Advertisment

ଆର୍‌ବିଆଇରେ ବାହାରିଛି ଚାକିରି, ଆରମ୍ଭ ହୋଇସାରିଛି ଆବେଦନ ପ୍ରକ୍ରିୟା

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ରେ ବିଭିନ୍ନ ପଦପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ଖାଲିପଡ଼ିଥିବା ପାଖାପାଖି ୧୪ଟି ପଦପଦବୀରେ ଏହି ନିଯୁକ୍ତି ଦିଆଯିବ। ଲିଗାଲ୍ ଅଫିସର, ମ୍ୟାନେଜର, ଆସିଷ୍ଟାଣ୍ଟ ଲାଇବ୍ରେରିଆନ ଓ କ୍ୟୁରେଟର ଭଳି ପଦପଦବୀରେ ଏହି ନିଯୁକ୍ତି ଦିଆଯିବ। ଗ୍ରେଡ୍ ‘ବି’ରେ ୨ଟି ଲିଗାଲ ଅଫିସର ପଦବୀ ଖାଲିପଡ଼ିଛି। ସେହିଭଳି ୬ଟି ମ୍ୟାନେଜର (ଟେକ୍ନିକାଲ- ସିଭିଲ୍‌) ଓ ୩ଟି ମ୍ୟାନେଜର (ଟେକ୍ନିକାଲ୍- ଇଲେକ୍ଟ୍ରିକାଲ୍‌) ପଦ ଖାଲି ଅଛି। ଗ୍ରେଡ୍‌ ‘ଏ’ରେ ଗୋଟିଏ ଆସିଷ୍ଟାଣ୍ଟ ଲାଇବ୍ରେରିଆନ […]

ଅଦ୍ୟତନ ହୋଇଛି
ରେପୋରେଟ ବଢ଼ାଇଲା ଭାରତୀୟ ରିଜର୍ଭ ବ୍ୟାଙ୍କ  

RBI

Advertisment

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ରେ ବିଭିନ୍ନ ପଦପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ଖାଲିପଡ଼ିଥିବା ପାଖାପାଖି ୧୪ଟି ପଦପଦବୀରେ ଏହି ନିଯୁକ୍ତି ଦିଆଯିବ। ଲିଗାଲ୍ ଅଫିସର, ମ୍ୟାନେଜର, ଆସିଷ୍ଟାଣ୍ଟ ଲାଇବ୍ରେରିଆନ ଓ କ୍ୟୁରେଟର ଭଳି ପଦପଦବୀରେ ଏହି ନିଯୁକ୍ତି ଦିଆଯିବ।

Advertisment

ଗ୍ରେଡ୍ ‘ବି’ରେ ୨ଟି ଲିଗାଲ ଅଫିସର ପଦବୀ ଖାଲିପଡ଼ିଛି। ସେହିଭଳି ୬ଟି ମ୍ୟାନେଜର (ଟେକ୍ନିକାଲ- ସିଭିଲ୍‌) ଓ ୩ଟି ମ୍ୟାନେଜର (ଟେକ୍ନିକାଲ୍- ଇଲେକ୍ଟ୍ରିକାଲ୍‌) ପଦ ଖାଲି ଅଛି। ଗ୍ରେଡ୍‌ ‘ଏ’ରେ ଗୋଟିଏ ଆସିଷ୍ଟାଣ୍ଟ ଲାଇବ୍ରେରିଆନ ଓ ଗୋଟିଏ ଆର୍କିଟେକ୍ଟ ପଦ ଖାଲି ଅଛି। ସେହିଭଳି ଆରବିଆଇର କୋଲକାତା ସ୍ଥିତ ମ୍ୟୁଜିୟମ ପାଇଁ ଗୋଟିଏ ପୂର୍ଣ୍ଣକାଳୀନ ଚୁକ୍ତିଭିତ୍ତିକ କ୍ୟୁରେଟର ପଦ ଖାଲି ପଡ଼ିଛି।

ଗ୍ରେଡ୍ ‘ଏ’ ପଦପଦବୀରେ ଯେଉଁମାନେ ନିଯୁକ୍ତି ପାଇବେ ସେମାନଙ୍କ ମାସିକ ଦରମା ୪୪,୫୦୦ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ଯେଉଁମାନେ ଗ୍ରେଡ୍ ‘ବି’ର ଅଫିସର ଭାବେ ଯୋଗ ଦେବେ ସେମାନଙ୍କ ମାସିକ ଦରମା ୫୫,୨୦୦ ଟଙ୍କାରୁ ଆରମ୍ଭ ହେଉଛି।

Advertisment

ଏହି ପଦପଦବୀରେ ନିଯୁକ୍ତି ପାଇଁ ଆଶାୟୀମାନଙ୍କୁ ପ୍ରଥମେ ଅନ୍‌ଲାଇନ୍‌ରେ ଆବେଦନ କରିବାକୁ ପଡ଼ିବ। ଆରବିଆଇ ୱେବ୍‌ସାଇଟ୍‌ www.rbi.org.in କୁ ଯାଇ ଆଶାୟୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଆବେଦନ କରିବାର ଅନ୍ୟ କୌଣସି ମାଧ୍ୟମର ବ୍ୟବସ୍ଥା ହୋଇନାହିଁ।

ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏହାର ଶେଷ ତାରିଖ ରହିଛି ଫେବ୍ରୁଆରୀ ୪। ସେହିଦିନ ସନ୍ଧ୍ୟା ୬ଟା ସୁଦ୍ଧା ଅନ୍‌ଲାଇନ୍‌ରେ ଆବେଦନ କରି ହେବ। ଅଧିକ ସୂଚନା ପାଇଁ ଆର୍‌ବିଆଇର ୱେକ୍‌ସାଇଟ୍‌କୁ ଯାଆନ୍ତୁ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe