ଓଡ଼ିଶା ବାଣିଜ୍ୟ ଓ ପରିବହନ ବିଭାଗରେ ନିଯୁକ୍ତି ସୁଯୋଗ, ୫୬ ପଦବୀ ଖାଲି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ବାଣିଜ୍ୟ ଓ ପରିବହନ ବିଭାଗ ଆଣିଛି ନିଯୁକ୍ତି ସୁଯୋଗ। ଖାଲି ପଡିଥିବା ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବାକୁ ଚାହୁଁଥିଲେ www.ossc.gov.in ୱେବସାଇଟ୍‌କୁ ଯାଇ ଆବେଦନ କରିପାରିବେ। ଏହି  ୱେବସାଇଟ୍‌ରେ ଖୁବ୍‌ ଶୀଘ୍ର ଏଥିନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇବ। ମୋଟ ପଦବୀ ଟ୍ରାଫିକ୍‌ କନଷ୍ଟେବଳ-୫୬(ଏଥିରୁ ମହିଳାଙ୍କ ପାଇଁ-୨୧): UR-୩୧(ମହିଳା-୧୨), SEBC-୧୦(ମହିଳା-୦୨)  SC- ୭(ମହିଳା-୦୩) , ST-୮(ମହିଳା-୦୩) , ESM-୨ଟି, SP-୧ଟି ସିଟ୍‌ ରହିଛି। PWD […]

Job

Job

Madhupriya Mistry
  • Published: Monday, 27 December 2021
  • Updated: 27 December 2021, 02:03 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ବାଣିଜ୍ୟ ଓ ପରିବହନ ବିଭାଗ ଆଣିଛି ନିଯୁକ୍ତି ସୁଯୋଗ। ଖାଲି ପଡିଥିବା ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବାକୁ ଚାହୁଁଥିଲେ www.ossc.gov.in ୱେବସାଇଟ୍‌କୁ ଯାଇ ଆବେଦନ କରିପାରିବେ। ଏହି  ୱେବସାଇଟ୍‌ରେ ଖୁବ୍‌ ଶୀଘ୍ର ଏଥିନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇବ।

ମୋଟ ପଦବୀ

ଟ୍ରାଫିକ୍‌ କନଷ୍ଟେବଳ-୫୬(ଏଥିରୁ ମହିଳାଙ୍କ ପାଇଁ-୨୧): UR-୩୧(ମହିଳା-୧୨), SEBC-୧୦(ମହିଳା-୦୨)  SC- ୭(ମହିଳା-୦୩) , ST-୮(ମହିଳା-୦୩) , ESM-୨ଟି, SP-୧ଟି ସିଟ୍‌ ରହିଛି। PWD ପ୍ରାର୍ଥୀ ଏହି ପଦବୀ ନିମନ୍ତେ ଯୋଗ୍ୟ ନୁହନ୍ତି।

ମାସିକ ଦରମା- ଯୋଗ୍ୟ ପ୍ରାର୍ଥୀଙ୍କୁ ମାସକୁ ୧୩,୩୦୦ ଟଙ୍କା ହିସାବରେ ବର୍ଷେ ପର୍ଯ୍ୟନ୍ତ ଦରମା ମିଳିବ। ଏହା ପରେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ପେ-ସ୍କେଲ ହିସାବରେ ଦରମା ମିଳିବ।

ବୟସ ସୀମା- ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧।୧।୨୦୨୧ ସୁଦ୍ଧା ୨୧ ବର୍ଷରୁ କମ୍‌ କିମ୍ବା ୩୨ ବର୍ଷରୁ ଅଧିକ ହୋଇ ନ ଥିବ। ଏହାବାଦ ଅନୁସୂଚିତ ଜାତି,  ଜନଜାତି, ମହିଳା, ପୂର୍ବତନ ସେନା କର୍ମଚାରୀ ଏବଂ ଠିକା କର୍ମଚାରୀଙ୍କ ପାଇଁ ବୟସ ସମୟସୀମାରେ କୋହଳ କରାଯାଇଛି।

ଶିକ୍ଷାଗତ ଯୋଗ୍ୟତା- ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ଯେକୌଣସି ବିଭାଗରେ ସ୍ୱୀକୃତି ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସର୍ବନିମ୍ନ ଯୁକ୍ତ ୨ ପାସ୍‌ କରିଥିବା ଆବଶ୍ୟକ। ପ୍ରାର୍ଥୀମାନେ ମଧ୍ୟ ଇଂରାଜୀ ଓ ହାଇସ୍କୁଲରେ ଓଡ଼ିଆ ବିଷୟ ପଢ଼ିଥିବା ବାଧ୍ୟତାମୂଳକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos