ନୂଆଦିଲ୍ଲୀ: ଭାରତୀୟ ରେଲୱେ ସହ ଯୋଡ଼ି ହେବା ପାଇଁ ଏକ ଭଲ ସୁଯୋଗ ଆସିଛି। Diesel Locomotive Works Varanasi ଏହାର ITI 42nd Batch Apprenticeship ଏବଂ Non-ITI trades ଯଥା fitter, carpenter, machinist, welder ପୋଷ୍ଟ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଗ୍ରହୀମାନେ ଏଥିପାଇଁ ଆବେଦନ କରିପାରିବେ। ତେବେ ଆବେଦନ କରିବାର ଶେଷ ତାରିଖ ହେଉଛି ନଭେମ୍ବର ୯ ,୨୦୧୮।
ଅଧିକ ବିବରଣୀ
DLW – Indian Railways, Varanasi ସମୁଦାୟ ୩୭୪ ନିଯୁକ୍ତି ବାହାର କରିଛି। ସେଥିମଧ୍ୟରୁ ଆଇଟିଆଇ ପୋଷ୍ଟ୍-300। ଆଇଟିଆଇ ପୋଷ୍ଟରେ Fitter-୧୦୭, Carpenter-୦୩, Painter- ୦୭, Machinist- ୬୭, Welder-୪୫, Electrician- ୭୧।
ଅନ୍ୟ ପୋଷ୍ଟ୍ (Non-ITI) - ୭୪। Fitter- ୩୦, Machinist- ୧୫,Welder- ୧୫ ଓ Electrician- ୧୮।
ଶିକ୍ଷାଗତ ଯୋଗ୍ୟତା: ଦଶମ ଓ ଦ୍ୱାଦଶ ପାସ କରିବା ସହ ଯେକୌଣସି ଟ୍ରେଡ୍ରେ ଆଇଟିଆଇ ପାସ କରିଥିବା ପିଲାମାନେ ଆଇଟିଆଇ ପୋଷ୍ଟ ପାଇଁ ଆବେଦନ କରି ପାରିବେ।
ସେହିପରି ଓ ଦ୍ୱାଦଶ ପାସ୍ କରିଥିବା ବ୍ୟକ୍ତି Non-ITI ପୋଷ୍ଟ୍ ପାଇଁ ଆବେଦନ କରିପାଇବେ।
ବୟସ: ସର୍ବନିମ୍ନ୧୫ ବର୍ଷ ଓ ସର୍ବାଧିକ:୨୨ ବର୍ଷ ହୋଇଥିବା ଆବଶ୍ୟକ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।