Advertisment

OREDAରେ ନିଯୁକ୍ତି ସୁଯୋଗ, ଦରମା ୪୪ ହଜାରରୁ ଅଧିକ

ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (Odisha Renewable Energy Development Agency ‍‍ବା OREDA) ରାଜ୍ୟସାରା ଥିବା ଏହାର କାର୍ଯ୍ୟାଳୟ ଗୁଡ଼ିକରେ ସହକାରୀ ନିର୍ଦ୍ଦେଶକ (ବୈଷୟିକ) ପଦବୀରେ ଯୁବକଯୁବତୀମାନଙ୍କୁ ନିଯୁକ୍ତି ଦେବ। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଏଥିପାଇଁ ଏପ୍ରିଲ ୯ ତାରିଖରୁ ଅନ୍‌ଲାଇନ୍ ଆବେଦନ ଆରମ୍ଭ ହୋଇସାରିଛି। ଅନ୍‌ଲାଇନ୍‌ ଆବେଦନର ଶେଷ ତାରିଖ ଏପ୍ରିଲ ୨୯ ରହିଛି। ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରିବାକୁ ମେ’ ତୃତୀୟ କିମ୍ବା ଚତୁର୍ଥ ସପ୍ତାହରେ ପରୀକ୍ଷା କରାଯିବ। ଖାଲି ପଡ଼ିଥିବା […]

author-image
Jitendra Garnayak
OREDAରେ ନିଯୁକ୍ତି ସୁଯୋଗ, ଦରମା ୪୪ ହଜାରରୁ ଅଧିକ

Energy

ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (Odisha Renewable Energy Development Agency ‍‍ବା OREDA) ରାଜ୍ୟସାରା ଥିବା ଏହାର କାର୍ଯ୍ୟାଳୟ ଗୁଡ଼ିକରେ ସହକାରୀ ନିର୍ଦ୍ଦେଶକ (ବୈଷୟିକ) ପଦବୀରେ ଯୁବକଯୁବତୀମାନଙ୍କୁ ନିଯୁକ୍ତି ଦେବ। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଏଥିପାଇଁ ଏପ୍ରିଲ ୯ ତାରିଖରୁ ଅନ୍‌ଲାଇନ୍ ଆବେଦନ ଆରମ୍ଭ ହୋଇସାରିଛି। ଅନ୍‌ଲାଇନ୍‌ ଆବେଦନର ଶେଷ ତାରିଖ ଏପ୍ରିଲ ୨୯ ରହିଛି। ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରିବାକୁ ମେ’ ତୃତୀୟ କିମ୍ବା ଚତୁର୍ଥ ସପ୍ତାହରେ ପରୀକ୍ଷା କରାଯିବ।

Advertisment

ଖାଲି ପଡ଼ିଥିବା ପଦବୀ ସଂଖ୍ୟା ଓ ସଂରକ୍ଷଣ
ମୋଟ ୧୪ଟି ସହକାରୀ ନିର୍ଦ୍ଦେଶକ (ବୈଷୟିକ) ପଦବୀରେ ନିଯୁକ୍ତି ଦେବ ଓରେଡା। ତା’ ମଧ୍ୟରେ ୫ଟି ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଏହି ୧୪ଟି ମଧ୍ୟରୁ ଅନୁସୂଚିତ ଜାତି ବା ଏସ୍‌ସି ବର୍ଗଙ୍କ ପାଇଁ ୨ଟି ପଦ ସଂରକ୍ଷିତ ହୋଇଥିବା ବେଳେ ସେଥିରୁ ଗୋଟିଏ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ। ସେହିପରି ୪ଟି ଅନୁସୂଚିତ ଜନଜାତି ବା ଏସ୍‌ଟି ବର୍ଗଙ୍କ ପାଇଁ ସଂରକ୍ଷିତ ହୋଇଥିବା ବେଳେ ସେଥିରୁ ଗୋଟିଏ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ। ଏସ୍‌ଇବିସି ବର୍ଗ ପାଇଁ ୨ଟି ଆସନ ସଂରକ୍ଷିତ ହୋଇଥିବା ବେଳେ ସେଥିରୁ ଗୋଟିଏ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ। ଅଣସଂରକ୍ଷିତ ବର୍ଗଙ୍କ ପାଇଁ ୬ଟି ପଦ ରହିଥିବା ବେଳେ ସେଥିରୁ ୨ଟି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ।

ଶିକ୍ଷାଗତ ଯୋଗ୍ୟତା
ଆଶାୟୀମାନେ ଇଲେକ୍ଟ୍ରିକାଲ/ମେକାନିକାଲ/ଏଗ୍ରିକଲ୍‌ଚରାଲ/ପ୍ରଡକ୍ସନ/ଇଣ୍ଡଷ୍ଟ୍ରିଆଲ/ଇଲେକ୍ଟ୍ରୋନିକ୍ସ ବା ଇନ୍‌ଷ୍ଟ୍ରୁମେଣ୍ଟେସନ୍ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ଯେଉଁ ପ୍ରାର୍ଥୀ କୌଣସି ଭଲ ଅନୁଷ୍ଠାନରୁ Renewal Energy Technologies ରେ ଡିଗ୍ରୀ ବା ପିଜି ଡିପ୍ଲୋମା କରିଥିବେ, ସେମାନଙ୍କୁ ଅଗ୍ରାଧିକାର ଦିଆଯିବ।

Advertisment

ବୟସ ସୀମା ଓ ଦରମା

୧.୧.୨୦୨୨ ସୁଦ୍ଧା କୌଣସି ପ୍ରାର୍ଥୀଙ୍କ ବୟସ ୨୧ ବର୍ଷରୁ କମ୍ ହୋଇନଥିବ କି ୩୮ ବର୍ଷରୁ ଅଧିକ ହୋଇନଥିବ। ଯେଉଁ ପ୍ରାର୍ଥୀମାନେ ଏହି ପଦରେ ନିଯୁକ୍ତି ପାଇବାକୁ ଯୋଗ୍ୟ ବିବେଚିତ ହେବେ ସେମାନେ ମାସକୁ ୪୪,୯୦୦ ଟଙ୍କା ଦରମା ପାଇବେ। ସେମାନେ ଗୋଟିଏ ବର୍ଷ ପାଇଁ ପ୍ରୋବେସନରେ ରହିବେ।

ଏହି ନିଯୁକ୍ତି ପାଇଁ Computer Based Test (CBT) କରାଯିବ। ତା’ ସହିତ ଇଣ୍ଟରଭ୍ୟୁ ମଧ୍ୟ କରାଯିବ। ଆବେଦନ ଫି’ ବାବଦକୁ ଅଣସଂରକ୍ଷିତ ଓ ଏସ୍‌ଇବିସି ବର୍ଗଙ୍କୁ ୫୦୦ ଟଙ୍କା ଦେବାକୁ ହେବ। ସେହିପରି ଏସ୍‌ସି/ଏସ୍‌ଟି/ପିଡବ୍ଲ୍ୟୁଡି ବର୍ଗଙ୍କୁ ୨୦୦ ଟଙ୍କା ଦେବାକୁ ପଡ଼ିବ। ଯୋଗ୍ୟ ଆଶାୟୀମାନେ OREDAର ୱେବସାଇଟ୍‌ (https://oredaodisha.com)କୁ ଯାଇ ସଂପୂର୍ଣ୍ଣ ସୂଚନା ପାଇପାରିବେ।