Advertisment

କାଲି ବାହାରିଲାନି, ଆଜି ବାହାରିବ ଯୁକ୍ତ ଦୁଇ ଅଫ୍‌ଲାଇନ୍ ପରୀକ୍ଷାଫଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ଅଫ୍‌ଲାଇନ ପରୀକ୍ଷା ଫଳ। ଆଜି ଦିନ ୧୧ଟାରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।  www.orissaresults.nic.in ରେ ପ୍ରକାଶ ପାଇବ ଫଳ। ଗତକାଲି ସଂଧ୍ୟାରେ ଏହି ରେଜଲ୍ଟ ପ୍ରକାଶ ପାଇବାର ଥିଲା। କିନ୍ତୁ କୌଣସି କାରଣ ପାଇଁ ବାହାରି ପାରିନଥିଲା।  ଆଜି ଯୁକ୍ତ ଦୁଇ ଅଫ୍‌ଲାଇନ ପରୀକ୍ଷା ଫଳ ବାହାରିବା ନେଇ ଗଣଣିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ଯୁକ୍ତ ଦୁଇ […]

ଅଦ୍ୟତନ ହୋଇଛି
କାଲି ବାହାରିଲାନି, ଆଜି ବାହାରିବ ଯୁକ୍ତ ଦୁଇ ଅଫ୍‌ଲାଇନ୍ ପରୀକ୍ଷାଫଳ

Exam

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ଅଫ୍‌ଲାଇନ ପରୀକ୍ଷା ଫଳ। ଆଜି ଦିନ ୧୧ଟାରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।  www.orissaresults.nic.in ରେ ପ୍ରକାଶ ପାଇବ ଫଳ।

Advertisment

ଗତକାଲି ସଂଧ୍ୟାରେ ଏହି ରେଜଲ୍ଟ ପ୍ରକାଶ ପାଇବାର ଥିଲା। କିନ୍ତୁ କୌଣସି କାରଣ ପାଇଁ ବାହାରି ପାରିନଥିଲା।  ଆଜି ଯୁକ୍ତ ଦୁଇ ଅଫ୍‌ଲାଇନ ପରୀକ୍ଷା ଫଳ ବାହାରିବା ନେଇ ଗଣଣିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି।

ଯୁକ୍ତ ଦୁଇ ଅଫ୍‌ଲାଇନ୍ ପରୀକ୍ଷା ଅକ୍ଟୋବର ୧ରୁ ଆରମ୍ଭ ହୋଇ ୧୧ ତାରିଖରେ ସରିଥିଲା। ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ।୧୩,୦୪୩ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଆବେଦନ କରିଥିଲେ। ୨ଟି ଇଲେକ୍ଟିଭ୍‌ ସବ୍‌ଜେକ୍ଟ ଓ ମାତୃଭାଷାରେ ପରୀକ୍ଷା ହୋଇଥିଲା।

Advertisment

ସୂଚନାଯୋଗ୍ୟ, ଜୁଲାଇ ୩୧ ତାରିଖରେ ପ୍ରକାଶ ପାଇଥିଲା ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷାଫଳ। ଚଳିତବର୍ଷ ବିଜ୍ଞାନରେ ମୋଟ୍‌ ୮୯ ହଜାର ୯୫୧ ପିଲା ପାସ୍ କରିଥିବା ବେଳେ ୫୫୪୬୮ ପିଲା ପ୍ରଥମ ଶ୍ରେଣୀ, ୧୬୯୪୩ ଦ୍ୱିତୀୟ ଶ୍ରେଣୀରେ ଓ ୧୪୬୩୧ ତୃତୀୟ ଶ୍ରେଣୀରେ ପାସ୍‌ କରିଥିଲେ। ବିଜ୍ଞାନରେ ରେଗୁଲାର ପାସ୍ ହାର ୯୯.୮୮% ରହିଛି। ସେହିପରି ବାଣିଜ୍ୟରେ ୯୪.୯୬ ପ୍ରତିଶତ ପାସ୍ କରିଥିବା ବେଳେ ବାଣିଜ୍ୟ ରେଗୁଲାର ପାସ୍ ହାର ୯୯.୯୫% ରହିଛି। ବାଣିଜ୍ୟରେ ପ୍ରଥମ ଶ୍ରେଣୀରେ ପାସ୍ ୮ ହଜାର ୩୫୫ ପାସ୍‌ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ପାସ୍ ୫ ହଜାର ୬୯୨ ଓ ତୃତୀୟ ଶ୍ରେଣୀରେ ପାସ୍ ୯୦୬୬ ଜଣ ପିଲା।

ପରୀକ୍ଷା ନଦେଇ ପିଲାମାନଙ୍କ ରେଜଲ୍‌ଟ ପ୍ରକାଶ ପାଇଥିଲା। ଏହାକୁ ନେଇ କେତେକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ଛାତ୍ରଛାତ୍ରୀଙ୍କ ମନରେ ଥିବା ଅସନ୍ତୋଷ ଦୂର କରିବା ପାଇଁ ଅଫ୍‌ଲାଇନ୍‌ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe