Advertisment

PFCLରେ ଏକାଧିକ ପଦବୀ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାୱାର ଫାଇନାନ୍ସ କର୍ପୋରେସନ୍ ଲିମିଟେଡ୍ (PFCL)ର ଆସିଷ୍ଟାଣ୍ଟ ଅଫିସର୍, ଆସିଷ୍ଟାଣ୍ଟ ମ୍ୟାନେଜର୍, ଡେପୁଟୀ ମ୍ୟାନେଜର, ଡେପୁଟୀ ଅଫିସର୍ ସମେତ ଆଉ କିଛି ପଦବୀ ପାଇଁ ବିଜ୍ଞପ୍ତି ବାହାରିଛି। ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ଏପ୍ରିଲ୍ ୨୩, ୨୦୨୧ ଧାର୍ଯ୍ୟ କରାଯାଇଛି। ଏହି କ୍ଷେତ୍ରରେ ୪ରୁ ୭ ବର୍ଷ ପର୍ଯ୍ୟନ୍ତ ଅଭିଜ୍ଞତା ରଖିଥିବା ପ୍ରାର୍ଥୀ ହିଁ ଏହିସବୁ ପଦବୀ ପାଇଁ ଆବେଦନ କରିପାରିବେ। ଶିକ୍ଷାଗତ ଯୋଗ୍ୟତା: କମ୍ପାନୀର ନୋଟିଫିକେସନ୍ ଅନୁଯାୟୀ, […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
PFCLରେ ଏକାଧିକ ପଦବୀ ପାଇଁ ବିଜ୍ଞପ୍ତି

PFCL

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାୱାର ଫାଇନାନ୍ସ କର୍ପୋରେସନ୍ ଲିମିଟେଡ୍ (PFCL)ର ଆସିଷ୍ଟାଣ୍ଟ ଅଫିସର୍, ଆସିଷ୍ଟାଣ୍ଟ ମ୍ୟାନେଜର୍, ଡେପୁଟୀ ମ୍ୟାନେଜର, ଡେପୁଟୀ ଅଫିସର୍ ସମେତ ଆଉ କିଛି ପଦବୀ ପାଇଁ ବିଜ୍ଞପ୍ତି ବାହାରିଛି। ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ଏପ୍ରିଲ୍ ୨୩, ୨୦୨୧ ଧାର୍ଯ୍ୟ କରାଯାଇଛି। ଏହି କ୍ଷେତ୍ରରେ ୪ରୁ ୭ ବର୍ଷ ପର୍ଯ୍ୟନ୍ତ ଅଭିଜ୍ଞତା ରଖିଥିବା ପ୍ରାର୍ଥୀ ହିଁ ଏହିସବୁ ପଦବୀ ପାଇଁ ଆବେଦନ କରିପାରିବେ।

Advertisment

ଶିକ୍ଷାଗତ ଯୋଗ୍ୟତା: କମ୍ପାନୀର ନୋଟିଫିକେସନ୍ ଅନୁଯାୟୀ, ଆସିଷ୍ଟାଣ୍ଟ ଅଫିସର୍ ପଦବୀ ପାଇଁ ୫୫ ପ୍ରତିଶତ ମାର୍କ ସହ ପୋଷ୍ଟ ଗ୍ରାଜୁଏଟ୍ ଡିଗ୍ରୀ ନିହାତି ଆବଶ୍ୟକ। ଏହାବ୍ୟତୀତ ଲିଗାଲ୍ ଡେପୁଟୀ ଅଫିସର୍ ପାଇଁ LLBର ଡିଗ୍ରୀ କରିଥିବା ଜରୁରୀ। ତେବେ ସବୁ ପଦବୀ ପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତା ଧାର୍ଯ୍ୟ କରାଯାଇଛି।

ବୟସ ସୀମା: ଆସିଷ୍ଟାଣ୍ଟ ଅଫିସର୍ ପଦବୀ ପାଇଁ ସର୍ବାଧିକ ବୟସ ସୀମା ୩୪ ବର୍ଷ ଧାର୍ଯ୍ୟ କରାଯାଇଛି। ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ ପାଇଁ ଆବେଦକଙ୍କ ବୟସସୀମା ସର୍ବାଧିଖ ୩୧ ବର୍ଷ, ଡେପୁଟୀ ମ୍ୟାନେଜର ପଦବୀ ପାଇଁ ୩୪ ବର୍ଷ, ଡେପୁଟୀ ଅଫିସର୍ ପାଇଁ ୩୨ ବର୍ଷ, ମ୍ୟାନେଜର୍ ପଦବୀ ପାଇଁ ସର୍ବାଧିକ ବୟସସୀମା ୩୭ ବର୍ଷ ଓ ଡେପୁଟୀ ମ୍ୟାନେଜର ପାଇଁ ସର୍ବାଧିକ ବୟସ ୩୪ ବର୍ଷ ହେବା ଜରୁରୀ।

Advertisment

ପାୱାର କର୍ପୋରେସନର ଅଫିସିଆଲ୍ ୱେବସାଇଟ୍ https://www.pfcindia.com ରେ ଏହି ସବୁ ପଦବୀ ଆବେଦନ କରିପାରିବେ।

Job Vacancy