Advertisment

ଇଞ୍ଜିନିୟରିଂ ଛାତ୍ରୀଙ୍କ ପାଇଁ NTPCରେ ସୁଯୋଗ, ଶୀଘ୍ର କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଏନ୍‌ଟିପିସିରେ କାମ କରିବା ପାଇଁ ଇଚ୍ଛୁକ ଥିବା ଇଞ୍ଜିନିୟରିଂ ଛାତ୍ରୀଙ୍କ ପାଇଁ ଆସିଛି ବଡ ସୁଯୋଗ। ଏନ୍‌ଟିପିସି ଲିମିଟେଡ୍‌ ପକ୍ଷରୁ ଇଂଜିନିଅରିଂ ଏକ୍‌ଗିକ୍ୟୁଟିଭ ଟ୍ରେନି ପାଇଁ ୫୦ଟି ପଦବୀ ଲାଗି ବିଜ୍ଞପ୍ତି ଜାରି କରିଛି। ଏହି ସବୁ ପଦବୀ ପାଇଁ କେବଳ ଛାତ୍ରୀ ତଥା ମହିଳା ପ୍ରାର୍ଥୀମାନେ  ହିଁ ଆବେଦନ କରିପାରିବେ। ମୋଟ ପଦବୀ-୫୦ ବିଜ୍ଞପ୍ତି ଅନୁଯାୟୀ, ୨୨ ଟି ଇଲେକ୍‌ଟ୍ରିକାଲ ଟ୍ରେଡ୍‌,  ମେକାନିକଲ ପାଇଁ ୧୪ଟି ଏବଂ ଇଲେକ୍‌ଟ୍ରୋନିକ୍‌/ଇଂଷ୍ଟୁମେଣ୍ଟେସନ ପାଇଁ ୧୪ଟି ପଦବୀ ରହିଛି। […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଇଞ୍ଜିନିୟରିଂ ଛାତ୍ରୀଙ୍କ ପାଇଁ NTPCରେ ସୁଯୋଗ, ଶୀଘ୍ର କରନ୍ତୁ ଆବେଦନ

NTPC LTD

ନୂଆଦିଲ୍ଲୀ: ଏନ୍‌ଟିପିସିରେ କାମ କରିବା ପାଇଁ ଇଚ୍ଛୁକ ଥିବା ଇଞ୍ଜିନିୟରିଂ ଛାତ୍ରୀଙ୍କ ପାଇଁ ଆସିଛି ବଡ ସୁଯୋଗ। ଏନ୍‌ଟିପିସି ଲିମିଟେଡ୍‌ ପକ୍ଷରୁ ଇଂଜିନିଅରିଂ ଏକ୍‌ଗିକ୍ୟୁଟିଭ ଟ୍ରେନି ପାଇଁ ୫୦ଟି ପଦବୀ ଲାଗି ବିଜ୍ଞପ୍ତି ଜାରି କରିଛି। ଏହି ସବୁ ପଦବୀ ପାଇଁ କେବଳ ଛାତ୍ରୀ ତଥା ମହିଳା ପ୍ରାର୍ଥୀମାନେ  ହିଁ ଆବେଦନ କରିପାରିବେ।

Advertisment

ମୋଟ ପଦବୀ-୫୦

ବିଜ୍ଞପ୍ତି ଅନୁଯାୟୀ, ୨୨ ଟି ଇଲେକ୍‌ଟ୍ରିକାଲ ଟ୍ରେଡ୍‌,  ମେକାନିକଲ ପାଇଁ ୧୪ଟି ଏବଂ ଇଲେକ୍‌ଟ୍ରୋନିକ୍‌/ଇଂଷ୍ଟୁମେଣ୍ଟେସନ ପାଇଁ ୧୪ଟି ପଦବୀ ରହିଛି। ପ୍ରାରମ୍ଭରେ ସମସ୍ତଙ୍କୁ ଏକ ବର୍ଷର ତାଲିମ ଦିଆଯିବ, ଏହା ପରେ ଏକ ଚୁକ୍ତି ସ୍ୱାକ୍ଷର ହେବ । ଏହି ଆଧାରରେ ନିଯୁକ୍ତ ପ୍ରାର୍ଥୀଙ୍କୁ NTPCରେ ଅତି କମରେ ତିନି ବର୍ଷ କାମ କରିବାକୁ ପଡିବ।

ଶିକ୍ଷାଗତ ଯୋଗ୍ୟତା:ଏହି ସବୁ ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀ ସମ୍ପୃକ୍ତ ଟ୍ରଡ୍‌ରେ ୪ ବର୍ଷର ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିବା ଉଚିତ୍। ଏହା ବ୍ୟତୀତ ଆବେଦନକାରୀଙ୍କ ସର୍ବାଧିକ ବୟସ ୨୭ ବର୍ଷ ହେବା ଉଚିତ୍। ସଂରକ୍ଷିତ ବର୍ଗର ଆବେଦନକାରୀମାନେ ନିୟମ ଅନୁଯାୟୀ ବୟସ ସୀମାରେ ଛାଡ ପାଇପାରିବେ।

Advertisment

କିଭଳି କରିବେ ଆବେଦନ: ଏହି ସବୁ ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀ NTPC ଲିମିଟେଡ୍‌ର ଅଫିସିଆଲ୍ ୱେବସାଇଟ୍ https://www.ntpc.co.in ଲଗ୍‌ଇନ୍‌ କରନ୍ତୁ। ଏଠାରେ ଆପଣ ନିଯୁକ୍ତି ବିଜ୍ଞପ୍ତି ଏବଂ ଆବେଦନ ଫର୍ମ ପାଇଁ ଲିଙ୍କ୍ ପାଇବେ। ଏହି ଲିଙ୍କରେ କ୍ଲିକ୍ କରିବା ପରେ ଆପଣଙ୍କୁ ପଞ୍ଜିକରଣ କରିବାକୁ ପଡିବ ଏବଂ ଆପଣଙ୍କର ସମ୍ପୂର୍ଣ୍ଣ ବିବରଣୀ ପୂରଣ କରିବାକୁ ପଡିବ । ଆବେଦନ ଶେଷ ହେବା ପରେ, ପ୍ରାର୍ଥୀଙ୍କୁ NTPC ତରଫରୁ ପରବର୍ତ୍ତୀ ପ୍ରକ୍ରିୟା ବିଷୟରେ ଅବଗତ କରାଯିବ। ଆବେଦନ କରିବାର ଶେଷ ତାରିଖ ଆସନ୍ତା ମେ' ୬ ତାରିଖ ରଖାଯାଇଛି।

Job Vacancy NTPC