Advertisment

IDBI ବ୍ୟାଙ୍କରେ ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି

ନୂଆଦିଲ୍ଲୀ: ବ୍ୟାଙ୍କରେ ଚାକିରି ପାଇଁ ଇଚ୍ଛା ରଖିଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର। ଆଇଡିବିଆଇ ବ୍ୟାଙ୍କରେ ଖାଲି ପଡିଥିବା ବିଭିନ୍ନ ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି। ଇଚ୍ଛୁକ ପ୍ରାର୍ଥୀ ଏହି ସବୁ ପଦବୀ ପାଇଁ ଆଜିଠାରୁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ମୋଟ ପଦବୀ ବିଜ୍ଞପ୍ତି ଅନୁଯାୟୀ ଚିଫ ଡାଟା ଅଫିସର-୧, ହେଡ୍‌ ପ୍ରୋଗ୍ରାମ ମ୍ୟାନେଜମେଣ୍ଟ ଆଣ୍ଡ ଆଇଟି କପ୍ଲାୟଂସ-୧, ଡିପେଟୁ ଚିଫ୍‌ ଟେକ୍ନୋଲଜୀ ଅଫିସର-୨, ଚିଫ୍‌ ଇନ୍‌ଫରମେଶନ ସିକ୍ୟୁରିଟି ଅଫିସର-୧ ଓ ହେଡ୍‌ ଡିଜିଟାଲ ବ୍ୟାଙ୍କିଙ୍ଗରେ […]

author-image
Madhupriya Mistry
ଅଦ୍ୟତନ ହୋଇଛି
IDBI ବ୍ୟାଙ୍କରେ ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି

Job

ନୂଆଦିଲ୍ଲୀ: ବ୍ୟାଙ୍କରେ ଚାକିରି ପାଇଁ ଇଚ୍ଛା ରଖିଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର। ଆଇଡିବିଆଇ ବ୍ୟାଙ୍କରେ ଖାଲି ପଡିଥିବା ବିଭିନ୍ନ ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି। ଇଚ୍ଛୁକ ପ୍ରାର୍ଥୀ ଏହି ସବୁ ପଦବୀ ପାଇଁ ଆଜିଠାରୁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

Advertisment

ମୋଟ ପଦବୀ
ବିଜ୍ଞପ୍ତି ଅନୁଯାୟୀ ଚିଫ ଡାଟା ଅଫିସର-୧, ହେଡ୍‌ ପ୍ରୋଗ୍ରାମ ମ୍ୟାନେଜମେଣ୍ଟ ଆଣ୍ଡ ଆଇଟି କପ୍ଲାୟଂସ-୧, ଡିପେଟୁ ଚିଫ୍‌ ଟେକ୍ନୋଲଜୀ ଅଫିସର-୨, ଚିଫ୍‌ ଇନ୍‌ଫରମେଶନ ସିକ୍ୟୁରିଟି ଅଫିସର-୧ ଓ ହେଡ୍‌ ଡିଜିଟାଲ ବ୍ୟାଙ୍କିଙ୍ଗରେ ୧ ପଦବୀ ଖାଲି ରହିଛି। ଏହି ସବୁ ପଦବୀ ପାଇଁ ଚୟନ କରାଯାଇଥିବା ପ୍ରାର୍ଥୀଙ୍କୁ ମୁମ୍ବାଇ ଲୋକେସନ୍‌ରେ ନିଯୁକ୍ତ କରାଯିବ।

ଶିକ୍ଷାଗତ ଯୋଗ୍ୟତା:  ଏହି ପଦବୀରେ ଆବେଦନ କରୁଥିବା ପ୍ରାର୍ଥୀମାନେ ସମ୍ପୃକ୍ତ କ୍ଷେତ୍ରରେ ପୂର୍ଣ୍ଣ ସମୟ ମାଷ୍ଟର କିମ୍ବା ସ୍ନାତକ ଡିଗ୍ରୀ ହାସଲ କରିଥିବା ଉଚିତ୍। ଏହା ବ୍ୟତୀତ, ସେମାନଙ୍କର ସମ୍ପୃକ୍ତ କ୍ଷେତ୍ରରେ ୧୮ ରୁ ୨୦ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ। ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୪୫ ବର୍ଷ ହେବା ଉଚିତ୍।

Advertisment

କିଭଳି କରିବେ ଆବେଦନ: ଏହି ସବୁ ପଦବୀ ପାଇଁ ଆଶାୟୀ ପ୍ରାର୍ଥୀ ବିଜ୍ଞପ୍ତିରେ ଦିଆଯାଇଥିବା ସୂଚନା ଅନୁଯାୟୀ ଜରୁରୀ ଦସ୍ତାବିଜ ସହ [email protected] ରେ ଆବେଦନ କରିପାରିବେ। ଏହାବ୍ୟତୀତ ଆଇଡିବିଆଇ ବ୍ୟାଙ୍କର ଅଫିସିଆଲ୍‌ ୱେବସାଇଟ୍‌ www.idbibank.inକୁ ଯାଇ ମଧ୍ୟ ଆବେଦନ କରିପାରିବେ।

ଆବେଦନ କରିବାର ଶେଷ ତାରିଖ ମେ' ୩ ତାରିଖ ରହିଛି। ଇଣ୍ଟରଭ୍ୟୁ ଆଧାରରେ ସମସ୍ତ ପ୍ରାର୍ଥୀଙ୍କ ଚୟନ କରାଯିବ।

Job Vacancy