Advertisment

PGCILରେ ଇଞ୍ଜିନିଅରିଂ ଗ୍ରାଜୁଏଟଙ୍କ ପାଇଁ ଚାକିରି ସୁଯୋଗ

ପାୱାର ଗ୍ରୀଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (PGCIL)ରେ ଇଞ୍ଜିନିୟରିଂ ଗ୍ରାଜୁଏଟଙ୍କ ପାଇଁ ବାହାରିଛି ଚାକିରି ସୁଯୋଗ। PGCILର ସଂପୂର୍ଣ୍ଣ ମାଲିକାନାରେ ଥିବା ସେଣ୍ଟ୍ରାଲ ଟ୍ରାନ୍ସମିସନ୍ ୟୁଟିଲିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (CTUIL) ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। CTUIL ଯୋଗ୍ୟ ବିବେଚିତ ଇଞ୍ଜିନିୟରିଂ ଗ୍ରାଜୁଏଟଙ୍କୁ ଆସିଷ୍ଟାଣ୍ଟ ଇଞ୍ଜିନିୟର ଟ୍ରେନି (କମ୍ପ୍ୟୁଟର ସାଇନ୍ସ/ଇଲେକ୍ଟ୍ରିକାଲ/ସିଭିଲ୍‌/ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍‌) ଭାବେ ନିଯୁକ୍ତି ଦେବ। ଏଥିପାଇଁ ମୋଟ ୧୦୫ଟି ପଦ ରହିଛି। ବୟସ ସୀମା: ୨୮ ବର୍ଷ (ପ୍ରାର୍ଥୀମାନେ ୩୧.୧୨.୧୯୯୩ରେ କିମ୍ବା ପରେ […]

ଅଦ୍ୟତନ ହୋଇଛି
PGCILରେ ଇଞ୍ଜିନିଅରିଂ ଗ୍ରାଜୁଏଟଙ୍କ ପାଇଁ ଚାକିରି ସୁଯୋଗ

PGCIL

Advertisment

ପାୱାର ଗ୍ରୀଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (PGCIL)ରେ ଇଞ୍ଜିନିୟରିଂ ଗ୍ରାଜୁଏଟଙ୍କ ପାଇଁ ବାହାରିଛି ଚାକିରି ସୁଯୋଗ। PGCILର ସଂପୂର୍ଣ୍ଣ ମାଲିକାନାରେ ଥିବା ସେଣ୍ଟ୍ରାଲ ଟ୍ରାନ୍ସମିସନ୍ ୟୁଟିଲିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (CTUIL) ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। CTUIL ଯୋଗ୍ୟ ବିବେଚିତ ଇଞ୍ଜିନିୟରିଂ ଗ୍ରାଜୁଏଟଙ୍କୁ ଆସିଷ୍ଟାଣ୍ଟ ଇଞ୍ଜିନିୟର ଟ୍ରେନି (କମ୍ପ୍ୟୁଟର ସାଇନ୍ସ/ଇଲେକ୍ଟ୍ରିକାଲ/ସିଭିଲ୍‌/ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍‌) ଭାବେ ନିଯୁକ୍ତି ଦେବ। ଏଥିପାଇଁ ମୋଟ ୧୦୫ଟି ପଦ ରହିଛି।

Advertisment

ବୟସ ସୀମା: ୨୮ ବର୍ଷ (ପ୍ରାର୍ଥୀମାନେ ୩୧.୧୨.୧୯୯୩ରେ କିମ୍ବା ପରେ ଜନ୍ମ ହୋଇଥିବା ଉଚିତ୍)

ନିଯୁକ୍ତି ପ୍ରକ୍ରିୟା

ଆଗ୍ରହୀ ପ୍ରାର୍ଥୀମାନେ ଗେଟ୍ ୨୦୨୧ କରେସ୍ପଣ୍ଡିଂ ପେପର କ୍ଲିଅର କରିଥିବେ। ଏହା ସହିତ ଆଚରଣଗତ ମୂଲ୍ୟାଙ୍କନ, ଗ୍ରୁପ୍‌ ଡିସ୍‌କସନ୍‌ ଏବଂ ପର୍ସନାଲ ଇଣ୍ଟରଭ୍ୟୁ ଆଧାରରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ।

Advertisment

ମାସିକ ଦରମା: ମନୋନୀତ ପ୍ରାର୍ଥୀଙ୍କୁ ଏକ ବର୍ଷର ତାଲିମ ଅବଧିରେ ୪୦,୦୦୦-୩% - ୧,୪୦,୦୦୦ (IDA) ଦରମା ସ୍କେଲରେ ରଖାଯିବ। ଟ୍ରେନିଂ ସରିବା ପରେ ଓ ଚାକିରି ନିୟମିତ ହେବା ପରେ ସେମାନେ E2 ସ୍କେଲରେ -୫୦,୦୦୦- ୩% -୧,୬୦,୦୦୦ (IDA)ରେ ଦରମା ପାଇବେ।

ଆବେଦର ଶେଷ ତାରିଖ: PGCIL ଚାକିରି ପାଇଁ ଆବେଦନ କରିବାର ଶେଷ ତାରିଖ ୨୦୨୨ଫେବ୍ରୁଆରୀ ୨୦ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe