Advertisment

OSSSC ଗ୍ରୁପ୍ ’ସି’ ପୋଷ୍ଟ ପାଇଁ ବାହାରିଲା ବମ୍ପର ନିଯୁକ୍ତି, ଏବେ କରନ୍ତୁ ଆବେଦନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ସବ୍-ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ୍ (OSSSC) ପକ୍ଷରୁ ‘ସି’ ଗ୍ରୁପ୍ ପୋଷ୍ଟ ପାଇଁ ଜାରି କରାଯାଇଛି ବିଜ୍ଞପ୍ତି। ଓଡ଼ିଶା ବିଭିନ୍ନ ଜିଲ୍ଲାରେ ଗ୍ରୁପ୍ ‘ସି’ ପୋଷ୍ଟ ପାଇଁ ଏହି ବିଜ୍ଞପ୍ତି ବାହାରିଛି। ଇଚ୍ଛୁକ ପ୍ରାର୍ଥୀ ମାନେ ଅନଲାଇନରେ ଆବେଦନ କରିପାରିବେ। ଅକ୍ଟୋବର ୧ ତାରିଖରୁ ଅନଲାଇନ୍ ପଞ୍ଜିକରଣ ଆରମ୍ଭ ହୋଇଛି। ଆବେଦନ କରିବାର ଶେଷ ତାରିଖ ଅକ୍ଟୋବର ୨୦ ତାରିଖ ଧାର୍ଯ୍ୟ କରାଯାଇଛି। ମୋଟ ୨୮୪୧ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ […]

author-image
Ranjit Kumar Jena
OSSSC ଗ୍ରୁପ୍ ’ସି’ ପୋଷ୍ଟ ପାଇଁ ବାହାରିଲା ବମ୍ପର ନିଯୁକ୍ତି, ଏବେ କରନ୍ତୁ ଆବେଦନ

employment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ସବ୍-ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ୍ (OSSSC) ପକ୍ଷରୁ ‘ସି’ ଗ୍ରୁପ୍ ପୋଷ୍ଟ ପାଇଁ ଜାରି କରାଯାଇଛି ବିଜ୍ଞପ୍ତି। ଓଡ଼ିଶା ବିଭିନ୍ନ ଜିଲ୍ଲାରେ ଗ୍ରୁପ୍ ‘ସି’ ପୋଷ୍ଟ ପାଇଁ ଏହି ବିଜ୍ଞପ୍ତି ବାହାରିଛି। ଇଚ୍ଛୁକ ପ୍ରାର୍ଥୀ ମାନେ ଅନଲାଇନରେ ଆବେଦନ କରିପାରିବେ। ଅକ୍ଟୋବର ୧ ତାରିଖରୁ ଅନଲାଇନ୍ ପଞ୍ଜିକରଣ ଆରମ୍ଭ ହୋଇଛି। ଆବେଦନ କରିବାର ଶେଷ ତାରିଖ ଅକ୍ଟୋବର ୨୦ ତାରିଖ ଧାର୍ଯ୍ୟ କରାଯାଇଛି।

Advertisment

ମୋଟ ୨୮୪୧ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ଲାନିଂ ଆଣ୍ଡ କନଭରଜେନ୍ସ ଡିପାର୍ଟମେଣ୍ଟରେ ଷ୍ଟାଟିଷ୍ଟିକାଲ୍ ଫିଲ୍ଡ ସର୍ଭେୟର୍ ପାଇଁ ୫୨୯ ପଦବୀ ବାହାରିଥିବା ବେଳେ ରେଭେନ୍ୟୁ ଆଣ୍ଡ ଡିଜାଷ୍ଟର ମ୍ୟାନେଜମେଣ୍ଟ ଡିପାର୍ଟମେଣ୍ଟରେ ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟର ପଦବୀ ପାଇଁ ୫୭୬ ଓ ଅମିନ ପାଇଁ ୫୩୮, ଜଙ୍ଗଲ ଓ ପରିବେଶ ବିଭାଗରେ ଫରେଷ୍ଟ ଗାର୍ଡ ପାଇଁ ୮୦୬ ପଦବୀ ଏବଂ ଅବକାରୀ ବିଭାଗରେ ଅବକାରୀ କନଷ୍ଟେବଳ ପାଇଁ ୩୯୨ ପଦବୀ ବାହାରିଛି।

ତେବେ ବିଭିନ୍ନ ପଦବୀ ପାଇଁ ଅଲଗା ଅଲଗା ବୟସସୀମା ଧାର୍ଯ୍ୟ କରାଯାଇଛି। ଷ୍ଟାଟିଷ୍ଟିକାଲ୍ ଫିଲ୍ଡ ସର୍ଭେୟର୍ ପାଇଁ ୨୧ରୁ ୩୨ ବର୍ଷ, ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟର ପାଇଁ ୨୧ରୁ ୩୨ ବର୍ଷ, ଅମିନ ପାଇଁ ୨୧ରୁ ୩୨ ବର୍ଷ, ଫରେଷ୍ଟ ଗାର୍ଡ ପାଇଁ ୧୮ରୁ ୩୨ ବର୍ଷ ଏବଂ ଅବକାରୀ କନଷ୍ଟେବଳ ପାଇଁ ୨୧ରୁ ୩୨ ବର୍ଷ ଧାର୍ଯ୍ୟ କରାଯାଇଛି। ଆବେଦନ ପାଇଁ କୌଣସି ପରୀକ୍ଷା ଦେୟ ଦେବାକୁ ପଡ଼ିବ ନାହିଁ।

Advertisment

ପ୍ରାର୍ଥୀମାନେ  www.osssc.gov.in ୱେବସାଇଟକୁ ଯାଇ ଆବେଦନ କରିବେ। ତା’ଛଡ଼ା ଆବେଦନ ବିଷୟରେ ଅଧିକ ସୂଚନା ପାଇଁ www.osssc.gov.in ୱେବସାଇଟକୁ ଭିଜିଟ୍ କରିପାରିବେ।