଇଡ୍‌ଲାଇନ୍‌ ଅନୁସାରେ ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କ ବୟସ ସୀମାରେ ଛାଡ଼ କରାଯିବ।

ଚୟନ ପ୍ରକ୍ରିୟା
ଏହି ନିଯୁକ୍ତି ପାଇଁ ଓପିଏସ୍‌ସି ପକ୍ଷରୁ ପରୀକ୍ଷା କରାଯିବ। ଆଶାୟୀମାନଙ୍କୁ ଏକ ପ୍ରତିଯୋଗିତାମୂଳକ ପରୀକ୍ଷା ସହିତ ସ୍କିଲ୍ ଟେଷ୍ଟ୍ ମଧ୍ୟ ଦେବାକୁ ପଡ଼ିବ। ତେବେ କୌଣସି ବର୍ଗର ପ୍ରାର୍ଥୀଙ୍କୁ ପରୀକ୍ଷା ଫି' ଦେବାକୁ ପଡ଼ିବ ନାହିଁ। ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ ଓ ସମ୍ବଲପୁର ଆଦି ସ୍ଥାନରେ ପରୀକ୍ଷା କରାଯିବ। ପରୀକ୍ଷା କେବେ ହେବ, ତାହା ବେଶ୍ କିଛି ଦିନ ପୂର୍ବରୁ ଜଣାଇ ଦିଆଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe