Advertisment

ଓଡ଼ିଶା ହାଇକୋର୍ଟରେ ଚାକିରି ସୁଯୋଗ, ଦରମା ୮୦,୦୦୦ ଉପରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ହାଇକୋର୍ଟ ଆଣିଛି ଚାକିରି ସୁଯୋଗ। ଗ୍ରୁପ୍‌-ସି’ରେ ଏଠାରେ ଖାଲିପଡିଥିବା ୨୨ଟି ଜୁନିଅର ଷ୍ଟେନୋଗ୍ରାଫର୍‌ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଇଚ୍ଛୁକ ପାର୍ଥୀମାନେ ଆଜି ଠାରୁ ହିଁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ମୋଟ ପଦବୀ-୨୨ ଜୁନିଅର ଷ୍ଟେନୋଗ୍ରାଫର ପଦବୀ ପାଇଁ ସାଧାରଣ ବର୍ଗରେ ୫, ଏସ୍‌ଇବିସି ପାଇଁ ୪(ଏଥିରୁ ମହିଳା ପ୍ରାର୍ଥୀଙ୍କ ପାଇଁ ଗୋଟିଏ), SC ପାଇଁ ୫(ଏଥିରୁ ୨ଟି ମହିଳା ପ୍ରାର୍ଥୀଙ୍କ ପାଇଁ) ଓ ST ପାଇଁ ୮(ଏଥିରୁ ୩ଟି ମହିଳା ପ୍ରାର୍ଥୀ […]

ଅଦ୍ୟତନ ହୋଇଛି
ଓଡ଼ିଶା ହାଇକୋର୍ଟରେ ଚାକିରି ସୁଯୋଗ, ଦରମା ୮୦,୦୦୦ ଉପରେ

Orissa High court

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ହାଇକୋର୍ଟ ଆଣିଛି ଚାକିରି ସୁଯୋଗ। ଗ୍ରୁପ୍‌-ସି'ରେ ଏଠାରେ ଖାଲିପଡିଥିବା ୨୨ଟି ଜୁନିଅର ଷ୍ଟେନୋଗ୍ରାଫର୍‌ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଇଚ୍ଛୁକ ପାର୍ଥୀମାନେ ଆଜି ଠାରୁ ହିଁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

Advertisment

ମୋଟ ପଦବୀ-୨୨

ଜୁନିଅର ଷ୍ଟେନୋଗ୍ରାଫର ପଦବୀ ପାଇଁ ସାଧାରଣ ବର୍ଗରେ ୫, ଏସ୍‌ଇବିସି ପାଇଁ ୪(ଏଥିରୁ ମହିଳା ପ୍ରାର୍ଥୀଙ୍କ ପାଇଁ ଗୋଟିଏ), SC ପାଇଁ ୫(ଏଥିରୁ ୨ଟି ମହିଳା ପ୍ରାର୍ଥୀଙ୍କ ପାଇଁ) ଓ ST ପାଇଁ ୮(ଏଥିରୁ ୩ଟି ମହିଳା ପ୍ରାର୍ଥୀ ପାଇଁ) ରହିଛି।

ମାସିକ ଦରମା- ୨୫,୫୦୦ରୁ ୮୧,୧୦୦

ବୟସ ସୀମା-ସର୍ବାଧିକ ୩୨ ବର୍ଷ

ଶିକ୍ଷାଗତ ଯୋଗ୍ୟତା: ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଇଚ୍ଛୁକ ପ୍ରାର୍ଥୀ ସ୍ନାତକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ଏଥିସହ ସେ ଏକ ମିନିଟରେ ସର୍ବନିମ୍ନ ୮୦ଶବ୍ଦ ଏବଂ ପ୍ରତି ମିନିଟ୍‌ରେ କମ୍ପ୍ୟୁଟର ଟାଇପ୍ ରାଇଟିଂ/ଟ୍ରାନ୍ସକ୍ରିପସନ୍‌ରେ ୪୦ଶବ୍ଦ ଟାଇପ୍ କରିବାରେ ପାରଙ୍ଗମ ଥିବା ଆବଶ୍ୟକ। କମ୍ପ୍ୟୁଟର ଆପ୍ଲିକେସନଗୁଡ଼ିକରେ ମଧ୍ୟ ସେ ଯଥେଷ୍ଟ ଜ୍ଞାନ ଥିବା ଜରୁରୀ।

Advertisment

ଆବେଦନ ଫି'- ୫୦୦ ଟଙ୍କା। SC / ST ଏବଂ PWD ର ପ୍ରାର୍ଥୀମାନଙ୍କୁ ପରୀକ୍ଷା ଫି ଛାଡ କରାଯାଇଛି।

କିଭଳି ହେବ ନିଯୁକ୍ତି?

ପରୀକ୍ଷା ଆଧାରରେ ନିଯୁକ୍ତି ହେବ। ଜୁନିଅର ଷ୍ଟେନୋଗ୍ରାଫର ପଦବୀ ପାଇଁ ଇଂରାଜୀରେ କ୍ୱାଲିଫାଇଂ ଟେଷ୍ଟ, କମ୍ପ୍ୟୁଟର ଆପ୍ଲିକେସନ ଟେଷ୍ଟ (ପ୍ରକୃତିର ଯୋଗ୍ୟତା) ଏବଂ ସ୍କିଲ୍ ଟେଷ୍ଟରେ ପରୀକ୍ଷା ହେବ। ସାଧାରଣ ବର୍ଗ ପ୍ରାର୍ଥୀଙ୍କୁ ଇଂରାଜୀରେ କ୍ୱାଲିଫାଇଂ ଟେଷ୍ଟ ପରୀକ୍ଷାରେ ୩୫ ମାର୍କ ଓ ସଂରକ୍ଷଣ ବର୍ଗ ପ୍ରାର୍ଥୀଙ୍କ ପାଇଁ ୩୦ ମାର୍କ ଆଣିଲେ ପାସ୍‌ କରାଯିବ। ସେହିପରି କମ୍ପ୍ୟୁଟେର ଟେଷ୍ଟରେ ୫୦% ମାର୍କ ରଖିବାକୁ ପଡିବ। ସ୍କିଲ ଟେଷ୍ଟର ସ୍କୋର୍‌ ଆଧାରରେ ମିଳିତ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ। ସଂରକ୍ଷିତ ଏବଂ ସାଧାରଣ ବର୍ଗ ପାଇଁ ପୃଥକ ମେରିଟ୍ ତାଲିକା ଓ ମୋଟ ମାର୍କ ଅନୁଯାୟୀ ଖାଲିଥିବା ପଦବୀଗୁଡିକରେ ଡେଜିକନେସନ ଓ ନିଯୁକ୍ତି ମିଳିବ।

କିଭଳି କରିବେ ଆବେଦନ?

ଆଜିଠାରୁ ହିଁ ଏହି ସବୁ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଇଚ୍ଛୁକ ପ୍ରାର୍ଥୀ ଓଡ଼ିଶା ହାଇକୋର୍ଟର ଅଫିସିଆଲ ୱେବସାଇଟ୍‌ www.orissahighcourt.nic.in କୁ ଯାଇ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ଅଗଷ୍ଟ ୧୨ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe