Advertisment

OPSC ଅଫିସ୍‌ରେ ନିଯୁକ୍ତି ସୁଯୋଗ, ୮ରୁ ଅନ୍‌ଲାଇନ୍ ଆବେଦନ

ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)ଙ୍କ ଅଫିସ୍‌ରେ ନିଯୁକ୍ତି ପାଇଁ ବାହାରିଛି ବିଜ୍ଞପ୍ତି। ଗ୍ରୁପ୍‌ ବି’ରେ ଜଣେ ପ୍ରୋଗ୍ରାମରଙ୍କୁ ନିଯୁକ୍ତି ଦେବାକୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। କେବଳ ଅନୁସୂଚିତ ଜନଜାତି (ଏସ୍‌ଟି) ପାଇଁ ଏହି ପଦଟି ଉଦ୍ଦିଷ୍ଟ। ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ପ୍ରଥମେ ‘ଇନିସିଆଲ୍ ଆପଏଣ୍ଟି’ ଭାବେ ନିଯୁକ୍ତି ଦିଆଯିବ। ଏହାର ଅବଧି ୬ ବର୍ଷ ରହିବ। ୬ ବର୍ଷ ପରେ ତାଙ୍କ ପ୍ରଦର୍ଶନକୁ ଦେଖି ତାଙ୍କ ଚାକିରିକୁ ନିୟମିତ କରିବା ପାଇଁ ବିଚାର କରାଯିବ। ୬ […]

author-image
Jitendra Garnayak
ଅଦ୍ୟତନ ହୋଇଛି
୩୬୩ଜଣ ଡାକ୍ତରଙ୍କୁ ନିଯୁକ୍ତି ପାଇଁ ସୁପାରିଶ୍ କଲେ ଓପିଏସସି

OPSC

ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)ଙ୍କ ଅଫିସ୍‌ରେ ନିଯୁକ୍ତି ପାଇଁ ବାହାରିଛି ବିଜ୍ଞପ୍ତି। ଗ୍ରୁପ୍‌ ବି’ରେ ଜଣେ ପ୍ରୋଗ୍ରାମରଙ୍କୁ ନିଯୁକ୍ତି ଦେବାକୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। କେବଳ ଅନୁସୂଚିତ ଜନଜାତି (ଏସ୍‌ଟି) ପାଇଁ ଏହି ପଦଟି ଉଦ୍ଦିଷ୍ଟ।

Advertisment

ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ପ୍ରଥମେ ‘ଇନିସିଆଲ୍ ଆପଏଣ୍ଟି’ ଭାବେ ନିଯୁକ୍ତି ଦିଆଯିବ। ଏହାର ଅବଧି ୬ ବର୍ଷ ରହିବ। ୬ ବର୍ଷ ପରେ ତାଙ୍କ ପ୍ରଦର୍ଶନକୁ ଦେଖି ତାଙ୍କ ଚାକିରିକୁ ନିୟମିତ କରିବା ପାଇଁ ବିଚାର କରାଯିବ। ୬ ବର୍ଷ ପର୍ଯ୍ୟନ୍ତ ସେ ମାସିକ ୨୫,୩୦୦ ଟଙ୍କା ଦରମା ପାଇବେ।

ବୟସ ସୀମା ଓ ଶିକ୍ଷାଗତ ଯୋଗ୍ୟତା
ଏହି ପଦବୀ ପାଇଁ ପ୍ରାର୍ଥୀଙ୍କ ବୟସ ୨୦୨୨ ଜାନୁଆରୀ ୧ ତାରିଖ ସୁଦ୍ଧା ୨୧ ବର୍ଷରୁ କମ୍ ହୋଇ ନଥିବ କି ୪୩ ବର୍ଷରୁ ଅଧିକ ହୋଇ ନଥିବ। ସେ ୧୯୭୯ ଜାନୁଆରୀ ୨ ତାରିଖ ପୂର୍ବରୁ ଜନ୍ମ ହୋଇ ନଥିବେ କି ୨୦୦୧ ଜାନୁଆରୀ ୧ ତାରିଖ ପରେ ବି ଜନ୍ମ ହୋଇ ନଥିବେ।

Advertisment

ପ୍ରାର୍ଥୀ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ଆପ୍ଲିକେସନ୍‌ରେ ସର୍ବନିମ୍ନ ୬୦% ସହିତ ମାଷ୍ଟର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ଆବେଦନ ପ୍ରକ୍ରିୟା
ଏହି ପଦବୀରେ ଆବେଦନ କରିବା ପାଇଁ ଆଗ୍ରହୀ ଓ ଉପଯୁକ୍ତ ପ୍ରାର୍ଥୀମାନଙ୍କୁ ଅନ୍‌ଲାଇନ୍‌ରେ ଆବେଦନ କରିବାକୁ ପଡ଼ିବ। ଫେବ୍ରୁଆରୀ ୮ ତାରିଖରୁ ଆଶାୟୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ଫେବ୍ରୁଆରୀ ୨୮ ରହିଛି। ଫେବ୍ରୁଆରୀ ୮ ତାରିଖରୁ ଓପିଏସ୍‌ସିର ୱେବ୍‌ସାଇଟ୍‌ http://opsconline.gov.in ରେ ଆବେଦନ ଫର୍ମ ଉପଲବ୍ଧ ହେବ।