Advertisment

ଓଡ଼ିଶା ବାଣିଜ୍ୟ ଓ ପରିବହନ ବିଭାଗରେ ନିଯୁକ୍ତି ସୁଯୋଗ, ୫୬ ପଦବୀ ଖାଲି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ବାଣିଜ୍ୟ ଓ ପରିବହନ ବିଭାଗ ଆଣିଛି ନିଯୁକ୍ତି ସୁଯୋଗ। ଖାଲି ପଡିଥିବା ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବାକୁ ଚାହୁଁଥିଲେ www.ossc.gov.in ୱେବସାଇଟ୍‌କୁ ଯାଇ ଆବେଦନ କରିପାରିବେ। ଏହି  ୱେବସାଇଟ୍‌ରେ ଖୁବ୍‌ ଶୀଘ୍ର ଏଥିନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇବ। ମୋଟ ପଦବୀ ଟ୍ରାଫିକ୍‌ କନଷ୍ଟେବଳ-୫୬(ଏଥିରୁ ମହିଳାଙ୍କ ପାଇଁ-୨୧): UR-୩୧(ମହିଳା-୧୨), SEBC-୧୦(ମହିଳା-୦୨)  SC- ୭(ମହିଳା-୦୩) , ST-୮(ମହିଳା-୦୩) , ESM-୨ଟି, SP-୧ଟି ସିଟ୍‌ ରହିଛି। PWD […]

ଅଦ୍ୟତନ ହୋଇଛି
ଓଡ଼ିଶା ବାଣିଜ୍ୟ ଓ ପରିବହନ ବିଭାଗରେ ନିଯୁକ୍ତି ସୁଯୋଗ, ୫୬ ପଦବୀ ଖାଲି

Job

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ବାଣିଜ୍ୟ ଓ ପରିବହନ ବିଭାଗ ଆଣିଛି ନିଯୁକ୍ତି ସୁଯୋଗ। ଖାଲି ପଡିଥିବା ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବାକୁ ଚାହୁଁଥିଲେ www.ossc.gov.in ୱେବସାଇଟ୍‌କୁ ଯାଇ ଆବେଦନ କରିପାରିବେ। ଏହି  ୱେବସାଇଟ୍‌ରେ ଖୁବ୍‌ ଶୀଘ୍ର ଏଥିନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇବ।

Advertisment

ମୋଟ ପଦବୀ

ଟ୍ରାଫିକ୍‌ କନଷ୍ଟେବଳ-୫୬(ଏଥିରୁ ମହିଳାଙ୍କ ପାଇଁ-୨୧): UR-୩୧(ମହିଳା-୧୨), SEBC-୧୦(ମହିଳା-୦୨)  SC- ୭(ମହିଳା-୦୩) , ST-୮(ମହିଳା-୦୩) , ESM-୨ଟି, SP-୧ଟି ସିଟ୍‌ ରହିଛି। PWD ପ୍ରାର୍ଥୀ ଏହି ପଦବୀ ନିମନ୍ତେ ଯୋଗ୍ୟ ନୁହନ୍ତି।

ମାସିକ ଦରମା- ଯୋଗ୍ୟ ପ୍ରାର୍ଥୀଙ୍କୁ ମାସକୁ ୧୩,୩୦୦ ଟଙ୍କା ହିସାବରେ ବର୍ଷେ ପର୍ଯ୍ୟନ୍ତ ଦରମା ମିଳିବ। ଏହା ପରେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ପେ-ସ୍କେଲ ହିସାବରେ ଦରମା ମିଳିବ।

Advertisment

ବୟସ ସୀମା-ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧।୧।୨୦୨୧ ସୁଦ୍ଧା ୨୧ ବର୍ଷରୁ କମ୍‌ କିମ୍ବା ୩୨ ବର୍ଷରୁ ଅଧିକ ହୋଇ ନ ଥିବ। ଏହାବାଦ ଅନୁସୂଚିତ ଜାତି,  ଜନଜାତି, ମହିଳା, ପୂର୍ବତନ ସେନା କର୍ମଚାରୀ ଏବଂ ଠିକା କର୍ମଚାରୀଙ୍କ ପାଇଁ ବୟସ ସମୟସୀମାରେ କୋହଳ କରାଯାଇଛି।

ଶିକ୍ଷାଗତ ଯୋଗ୍ୟତା- ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ଯେକୌଣସି ବିଭାଗରେ ସ୍ୱୀକୃତି ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସର୍ବନିମ୍ନ ଯୁକ୍ତ ୨ ପାସ୍‌ କରିଥିବା ଆବଶ୍ୟକ। ପ୍ରାର୍ଥୀମାନେ ମଧ୍ୟ ଇଂରାଜୀ ଓ ହାଇସ୍କୁଲରେ ଓଡ଼ିଆ ବିଷୟ ପଢ଼ିଥିବା ବାଧ୍ୟତାମୂଳକ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe