PMC Recruitment: ମେଡିକାଲ ଅଫିସର୍ ସମେତ ୪୦୦ ପଦବୀ ପାଇଁ ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ: ପୁଣେ ମ୍ୟୁନିସିପାଲ କର୍ପୋରେସନର ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ମେଡିକାଲ ଅଫିସର, ନର୍ସିଂ, ଏଏନ୍‌ଏମ୍‌ ଏବଂ ଅନ୍ୟ ବିଭାଗରେ ଖାଲି ପଡିଥିବା ୪୦୦ ପଦବୀ ପାଇଁ ଏହି ବିଜ୍ଞପ୍ତି ଜାରି କରାଯାଇଛି।

ମୋଟ ପଦବୀ

-ମେଡିକାଲ ଅଫିସର:୧୦୦

-ନର୍ସିଂ:୧୦୦

-ଏଏନ୍‌ଏମ୍‌:୧୦୦

-ଆୟା:୧୦୦

ଶିକ୍ଷାଗତ ଯୋଗ୍ୟତା: ୮ମ/୧୦ମ/ MSCIT / ANM /BAMS / MBBS ଯୋଗ୍ୟତାଧାରୀ ଏହି ସବୁ ପଦବୀ ପାଇଁ ଆବେଦନ କରିପାରିବେ।

ବୟସ ସୀମା: ଆଶାୟୀ ପ୍ରାର୍ଥୀଙ୍କ ଅଧିକତମ ବୟସ ୩୮ ବର୍ଷ ହୋଇଥିବା ଉଚିତ।

କିଭଳି କରିବେ ଆବେଦନ: ଯୋଗ୍ୟ ତଥା ଇଚ୍ଛୁକ ପ୍ରାର୍ଥୀ ପିଏମ୍‌ସିର ଅଫିସିଆଲ ୱେବସାଇଟ୍‌କୁ ଯାଇ ଉପରିସ୍ଥ ପଦବୀ ପାଇଁ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ଏପ୍ରିଲ ୨ ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।