Advertisment

ଘୋଷଣା ହେଲା OSSTET ପରୀକ୍ଷା ତାରିଖ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET) ଫେବୃଆରୀ ୯ ତାରିଖରେ ଅନୁଷ୍ଠିତ ହେବ। ଏ ନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା (BSE) ନୋଟିସ୍ ଜାରି କରିଛି। ମୋଟ ୭୨,୨୮୨ ପରୀକ୍ଷାର୍ଥୀ ୩୩୮ ସେଣ୍ଟରରେ ପରୀକ୍ଷା ଦେବେ। ଫେବୃଆରୀ ୯ ତାରିଖରେ OSSTET ପରୀକ୍ଷା ଦୁଇଟି ପେପରରେ ହେବ। ପ୍ରଥମ ପେପର୍ ସକାଳ ୯ଟାରୁ ୧୧.୩୦ ଯାଏ ଏବଂ ଦ୍ୱିତୀୟ ପେପର୍ ଅପରାହ୍ଣ ୧ଟାରୁ ୩.୩୦ ଯାଏ ବିଭିନ୍ନ ସେଣ୍ଟରରେ ହେବ। […]

ଘୋଷଣା ହେଲା OSSTET ପରୀକ୍ଷା ତାରିଖ

osstet

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET) ଫେବୃଆରୀ ୯ ତାରିଖରେ ଅନୁଷ୍ଠିତ ହେବ। ଏ ନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା (BSE) ନୋଟିସ୍ ଜାରି କରିଛି। ମୋଟ ୭୨,୨୮୨ ପରୀକ୍ଷାର୍ଥୀ ୩୩୮ ସେଣ୍ଟରରେ ପରୀକ୍ଷା ଦେବେ।

Advertisment

ଫେବୃଆରୀ ୯ ତାରିଖରେ OSSTET ପରୀକ୍ଷା ଦୁଇଟି ପେପରରେ ହେବ। ପ୍ରଥମ ପେପର୍ ସକାଳ ୯ଟାରୁ ୧୧.୩୦ ଯାଏ ଏବଂ ଦ୍ୱିତୀୟ ପେପର୍ ଅପରାହ୍ଣ ୧ଟାରୁ ୩.୩୦ ଯାଏ ବିଭିନ୍ନ ସେଣ୍ଟରରେ ହେବ। ପରୀକ୍ଷାରେ କୌଣସି ନେଗେଟିଭ୍ ମାର୍କ ରହିବ ନାହିଁ। ପ୍ରତି ପେପରରେ ୪ଟି ଲେଖାଏ ସେକ୍ସନ୍ ରହିବ।

ପ୍ରଥମ ସେକ୍ସନରେ ପ୍ରତି ବର୍ଗଙ୍କ ପାଇଁ ୨୦ ମାର୍କର ଆଞ୍ଚଳିକ ଭାଷା ଓଡ଼ିଆ ପ୍ରଶ୍ନପତ୍ର ରହିବ। ସେହିପରି ଦ୍ୱିତୀୟ ସେକ୍ସନରେ ୨୦ ମାର୍କର ଇଂରାଜୀ ପ୍ରଶ୍ନପତ୍ର ରହିବ। ତୃତୀୟ ସେକ୍ସନର ପ୍ରଶ୍ନପତ୍ର କଳା ଓ ବିଜ୍ଞାନ ଷ୍ଟ୍ରିମ୍ ପାଇଁ ଟିଜିଟି ରହିବ। ଏସବୁ ପରୀକ୍ଷା ଇଂରାଜୀ ଭାଷାରେ ହେବ। ସେହିପରି ସେକ୍ସନ-୩ର ପ୍ରଶ୍ନପତ୍ର ସିପିଇଡି ଓ ବିପିଇଡି କୋର୍ସ ଇଂରାଜୀରେ ହେବ। ଚତୁର୍ଥ ସେକ୍ସନରେ ପ୍ରଶ୍ନପତ୍ର ଚାଇଲ୍ଡ ଡେଭେଲପମେଣ୍ଟ, ପେଡାଗୋଗୀ, ସ୍କୁଲ୍ ମ୍ୟାନେଜମେଣୋଟ ଓ ଇଭାଲୁଏସନ୍ କୋର୍ସ ଇଂରାଜୀରେ ହେବ।

Advertisment

ପ୍ରାର୍ଥୀମାନଙ୍କର ଆଡମିଟ୍ କାର୍ଡ BSE ଓଡ଼ିଶା ଜାରି କରିଛି। ପ୍ରାର୍ଥୀମାନେ BSE ଓଡ଼ିଶାର ଅଫିସିଆଲ୍ ୱେବସାଇଟ (bseodisha.ac.in)ରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe