Advertisment

PGCILର ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି, ଆଜି ହିଁ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ସରକାରୀ ଚାକିରି ପ୍ରତି ଇଚ୍ଛୁକ ରଖିଥିବା ଆଶାୟୀ ପ୍ରାର୍ଥୀଙ୍କ ପାଇଁ ବନ ସୁଯୋଗ । ପାୱାର ଗ୍ରୀଡ୍‌ କର୍ପୋରେସନ ଅଫ୍‌ ଇଣ୍ଡିଆ (ପିଜିସିଆଇଏଲ୍‌)ରେ ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଆଶାୟୀ ପ୍ରାର୍ଥୀ ଆଜିଠାରୁ ହିଁ ଆବେଦନ କରିପାରିବେ।   ମୋଟ ପଦବୀ-୪୦ ଏଗ୍‌ଜିକ୍ୟୁଟିଭ ଟ୍ରେନି ଇଲେକ୍ଟ୍ରିକାଲ-୨୦ ଏଗ୍‌ଜିକ୍ୟୁଟିଭ ଟ୍ରେନି ଇଲେକ୍‌ଟ୍ରୋନିକ୍ସ-୧୦ ଏଗ୍‌ଜିକ୍ୟୁଟିଭ ଟ୍ରେନି ସିଭିଲ୍‌-୧୦   ଶିକ୍ଷାଗତ ଯୋଗ୍ୟତା ଯେକୌଣସି ମାନ୍ୟତା ପ୍ରାପ୍ତ ସଂସ୍ଥାରୁ ବି-ଇ, ବି-ଟେକ୍‌ ସମ୍ବନ୍ଧୀୟ ଟ୍ରେଡ୍‌ରେ […]

ଅଦ୍ୟତନ ହୋଇଛି
PGCILର ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି, ଆଜି ହିଁ କରନ୍ତୁ ଆବେଦନ

Power Grid

Advertisment

ନୂଆଦିଲ୍ଲୀ: ସରକାରୀ ଚାକିରି ପ୍ରତି ଇଚ୍ଛୁକ ରଖିଥିବା ଆଶାୟୀ ପ୍ରାର୍ଥୀଙ୍କ ପାଇଁ ବନ ସୁଯୋଗ । ପାୱାର ଗ୍ରୀଡ୍‌ କର୍ପୋରେସନ ଅଫ୍‌ ଇଣ୍ଡିଆ (ପିଜିସିଆଇଏଲ୍‌)ରେ ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଆଶାୟୀ ପ୍ରାର୍ଥୀ ଆଜିଠାରୁ ହିଁ ଆବେଦନ କରିପାରିବେ।

Advertisment

ମୋଟ ପଦବୀ-୪୦

ଏଗ୍‌ଜିକ୍ୟୁଟିଭ ଟ୍ରେନି ଇଲେକ୍ଟ୍ରିକାଲ-୨୦

ଏଗ୍‌ଜିକ୍ୟୁଟିଭ ଟ୍ରେନି ଇଲେକ୍‌ଟ୍ରୋନିକ୍ସ-୧୦

ଏଗ୍‌ଜିକ୍ୟୁଟିଭ ଟ୍ରେନି ସିଭିଲ୍‌-୧୦

ଶିକ୍ଷାଗତ ଯୋଗ୍ୟତା

ଯେକୌଣସି ମାନ୍ୟତା ପ୍ରାପ୍ତ ସଂସ୍ଥାରୁ ବି-ଇ, ବି-ଟେକ୍‌ ସମ୍ବନ୍ଧୀୟ ଟ୍ରେଡ୍‌ରେ ଡିଗ୍ରୀ ହାସଲ କରିଥିବା ଉଚିତ। ଏଥିସହ ଗ୍ରାଜୁଏସନ୍‌ ପରେ ହେଉଥିବା `ଗେଟ୍'‌ ପରୀକ୍ଷାରେ ପାସ୍‌ କରିଥିବା ଉଚିତ୍‌। ଗେଟ୍‌ ପରୀକ୍ଷାରେ ଥିବା ମାର୍କ ଆଧାରରେ ହିଁ ଏହି ସବୁ ପଦବୀ ପାଇଁ ପ୍ରାର୍ଥୀ ଚୟନ କରାଯିବ। ଚଳିତ ବର୍ଷ ଗେଟ୍‌ ପରୀକ୍ଷା ଦେଇଥିବା ପ୍ରାର୍ଥୀ ମଧ୍ୟ ଏହି ସବୁ ପଦବୀ ପାଇଁ ଆବେଦନ କରିପାରିବେ।

ବୟସ ସୀମା

ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୨୮ବର୍ଷ ହେବା ଉଚିତ୍। ୩୧ ଡିସେମ୍ବର ୨୦୨୦ରୁ ବୟସ ସୀମା ହିସାବ କରାଯିବ।

Advertisment

ଆବେଦନ ଶୁଳ୍କ

ସାଧାରଣ ବର୍ଗ ପ୍ରାର୍ଥୀଙ୍କୁ ୫୦୦ ଟଙ୍କା ଫି ଦେବାକୁ ପଡ଼ିବ । ସେମାନେ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ ଶୁଳ୍କ ଜମା କରିପାରିବେ।ଅନ୍ୟପକ୍ଷରେ ଏସସି, ଏସଟି ଏବଂ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କୁ ଆବେଦନ ଫି' ଦେବାକୁ ପଡ଼ିବନି।

କିଭଳି କରିବେ ଆବେଦନ?

ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିବାକୁ ହେଲେ ଆପଣଙ୍କୁ ପାୱାର ଗ୍ରୀଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆର ଅଫିସିଆଲ୍ ୱେବସାଇଟ୍ https://www.powergridindia.com  ଲଗ୍‌ଇନ୍‌ କରିବାକୁ ପଡିବ। ଏଠାରେ ଆବେଦନ ଫର୍ମ ପୂରଣ କରିବାକୁ ହେବ। ୱେବସାଇଟ୍ ରେ ହିଁ ଆପଣ ଆବେଦନ ଫର୍ମ ପୂରଣ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ପାଇପାରିବେ। ଆସନ୍ତା ଏପ୍ରିଲ ୧୫ ଆବେଦନର ଶେଷ ତାରିଖ ରହିଛି।

Job Vacancy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe