Advertisment

ଓଡ଼ିଶା ପୁଲିସ୍‌ରେ ୨୪୪ଟି କନଷ୍ଟେବଲ୍‌ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ

ଓଡ଼ିଶା ପୁଲିସ୍‌ରେ ୨୪୪ଟି କନଷ୍ଟେବଲ ପଦବୀ (କମ୍ୟୁନିକେସନ୍‌)ରେ ଠିକା ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ପୁଲିସ୍ ସିଲେକ୍ସନ ବୋର୍ଡ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇ ଯୋଗ୍ୟ ଆଶାୟୀ ପ୍ରାର୍ଥୀଙ୍କ ଠାରୁ ଦରଖାସ୍ତ ଆହ୍ୱାନ କରାଯାଇଛି। ଏହି ୨୪୪ଟି ପଦବୀ ପାଇଁ ଯେଉଁମାନେ ଯୋଗ୍ୟ ବିବେଚିତ ହେବେ ସେମାନଙ୍କୁ ଓଡ଼ିଶା ପୁଲିସ୍ ସିଗ୍‌ନାଲ୍ ସର୍ଭିସ୍‌ରେ ନିଯୁକ୍ତି ଦିଆଯିବ। ବୋର୍ଡର ବିଜ୍ଞପ୍ତି ଅନୁଯାୟୀ, କିନ୍ନରମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ। ତେବେ ପିଡବ୍ଲ୍ୟୁଡି ପ୍ରାର୍ଥୀମାନେ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ଓଡ଼ିଶା ପୁଲିସ୍‌ରେ ୨୪୪ଟି କନଷ୍ଟେବଲ୍‌ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ

police

ଓଡ଼ିଶା ପୁଲିସ୍‌ରେ ୨୪୪ଟି କନଷ୍ଟେବଲ ପଦବୀ (କମ୍ୟୁନିକେସନ୍‌)ରେ ଠିକା ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ପୁଲିସ୍ ସିଲେକ୍ସନ ବୋର୍ଡ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇ ଯୋଗ୍ୟ ଆଶାୟୀ ପ୍ରାର୍ଥୀଙ୍କ ଠାରୁ ଦରଖାସ୍ତ ଆହ୍ୱାନ କରାଯାଇଛି। ଏହି ୨୪୪ଟି ପଦବୀ ପାଇଁ ଯେଉଁମାନେ ଯୋଗ୍ୟ ବିବେଚିତ ହେବେ ସେମାନଙ୍କୁ ଓଡ଼ିଶା ପୁଲିସ୍ ସିଗ୍‌ନାଲ୍ ସର୍ଭିସ୍‌ରେ ନିଯୁକ୍ତି ଦିଆଯିବ।

Advertisment

ବୋର୍ଡର ବିଜ୍ଞପ୍ତି ଅନୁଯାୟୀ, କିନ୍ନରମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ। ତେବେ ପିଡବ୍ଲ୍ୟୁଡି ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ ନାହିଁ।

ଆଶାୟୀ ପ୍ରାର୍ଥୀମାନେ ସେପ୍ଟେମ୍ବର ୧୩ ତାରିଖରୁ ଏଥିପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ଅକ୍ଟୋବର ୪ ରହିଛି।

Advertisment

ବୟସ ସୀମା

ଆଶାୟୀ ପ୍ରାର୍ଥୀଙ୍କ ବୟସ ୧.୧.୨୦୨୧ ସୁଦ୍ଧା ୧୮ ବର୍ଷରୁ କମ୍ ହୋଇ ନଥିବ କି ୨୩ ବର୍ଷରୁ ଅଧିକ ହୋଇ ନଥିବ। ତେବେ ଏସ୍‌ସି, ଏସ୍‌ଟି, ଏସ୍‌ଇବିସି, ହୋମ୍‌ଗାର୍ଡ ଓ ମହିଳା ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ୫ ବର୍ଷ କୋହଳ କରାଯାଇଛି।

ହୋମ୍‌ଗାର୍ଡଙ୍କ କ୍ଷେତ୍ରରେ ଏହି ବିଜ୍ଞପ୍ତି ପ୍ରକାଶ ପାଇବା ସୁଦ୍ଧା ଜଣେ ଅନବରତ ଭାବେ ୩ ବର୍ଷ ଚାକିରି କରିଥିବା ଆବଶ୍ୟକ। ସେହିପରି ୧.୧.୨୦୨୧ ସୁଦ୍ଧା ତାଙ୍କ ବୟସ ୨୮ ବର୍ଷରୁ କମ୍ ହୋଇଥିବା ଜରୁରୀ।

ଗ୍ରୁପ୍‌-ଡି ଚାକିରିଆଙ୍କ କ୍ଷେତ୍ରରେ ପ୍ରାର୍ଥୀ ଅତିକମ୍‌ରେ ୫ ବର୍ଷ ଚାକିରି କରିଥିବା ଆବଶ୍ୟକ। ତା’ସହିତ ତାଙ୍କ ବୟସ ୪୩ ବର୍ଷରୁ କମ୍‌ ହୋଇଥିବା ଆବଶ୍ୟକ।

ଶିକ୍ଷାଗତ ଯୋଗ୍ୟତା

ଆଶାୟୀମାନେ ଅତିକମ୍‌ରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ବା ଇଲେକ୍ଟ୍ରୋନିକ୍ସ ବା ଷ୍ଟାଟିଷ୍ଟିକ୍‌ ବା କମ୍ପ୍ୟୁଟର ସାଇନ୍ସ ବା ଇନ୍‌ଫର୍ମମେସନ୍ ଟେକ୍ନୋଲୋଜି ବିଷୟ ଥାଇ ଯୁକ୍ତ ଦୁଇ ପାସ୍ କରିଥିବା ଆବଶ୍ୟକ। ସେହିପରି ଇଞ୍ଜିନିୟରିଂରେ ୩ ବର୍ଷର ଇଞ୍ଜିନିୟରିଂ କୋର୍ସ କରିଥିବା ପ୍ରାର୍ଥୀ ମଧ୍ୟ ଆବେଦନ କରିପାରିବେ।

ପରୀକ୍ଷା ଓ ଫି’

ଏହି ନିଯୁକ୍ତି ପାଇଁ କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା ହେବ। ତା’ସହିତ ଶାରୀରିକ ଦକ୍ଷତା ଟେଷ୍ଟ ମଧ୍ୟ ହେବ। ଏସ୍‌ସି ଓ ଏସ୍‌ଟି ପ୍ରାର୍ଥୀଙ୍କ ବ୍ୟତୀତ ଅନ୍ୟ ସମସ୍ତ ପ୍ରାର୍ଥୀଙ୍କୁ ଏହି ପରୀକ୍ଷା ପାଇଁ ଅନ୍‌ଲାଇନ୍‌ରେ ୨୨୦ ଟଙ୍କା ଡିପୋଜିଟ୍ କରିବାକୁ ହେବ।

ଅଧିକ ଜାଣିବା ପାଇଁ ନିମ୍ନରେ ଦିଆଯାଇଥିବା ବିଜ୍ଞପ୍ତିଟିକୁ ଦେଖନ୍ତୁ।

Odisha Police Job Vacancy