ଓଡ଼ିଶା ପ୍ରଶାସନିକ ସେବାର ୬୮୩ଟି ପଦବୀ ନିମନ୍ତେ ବିଜ୍ଞପ୍ତି ଜାରି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଆଜି ଓଡ଼ିଶା ପ୍ରଶାସନିକ ସେବାର ୬୮୩ଟି ପଦବୀ ନିମନ୍ତେ ବିଜ୍ଞପ୍ତି ଜାରି କରିଛନ୍ତି। ଏଥିରେ ୨୯ଟି ପଦବୀ ଭିନ୍ନକ୍ଷମଙ୍କ ପାଇଁ ସଂରକ୍ଷିତ ଥିବାବେଳେ ୧୪ଟି ଏକ୍ସ ସର୍ଭିସମ୍ୟାନ୍ ଓ ୭ଟି କ୍ରୀଡାବିତ ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି। ଏହି ପଦବୀ ନିମନ୍ତେ ଜାନୁଆରୀ ୧୭ରୁ ଫେବୃଆରୀ ୧୬ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ। ଏହି ପଦବୀ ଉଭୟ ଗ୍ରୁପ୍ -ଏ ଓ ବି ବର୍ଗ […]

OPSC

Ordigital Desk
  • Published: Friday, 30 December 2022
  • , Updated: 30 December 2022, 07:50 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଆଜି ଓଡ଼ିଶା ପ୍ରଶାସନିକ ସେବାର ୬୮୩ଟି ପଦବୀ ନିମନ୍ତେ ବିଜ୍ଞପ୍ତି ଜାରି କରିଛନ୍ତି। ଏଥିରେ ୨୯ଟି ପଦବୀ ଭିନ୍ନକ୍ଷମଙ୍କ ପାଇଁ ସଂରକ୍ଷିତ ଥିବାବେଳେ ୧୪ଟି ଏକ୍ସ ସର୍ଭିସମ୍ୟାନ୍ ଓ ୭ଟି କ୍ରୀଡାବିତ ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି।

ଏହି ପଦବୀ ନିମନ୍ତେ ଜାନୁଆରୀ ୧୭ରୁ ଫେବୃଆରୀ ୧୬ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ। ଏହି ପଦବୀ ଉଭୟ ଗ୍ରୁପ୍ -ଏ ଓ ବି ବର୍ଗ ପାଇଁ ଉଦ୍ଦିଷ୍ଟ।

Related story