Advertisment

ହିନ୍ଦୁସ୍ତାନ କପର୍‌ରେ ୧୦୦ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ, ଯୋଗ୍ୟତା ଆଇଟିଆଇ

ନୂଆଦିଲ୍ଲୀ : ହିନ୍ଦୁସ୍ତାନ କପର୍‌ ଲିମିଟେଡ୍‌ ପକ୍ଷରୁ ୧୦୦ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ସମସ୍ତ ପଦବୀରେ ଫିଟର୍‌, ଇଲେକ୍ଟ୍ରିସିଆନ୍‌, ୱେଲଡର୍‌, ମେକାନିଷ୍ଟ, ଟର୍ଣ୍ଣର୍‌, କାର୍‌ପେଣ୍ଟର, ପ୍ଲମ୍ୱର ପରି ପଦବୀ ରହିଛି। ଏହିସବୁ ପଦବୀ ପାଇଁ ଅଫ୍‌ଲାଇନ୍‌ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆବେଦନ ଶେଷ ତାରିଖ ୨୦ ଜାନୁଆରୀ ରହିଛି। ପଦବୀ ଓ ଏହାର ସଂଖ୍ୟା ମୋଟ ପଦବୀ -୧୦୦ ଫିଟର୍‌- ୪୫ ଇଲେକ୍ଟ୍ରିସିଆନ୍‌-୩୫ ୱେଲଡର୍‌-୪ ମେକାନିଷ୍ଟ-୪ ଟର୍ଣ୍ଣର୍‌-୪ କାର୍‌ପେଣ୍ଟର/ପ୍ଲମ୍ୱର-୪ ଯୋଗ୍ୟତା ଓ […]

author-image
Puspanjali Panda
ଅଦ୍ୟତନ ହୋଇଛି
ହିନ୍ଦୁସ୍ତାନ କପର୍‌ରେ ୧୦୦ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ, ଯୋଗ୍ୟତା ଆଇଟିଆଇ

jobs

ନୂଆଦିଲ୍ଲୀ : ହିନ୍ଦୁସ୍ତାନ କପର୍‌ ଲିମିଟେଡ୍‌ ପକ୍ଷରୁ ୧୦୦ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ସମସ୍ତ ପଦବୀରେ ଫିଟର୍‌, ଇଲେକ୍ଟ୍ରିସିଆନ୍‌, ୱେଲଡର୍‌, ମେକାନିଷ୍ଟ, ଟର୍ଣ୍ଣର୍‌, କାର୍‌ପେଣ୍ଟର, ପ୍ଲମ୍ୱର ପରି ପଦବୀ ରହିଛି। ଏହିସବୁ ପଦବୀ ପାଇଁ ଅଫ୍‌ଲାଇନ୍‌ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆବେଦନ ଶେଷ ତାରିଖ ୨୦ ଜାନୁଆରୀ ରହିଛି।

Advertisment

ପଦବୀ ଓ ଏହାର ସଂଖ୍ୟା

ମୋଟ ପଦବୀ -୧୦୦

ଫିଟର୍‌- ୪୫

ଇଲେକ୍ଟ୍ରିସିଆନ୍‌-୩୫

ୱେଲଡର୍‌-୪

ମେକାନିଷ୍ଟ-୪

ଟର୍ଣ୍ଣର୍‌-୪

କାର୍‌ପେଣ୍ଟର/ପ୍ଲମ୍ୱର-୪

ଯୋଗ୍ୟତା ଓ ପଦବୀସଂଖ୍ୟା

ଏହି ସମସ୍ତ ପଦବୀ ପାଇଁ ଦଶମ ଶ୍ରେଣୀ ପାସ୍‌ ହେବା ନିହାତି ଆବଶ୍ୟକ। ଏହା ସହ ଆବେଦନକାରୀଙ୍କର ଆଇଟିଆଇ ପାସ୍‌ ସାର୍ଟିଫିକେଟ୍‌ ଥିବା ସହିତ ପଦବୀ ସମ୍ୱନ୍ଧିତ ଟ୍ରେଡ୍‌ରେ ୬୦ ପ୍ରତିଶତ ମାର୍କ ରଖିଥିବେ।

ସର୍ବନିମ୍ନ ବୟସ -୧୮ ବର୍ଷ

ସର୍ବାଧିକ ବୟସ- ୨୫ ବର୍ଷ

୧ ଜାନୁଆରୀ ୨୦୨୦ରୁ ଏହି ବୟସସୀମା ହିସାବ କରାଯିବ। ଲିଖିତ ପରୀକ୍ଷା ଆଧାରରେ ଆବେଦନକାରୀଙ୍କର ଚୟନ ପ୍ରକ୍ରିୟା ହେବ।

Advertisment

ଏହିପରି କରନ୍ତୁ ଆବେଦନ :

ଇଚ୍ଛୁକ ଆବେଦନକାରୀ ଏପ୍ଲିକେସନ୍‌ ଫର୍ମ ଫିଲ୍‌ ଅପ୍‌ କରିବା ପରେ ୨୦ ଜାନୁଆରୀ ମଧ୍ୟରେ ୱେବସାଇଟ୍‌ରେ ଥିବା ଠିକଣା ସ୍ଥାନକୁ ପଠାନ୍ତୁ। ଅଧିକ ସୂଚନା ପାଇଁ https://www.hindustancopper.com/ କୁ ଲଗ୍ଅନ୍ କରନ୍ତୁ।