ଯୁକ୍ତ ୨ ପରେ ଘୁଞ୍ଚିଲା ଯୁକ୍ତ ୩ ନାମଲେଖା ଅବଧି

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର):  ଚାରିଆଡ଼େ ବନ୍ୟା ବିଭୀଷିକା । ଧୀରେ ଧୀରେ ଗାଁଗଣ୍ଡାରୁ ପାଣିର ସୁଅ କମୁଥିଲେ ବି  ଦୁର୍ଦ୍ଦଶାର ଅନ୍ତ ହୋଇନି। ଏପରି ସ୍ଥିତିକୁ ଦେଖି ୫ ଦିନ ପୂର୍ବେ ଯୁକ୍ତ ଦୁଇ ନାମଲେଖା ଅବଧିକୁ ଘୁଞ୍ଚାଇ ଦିଆଯାଇଥିବା ବେଳେ ଏବେ  ଯୁକ୍ତ ୩ ନାମଲେଖା ଅବଧିକୁ ମଧ୍ୟ ଘୁଞ୍ଚାଇ ଦିଆଯାଇଛି। ନୂଆ  କାର୍ଯ୍ୟସୂଚୀ ଅନୁଯାୟୀ ଅନଲାଇନ୍ CAF ଆବେଦନର ଶେଷ ତାରିଖକୁ ଅଗଷ୍ଟ ୨୫ ପରିବର୍ତ୍ତେ ସେପ୍ଟେମ୍ବର ୧କୁ ଘୁଞ୍ଚାଇ ଦିଆଯାଇଛି। ସେହିପରି ପ୍ରଥମ […]

Exam

  • Published: Thursday, 25 August 2022
  • , Updated: 25 August 2022, 02:27 PM IST

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର):  ଚାରିଆଡ଼େ ବନ୍ୟା ବିଭୀଷିକା । ଧୀରେ ଧୀରେ ଗାଁଗଣ୍ଡାରୁ ପାଣିର ସୁଅ କମୁଥିଲେ ବି  ଦୁର୍ଦ୍ଦଶାର ଅନ୍ତ ହୋଇନି। ଏପରି ସ୍ଥିତିକୁ ଦେଖି ୫ ଦିନ ପୂର୍ବେ ଯୁକ୍ତ ଦୁଇ ନାମଲେଖା ଅବଧିକୁ ଘୁଞ୍ଚାଇ ଦିଆଯାଇଥିବା ବେଳେ ଏବେ  ଯୁକ୍ତ ୩ ନାମଲେଖା ଅବଧିକୁ ମଧ୍ୟ ଘୁଞ୍ଚାଇ ଦିଆଯାଇଛି। ନୂଆ  କାର୍ଯ୍ୟସୂଚୀ ଅନୁଯାୟୀ ଅନଲାଇନ୍ CAF ଆବେଦନର ଶେଷ ତାରିଖକୁ ଅଗଷ୍ଟ ୨୫ ପରିବର୍ତ୍ତେ ସେପ୍ଟେମ୍ବର ୧କୁ ଘୁଞ୍ଚାଇ ଦିଆଯାଇଛି।

ସେହିପରି ପ୍ରଥମ ପର୍ଯ୍ୟାୟ ନାମଲେଖା ସେପ୍ଟେମ୍ବର ୧ରୁ ୫ ତାରିଖ ପରିବର୍ତ୍ତେ ସେପ୍ଟେମ୍ବର ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସେପ୍ଟେମ୍ବର ୧୬ରୁ ୧୯ ତାରିଖ ଯାଏଁ ଚାଲିବ । ସ୍ପଟ ସିଲେକ୍ସନ୍ ତାରିଖ ସେପ୍ଟେମ୍ବର ୧୯ ପରିବର୍ତ୍ତେ ୨୧ରୁ ଆରମ୍ଭ ହେବ।

ସୂଚନାଯୋଗ୍ୟ,  ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି  ଯୁକ୍ତ ଦୁଇ ନାମଲେଖା ଅବଧିକୁ ଅଗଷ୍ଟ ୩୦ ତାରିଖକୁ ବୃଦ୍ଧି କରାଯାଇଛି ।  ପୂର୍ବରୁ ଅଗଷ୍ଟ ୨୫ଯାଏ ପ୍ରଥମ ପର୍ଯ୍ୟାୟ ନାମଲେଖା ଧାର୍ଯ୍ୟ ହୋଇଥିଲା। ହେଲେ ବନ୍ୟା ଯୋଗୁ ଏହାକୁ ଆଉ ୫ ଦିନ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିବା ସୂଚନା ଦେଇଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ଯୁକ୍ତ ଦୁଇର ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ତାରିଖକୁ ସେପ୍ଟେମ୍ୱର ୮ରୁ ୧୦ ତାରିଖକୁ ଘୁଞ୍ଚା ଯାଇଛି । ସ୍ପଟ୍ ସିଲେକ୍ସନ ସେପ୍ଟେମ୍ୱର ୧୭ରୁ ୨୦ମଧ୍ୟରେ ହେବ  । ବନ୍ୟା ପାଇଁ ରାଜ୍ୟରେ ଏକାଧିକ ଜିଲ୍ଲା କ୍ଷତିଗ୍ରସ୍ତ ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

Related story