Advertisment

ଭୁବନେଶ୍ୱର RIE ଅଫିସରେ ୱାକ୍‌ ଇନ୍‌ ଇଣ୍ଟରଭ୍ୟୁ ସୁଯୋଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ତଥା RIE ଅଫିସ ଆଣିଛି ନିଯୁକ୍ତି ସୁଯୋଗ। ଚୁକ୍ତିଭିତ୍ତିକ ଭିତ୍ତିରେ ବିଭିନ୍ନ ଖାଲି ପଡିଥିବା ଶିକ୍ଷାକ ପଦବୀ ପୂରଣ ପାଇଁ ୱାକ୍‌ ଇନ୍‌ ଇଣ୍ଟରଭ୍ୟୁ ଅନୁଷ୍ଠିତ ହେବାକୁ ଯାଉଛି। ଇଚ୍ଛୁକ ପ୍ରାର୍ଥୀ ନିର୍ଦ୍ଦିଷ୍ଟ ତାରିଖ ଏବଂ ସମୟ ଭିତରେ ୱାକ୍‌ ଇନ୍‌ ଇଣ୍ଟରଭ୍ୟୁରେ ଯୋଗ ଦେଇପାରିବେ। ମୋଟ ପଦବୀ-୫ P.G.T. (ଜିଓଗ୍ରାଫି) – ୧ P.G.T. (ପଲଟିକାଲ ସାଇନ୍ସ) – ୧ T.G.T. (ହିନ୍ଦୀ) -୧ T.G.T. (ବିଜ୍ଞାନ: […]

author-image
Madhupriya Mistry
ଭୁବନେଶ୍ୱର RIE ଅଫିସରେ ୱାକ୍‌ ଇନ୍‌ ଇଣ୍ଟରଭ୍ୟୁ ସୁଯୋଗ

RIE Office

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ତଥା RIE ଅଫିସ ଆଣିଛି ନିଯୁକ୍ତି ସୁଯୋଗ। ଚୁକ୍ତିଭିତ୍ତିକ ଭିତ୍ତିରେ ବିଭିନ୍ନ ଖାଲି ପଡିଥିବା ଶିକ୍ଷାକ ପଦବୀ ପୂରଣ ପାଇଁ ୱାକ୍‌ ଇନ୍‌ ଇଣ୍ଟରଭ୍ୟୁ ଅନୁଷ୍ଠିତ ହେବାକୁ ଯାଉଛି। ଇଚ୍ଛୁକ ପ୍ରାର୍ଥୀ ନିର୍ଦ୍ଦିଷ୍ଟ ତାରିଖ ଏବଂ ସମୟ ଭିତରେ ୱାକ୍‌ ଇନ୍‌ ଇଣ୍ଟରଭ୍ୟୁରେ ଯୋଗ ଦେଇପାରିବେ।

Advertisment

ମୋଟ ପଦବୀ-୫

P.G.T. (ଜିଓଗ୍ରାଫି) - ୧

P.G.T. (ପଲଟିକାଲ ସାଇନ୍ସ) - ୧

T.G.T. (ହିନ୍ଦୀ) -୧

T.G.T. (ବିଜ୍ଞାନ: ରସାୟନ ବିଜ୍ଞାନ) - ୧

WET (କମ୍ପ୍ୟୁଟର ସାଇନ୍ସ) – ୧

ଶିକ୍ଷାଗତ ଯୋଗ୍ୟତା: ପ୍ରଥମ ଦୁଇଟି ପଦବୀ ତଥା PGT ପାଇଁ M.Scରେ ଇଣ୍ଟିଗ୍ରେଟେଡ୍‌ ପୋଷ୍ଟ ଗ୍ରାଜୁଏଟ କିମ୍ବା B.Edରେ ମାଷ୍ଟର ଡିଗ୍ରୀ କରିଥିବା ଉଚିତ।  ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସମାନ ଡିଗ୍ରୀ TGT ପାଇଁ ହିନ୍ଦୀ ଏବଂ ବିଜ୍ଞାନ ତଥା ରସାୟନ ବିଜ୍ଞାନ ପଦବୀ ପାଇଁ CTET ସହିତ ଚାରି ବର୍ଷର ଇଣ୍ଟିଗ୍ରେଟେଡ୍ ଡିଗ୍ରୀ କିମ୍ବା ସ୍ନାତକ ଡିଗ୍ରୀ ହାସଲ କରିଥିବା ଉଚିତ। WET (କମ୍ପ୍ୟୁଟର ସାଇନ୍ସ) ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରେ କମ୍ପ୍ୟୁଟରରେ ତିନି ବର୍ଷର ଡିପ୍ଲୋମା କିମ୍ବା B.Sc (Tech) କିମ୍ବା RIE ରୁ B.Ed କରିଥିବା ଉଚିତ।

ବୟସ ସୀମା: ଦୁଇଟି PGT ପଦବୀ ପାଇଁ ୪୦ ବର୍ଷ ଏବଂ ଅନ୍ୟ ପଦବୀ ପାଇଁ ୩୫ ବର୍ଷ ବୟସ ସୀମା ଧାର୍ଯ୍ୟ କରାଯାଇଛି।

Advertisment

ମାସିକ ଦରମା: ଚୁକ୍ତିଭିତ୍ତିକ ଆଧାରରେ PGTଙ୍କ ପାଇଁ ମାସିକ ଦରମା ୨୭, ୫୦୦। ସେହିପରି TGT ଏବଂ WETଙ୍କ ପାଇଁ ମାସିକ ଦରମା ୨୬,୨୫୦ ମିଳିବ।

କେବେ ହେବ ୱାକ୍‌ ଇନ୍‌ ଇଣ୍ଟରଭ୍ୟୁ?

WET ପଦବୀ ପାଇଁ ଫେବ୍ରୁଆରୀ ୧୬ ତାରିଖ ୨.୩୦ମିରେ ୱାକ୍‌ ଇନ୍‌ ଇଣ୍ଟରଭ୍ୟୁ ଅନୁଷ୍ଠିତ ହେବ। ତେବେ ଅନ୍ୟ ସବୁ ପଦବୀ ପାଇଁ ଫେବ୍ରୁଆରୀ ୧୫ ତାରିଖ ସକାଳ ୧୧ଟାରୁ ୩ଟାରେ ଯାଏଁ ହେବ।

ଯୋଗ୍ୟ ପ୍ରାର୍ଥୀମାନେ ନିର୍ଦ୍ଦିଷ୍ଟ ତାରିଖ ଏବଂ ସମୟ ସହିତ ୱାକ-ଇନ୍-ଇଣ୍ଟରଭ୍ୟୁ ପାଇଁ ଯାଇପାରିବେ। ତେବେ ପ୍ରାର୍ଥୀମାନଙ୍କୁ ଅଫିସିଆଲ ୱେବ୍‌ସାଇଟ୍‌ www.riebbs.ac କିମ୍ବା www.riebbs.ori.nic.inରୁ ବାୟୋ ଡଟା ଫର୍ମାଟ ଡାଉନ୍‌ଲୋଡ୍‌ କରି ଏହାକୁ ପୂରଣ କରିବାକୁ ପଡିବ।