Advertisment

୧୧ରୁ ଯୁକ୍ତ ୩ ପାଇଁ ନାମଲେଖା ଆବେଦନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଗଷ୍ଟ ୧୧ ତାରିଖରୁ ଯୁକ୍ତ ୩ରେ ନାମ ଲେଖାଇବା ପାଇଁ ଆବେଦନ କରି ପାରିବେ ଛାତ୍ରଛାତ୍ରୀ। ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏଥିପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଛାତ୍ରଛାତ୍ରୀମାନେ ଅଗଷ୍ଟ ୧୧ରୁ ସାମ୍ସ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ୧୧ର ତାରିଖ ଦିନ ୧୧ଟା ଠାରୁ www.samsodisha. gov. in ରେ ଅନ୍‌ଲାଇନ୍ ଆବେଦନ ଫର୍ମ ଉପଲବ୍ଧ ହେବ। ଆବେଦନ କରିବାର ଶେଷ ତାରିଖ ରହିଛି ଅଗଷ୍ଟ ୨୫। ଅଗଷ୍ଟ ୨୫ ତାରିଖ […]

author-image
Tapaswini Nayak
ଅଦ୍ୟତନ ହୋଇଛି
୧୧ରୁ ଯୁକ୍ତ ୩ ପାଇଁ ନାମଲେଖା ଆବେଦନ

exam

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଗଷ୍ଟ ୧୧ ତାରିଖରୁ ଯୁକ୍ତ ୩ରେ ନାମ ଲେଖାଇବା ପାଇଁ ଆବେଦନ କରି ପାରିବେ ଛାତ୍ରଛାତ୍ରୀ। ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏଥିପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

Advertisment

ଛାତ୍ରଛାତ୍ରୀମାନେ ଅଗଷ୍ଟ ୧୧ରୁ ସାମ୍ସ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ୧୧ର ତାରିଖ ଦିନ ୧୧ଟା ଠାରୁ www.samsodisha. gov. in ରେ ଅନ୍‌ଲାଇନ୍ ଆବେଦନ ଫର୍ମ ଉପଲବ୍ଧ ହେବ। ଆବେଦନ କରିବାର ଶେଷ ତାରିଖ ରହିଛି ଅଗଷ୍ଟ ୨୫। ଅଗଷ୍ଟ ୨୫ ତାରିଖ ରାତି ୧୧ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ।

ଅଗଷ୍ଟ ୩୧ ତାରିଖରେ ପ୍ରଥମ ମେରିଟ୍ ଲିଷ୍ଟ୍ ପ୍ରକାଶ ପାଇବ। ସେମାନଙ୍କର ଆଡ୍‌ମିଶନ ପ୍ରକ୍ରିୟା ସେପ୍ଟେମ୍ବର ୨ରୁ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହା ପରେ ସେପ୍ଟେମ୍ବର ୧୧ରେ ୨ୟ ମେରିଟ ଲିଷ୍ଟ ପ୍ରକାଶ ପାଇବ। ଏଥିରେ ଯେଉଁ ଛାତ୍ରଛାତ୍ରୀଙ୍କ ନାଁ ଥିବ ସେମାନଙ୍କ ନାମଲେଖା ସେପ୍ଟେମ୍ବର ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହା ପରେ ସିଟ୍ ଖାଲି ପଡ଼ିଲେ ସେପ୍ଟେମ୍ବର ୧୬ ତାରିଖରେ ସେ ସଂପର୍କିତ ସୂଚନା ସାମ୍ସ ପୋର୍ଟାଲରେ ଉପଲବ୍ଧ ହେବ।

Advertisment

ଏହା ମଧ୍ୟରେ ଯୁକ୍ତ ଦୁଇ ବିଜ୍ଞାନ, ବାଣିଜ୍ୟ ଓ କଳାର ପରୀକ୍ଷା ଫଳ ପ୍ରକାଶ ପାଇସାରିଛି। ଜୁଲାଇ ୨୭ ତାରିଖରେ ବିଜ୍ଞାନ ଓ ବାଣିଜ୍ୟର ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ସୋମବାର (ଗତକାଲି) କଳାର ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନରେ ପାସ୍ ହାର ୯୪% ରହିଥିବା ବେଳେ ବାଣିଜ୍ୟରେ ୮୯% ଓ କଳାରେ ୮୨.୧୦% ରହିଛି।