Advertisment

RBIରେ ଚାକିରି ସୁଯୋଗ, ବାହାରିଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଚାକିରି କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ବ୍ୟାଙ୍କରେ ଖାଲି ପଡିଥିବା ୨୯୪ଟି ବିଭିନ୍ନ ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି। ଏହି ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ମୋଟ ପଦବୀ-୨୯୪ ଗ୍ରେଡ୍ ‘ବି’ ଅଫିସର (DR)- ସାଧାରଣ: 238 ଗ୍ରେଡ୍ ‘ବି’ ଅଫିସର (DR) – DEPR: ୩୧ ଗ୍ରେଡ୍ ‘ବି’ ଅଫିସର (DR) – DSIM: ୨୫ ଶିକ୍ଷାଗତ ଯୋଗ୍ୟତା- […]

author-image
Madhupriya Mistry
ଅଦ୍ୟତନ ହୋଇଛି
RBIରେ ଚାକିରି ସୁଯୋଗ, ବାହାରିଲା ବିଜ୍ଞପ୍ତି

Job in RBI

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଚାକିରି କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ବ୍ୟାଙ୍କରେ ଖାଲି ପଡିଥିବା ୨୯୪ଟି ବିଭିନ୍ନ ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି। ଏହି ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

Advertisment

ମୋଟ ପଦବୀ-୨୯୪

ଗ୍ରେଡ୍ 'ବି' ଅଫିସର (DR)- ସାଧାରଣ: 238

ଗ୍ରେଡ୍ 'ବି' ଅଫିସର (DR) - DEPR: ୩୧

ଗ୍ରେଡ୍ 'ବି' ଅଫିସର (DR) - DSIM: ୨୫

ଶିକ୍ଷାଗତ ଯୋଗ୍ୟତା- ଗ୍ରାଜୁଏଟ ଏବଂ ପୋଷ୍ଟ ଗ୍ରାଜୁଏଟ୍‌ ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀମାନେ ଖାଲିଥିବା ପଦବୀ ଅଫିସର୍ ଗ୍ରେଡ୍ 'ବି' - ଜେନେରାଲ୍, ଗ୍ରେଡ୍ 'ବି' - DEPR ଏବଂ ଅଫିସର୍ ଗ୍ରେଡ୍ 'ବି - ଡିଏସ୍ଏମ୍ ପାଇଁ ଆବେଦନ କରିପାରିବେ।

ବୟସ ସୀମା- ଆବେଦନକାରୀଙ୍କ ବୟସ ୨୧ବର୍ଷରୁ କମ୍ ଏବଂ ୩୦ ବର୍ଷରୁ ଅଧିକ ହୋଇନଥିବା ଉଚିତ।

Advertisment

କିଭଳି କରିବେ ଆବେଦନ?

ଆର୍‌ବିଆଇର ଅଫିସିଆଲ ୱେବସାଇଟ୍‌ www.rbi.org.in ଲଗ୍‌ ଇନ୍‌ କରି ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିପାରିବେ। ମାର୍ଚ୍ଚ ୨୮ରୁ ଅନ୍‌ଲାଇନ୍‌ ଆବେଦନ ଆରମ୍ଭ ହେବ। ଆବେଦନ କରିବାର ଶେଷ ତାରିଖ ଏପ୍ରିଲ ୨୮ ରହିଛି।

ବିଜ୍ଞପ୍ତି ଅନୁଯାୟୀ ଆର୍‌ବିଆଇ ଗ୍ରେଡ୍‌-ବି ପରୀକ୍ଷା ଆସନ୍ତା ମେ' ୨୮ରୁ ଅଗଷ୍ଟ୬,୨୦୨୨ରେ ଅନୁଷ୍ଠିତ ହେବ।