Advertisment

୯୫୦ ଜଣଙ୍କୁ ନିଯୁକ୍ତି ଦେବ RBI, ୧୭ରୁ ଅନ୍‌ଲାଇନ୍‌ ଆବେଦନ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଏହାର ବିଭିନ୍ନ ସ୍ଥାନରେ ଥିବା ଅଫିସ୍‌ରେ ୯୫୦ ଜଣଙ୍କୁ ନିଯୁକ୍ତି ଦେବାକୁ ବିଜ୍ଞପ୍ତି ପ୍ରକାଶ କରିଛି। ଆସିଷ୍ଟାଣ୍ଟ ପଦବୀ ପାଇଁ ଏହି ନିଯୁକ୍ତି ଦିଆଯିବ। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଫେବ୍ରୁଆରୀ ୧୭ ତାରିଖରୁ ଅନ୍‌ଲାଇନ୍‌ରେ ଏଥିପାଇଁ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୮ ରହିଛି ବୋଲି ଆର୍‌ବିଆଇ ପକ୍ଷରୁ ଦିଆଯାଇଥିବା ସଂକ୍ଷିପ୍ତ ନୋଟିସ୍‌ରେ ଉଲ୍ଲେଖ କରିଛି। ଅନ୍‌ଲାଇନ୍ ଆବେଦନ ପାଇଁ ଫେବ୍ରୁଆରୀ ୧୭ ତାରିଖରୁ ୱେବ୍‌ସାଇଟ୍ […]

ଅଦ୍ୟତନ ହୋଇଛି
୯୫୦ ଜଣଙ୍କୁ ନିଯୁକ୍ତି ଦେବ RBI, ୧୭ରୁ ଅନ୍‌ଲାଇନ୍‌ ଆବେଦନ

RBI

Advertisment

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଏହାର ବିଭିନ୍ନ ସ୍ଥାନରେ ଥିବା ଅଫିସ୍‌ରେ ୯୫୦ ଜଣଙ୍କୁ ନିଯୁକ୍ତି ଦେବାକୁ ବିଜ୍ଞପ୍ତି ପ୍ରକାଶ କରିଛି। ଆସିଷ୍ଟାଣ୍ଟ ପଦବୀ ପାଇଁ ଏହି ନିଯୁକ୍ତି ଦିଆଯିବ।

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଫେବ୍ରୁଆରୀ ୧୭ ତାରିଖରୁ ଅନ୍‌ଲାଇନ୍‌ରେ ଏଥିପାଇଁ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୮ ରହିଛି ବୋଲି ଆର୍‌ବିଆଇ ପକ୍ଷରୁ ଦିଆଯାଇଥିବା ସଂକ୍ଷିପ୍ତ ନୋଟିସ୍‌ରେ ଉଲ୍ଲେଖ କରିଛି। ଅନ୍‌ଲାଇନ୍ ଆବେଦନ ପାଇଁ ଫେବ୍ରୁଆରୀ ୧୭ ତାରିଖରୁ ୱେବ୍‌ସାଇଟ୍ ଲିଙ୍କ୍ ଖୋଲିବ। ଆବେଦନ ପତ୍ର କେବଳ ଅନ୍‌ଲାଇନ୍‌ରେ ହିଁ ଗ୍ରହଣ କରାଯିବ।

ସଂପୂର୍ଣ୍ଣ ବିଜ୍ଞପ୍ତି ଏହାର ୱେବ୍‌ସାଇଟ୍‌ www.rbi.org.in ରେ ଚଳିତ ସପ୍ତାହରୁ ଉପଲବ୍ଧ ହେବ ବୋଲି ଏଥିରେ ଉଲ୍ଲେଖ ରହିଛି। ଏଥିରେ ପ୍ରାର୍ଥୀଙ୍କ ଯୋଗ୍ୟତା, ଦରମା ଓ ଅନ୍ୟ ବିଷୟରେ ସବିଶେଷ ସୂଚନା ଉପଲବ୍ଧ ହେବ।

Advertisment

ଉପଯୁକ୍ତ ତଥା ଦକ୍ଷ ପ୍ରାର୍ଥୀ ବାଛିବା ପାଇଁ ଆର୍‌ବିଆଇ ପକ୍ଷରୁ ଦେଶ ବ୍ୟାପୀ ପରୀକ୍ଷା ହେବ। ଦୁଇଟି ପର୍ଯ୍ୟାୟରେ ଏହି ପରୀକ୍ଷା କରାଯିବ। ମାର୍ଚ୍ଚ ୨୬-୨୭ରେ ଅନ୍‌ଲାଇନ୍‌ରେ ପରୀକ୍ଷା ହୋଇପାରେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe