Advertisment

ନର୍ସିଂ ପିଲାଙ୍କ ପାଇଁ OSSSCରେ ଚାକିରି ସୁଯୋଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନର୍ସିଂ କୋର୍ସ ସାରିଦେଇଥିବା ପିଲାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଓଡ଼ିଶା ସବ୍‌ ଅଡିନେଟ୍‌ ଷ୍ଟାଫ୍‌ ସିଲେକସନ୍‌ କମିସନ୍‌(OSSSC) ଆଣିଛି ଚାକିରି ସୁଯୋଗ। ଖାଲିପଡିଥିବା ୪୦୦୦ରୁ ଅଧିକ ନର୍ସିଂ ଅଫିସର ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି। ଅନ୍‌ଲାଇନ୍‌ ମାଧ୍ୟମରେ ଇଚ୍ଛୁକ ପ୍ରାର୍ଥୀ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଅସନ୍ତା ମେ’ ୧୪ ତାରିଖରୁ ଏହି ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ମୋଟ ପଦବୀ ନର୍ସିଂ ଅଫିସର- ୪୦୭୦ ଶିକ୍ଷାଗତ ଯୋଗ୍ୟତା: ଇଚ୍ଛୁକ ପ୍ରାର୍ଥୀ […]

author-image
Madhupriya Mistry
ନର୍ସିଂ ପିଲାଙ୍କ ପାଇଁ OSSSCରେ ଚାକିରି ସୁଯୋଗ

Job

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନର୍ସିଂ କୋର୍ସ ସାରିଦେଇଥିବା ପିଲାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଓଡ଼ିଶା ସବ୍‌ ଅଡିନେଟ୍‌ ଷ୍ଟାଫ୍‌ ସିଲେକସନ୍‌ କମିସନ୍‌(OSSSC) ଆଣିଛି ଚାକିରି ସୁଯୋଗ। ଖାଲିପଡିଥିବା ୪୦୦୦ରୁ ଅଧିକ ନର୍ସିଂ ଅଫିସର ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି। ଅନ୍‌ଲାଇନ୍‌ ମାଧ୍ୟମରେ ଇଚ୍ଛୁକ ପ୍ରାର୍ଥୀ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଅସନ୍ତା ମେ' ୧୪ ତାରିଖରୁ ଏହି ଆବେଦନ ପ୍ରକ୍ରିୟା ଆରମ୍ଭ ହେବ।

Advertisment

ମୋଟ ପଦବୀ

ନର୍ସିଂ ଅଫିସର- ୪୦୭୦

ଶିକ୍ଷାଗତ ଯୋଗ୍ୟତା: ଇଚ୍ଛୁକ ପ୍ରାର୍ଥୀ ସ୍ୱୀକୃତିପ୍ରାପ୍ତ ଯେକୌଣସି ବି ବିଦ୍ୟାଳୟ ଶିକ୍ଷା ବୋର୍ଡରୁ ଯୁକ୍ତ ୨ କିମ୍ବା ସମାନ ଯୋଗ୍ୟତାରେ ପାସ୍‌ କରିଥିବା ଉଚିତ। ଏହା ସହିତ, ଭାରତୀୟ ନର୍ସିଂ କାଉନସିଲ କିମ୍ବା ରାଜ୍ୟର କୌଣସି ମେଡିକାଲ କଲେଜ କିମ୍ବା ହସ୍ପିଟାଲ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଯେକୌଣସି ଇନଷ୍ଟିଚ୍ୟୁଟରୁ GNM / B.Sc ନର୍ସିଂରେ ଡିପ୍ଲୋମା କରିଥିବା ଆବଶ୍ୟକ।

ବୟସ ସୀମା:୨୧ରୁ ୩୮ ବର୍ଷ। SC/ST/SEBC/ ମହିଳାଙ୍କ ପାଇଁ ବୟସ ସୀମା ୫ ବର୍ଷ କୋହଳ ରହିଛି। ସେହିପରି ଭିନ୍ନକ୍ଷମଙ୍କ ପାଇଁ ୧୦ ବର୍ଷ କୋହଳ ରହିଛି ବୟସ ସୀମା।

Advertisment

ମାସିକ ଦରମା: ୧୫,୦୦୦/-

କିଭଳି ହେବ ଚୟନ?

ଲିଖିତ ପରୀକ୍ଷା ମାଧ୍ୟମରେ ପ୍ରାର୍ଥୀଙ୍କ ଚୟନ ହେବ। ୧୦୦ ମାର୍କ ପରୀକ୍ଷା ହେବ। ଲିଖିତ ପରୀକ୍ଷାରେ ପ୍ରାର୍ଥୀମାନଙ୍କୁ ମିଳିଥିବା ସମୁଦାୟ ମାର୍କ ଏବଂ ଅଭିଜ୍ଞତା ପାଇଁ ଦିଆଯାଇଥିବା ମାର୍କ ଆଧାରରେ ଏକ ମେରିଟ୍ ଲିଷ୍ଟ ପ୍ରସ୍ତୁତ କରାଯିବ।

ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅଧୀନରେ ୩୦ଟି ଜିଲ୍ଲା ପ୍ରତିଷ୍ଠାନ ଏବଂ ୧୩ ମେଡିକାଲ କଲେଜ ଓ ହସ୍ପିଟାଲରେ ଖାଲିପଡିଥିବା ପଦବୀ ଗୁଡିକରେ ଏହି ନିଯୁକ୍ତି ମିଳିବ।

କିଭଳି କରିବେ ଆବେଦନ?

OSSSCର ଅଫିସିଆଲ ୱେବସାଇଟ୍‌ osssc.gov.in ରେ ପ୍ରାର୍ଥୀ ଅନ୍‌ଲାଇନ୍‌ ଆବେଦନ କରିପାରିବେ। ଜୁନ୍‌ ୭ ତାରିଖ ଅନ୍‌ଲାଇନ୍‌ ଆବେଦନର ଶେଷ ତାରିଖ ରହିଛି।