Advertisment

ପୂର୍ବତଟ ରେଳପଥର ୧୨୦୦ ପଦବୀ ପାଇଁ ବିଜ୍ଞପ୍ତି ଜାରି, ଶିକ୍ଷାଗତ ଯୋଗ୍ୟତା ଅଷ୍ଟମ ଶ୍ରେଣୀ

ନୂଆଦିଲ୍ଲୀ : ପୂର୍ବତଟ ରେଳପଥ ପକ୍ଷରୁ ରେଲୱେର ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ୫ ଜାନୁଆରୀ ୨୦୨୦ରୁ ଆରମ୍ଭ ହେବ। ଆବେଦନକାରୀଙ୍କୁ ଯଦି ଅନଲାଇନ୍‌ ଫର୍ମ ସବ୍‌ମିଟ୍‌ କିମ୍ୱା ଆପ୍ଲିକେସନ୍‌ ଫର୍ମ ପ୍ରିଣ୍ଟ କରିବା ପାଇଁ କୌଣସି ସମସ୍ୟା ହେଉଛି, ତେବେ ସେମାନେ ୯୧୨୧୨୭୬୮୩୯, ୯୧୨୧୨୭୬୮୪୬ ହେଲପ୍‌ ଲାଇନ୍‌ ନମ୍ୱର ଏବଂ [email protected] ଇମେଲ୍‌ ଆଇଡିରେ ସମ୍ପର୍କ କରିପାରିବେ। ପଦବୀ ଓ ଏହାର ସଂଖ୍ୟା ଫିଟର୍‌, ସିଟ୍‌ ମେଟାଲ୍‌ ୱାର୍କର୍‌, […]

author-image
Puspanjali Panda
ପୂର୍ବତଟ ରେଳପଥର ୧୨୦୦ ପଦବୀ ପାଇଁ ବିଜ୍ଞପ୍ତି ଜାରି, ଶିକ୍ଷାଗତ ଯୋଗ୍ୟତା ଅଷ୍ଟମ ଶ୍ରେଣୀ

train

ନୂଆଦିଲ୍ଲୀ : ପୂର୍ବତଟ ରେଳପଥ ପକ୍ଷରୁ ରେଲୱେର ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ୫ ଜାନୁଆରୀ ୨୦୨୦ରୁ ଆରମ୍ଭ ହେବ। ଆବେଦନକାରୀଙ୍କୁ ଯଦି ଅନଲାଇନ୍‌ ଫର୍ମ ସବ୍‌ମିଟ୍‌ କିମ୍ୱା ଆପ୍ଲିକେସନ୍‌ ଫର୍ମ ପ୍ରିଣ୍ଟ କରିବା ପାଇଁ କୌଣସି ସମସ୍ୟା ହେଉଛି, ତେବେ ସେମାନେ ୯୧୨୧୨୭୬୮୩୯, ୯୧୨୧୨୭୬୮୪୬ ହେଲପ୍‌ ଲାଇନ୍‌ ନମ୍ୱର ଏବଂ [email protected] ଇମେଲ୍‌ ଆଇଡିରେ ସମ୍ପର୍କ କରିପାରିବେ।

Advertisment

ପଦବୀ ଓ ଏହାର ସଂଖ୍ୟା

ଫିଟର୍‌, ସିଟ୍‌ ମେଟାଲ୍‌ ୱାର୍କର୍‌, ୱେଲ୍‌ଡର୍‌, ମେକାନିକ୍‌, କାର୍‌ପେଣ୍ଟର୍‌, ପେଣ୍ଟର୍‌, ଟ୍ରେଡ୍‌ ୱେଲଡର୍‌ ଏବଂ ଅନ୍ୟାନ୍ୟ ପଦବୀ

ମୋଟ ପଦବୀ ସଂଖ୍ୟା- ୧୨୧୬

ଶିକ୍ଷାଗତ ଯୋଗ୍ୟତା

ଆଶାୟୀ ପ୍ରାର୍ଥୀ ଦଶମ ଶ୍ରେଣୀ ପାସ୍‌ କରିଥିବା ଆବଶ୍ୟକ। ଟ୍ରେଡ୍‌ ୱେଲଡର୍‌, ସିଟ୍‌ ମେଟାଲ୍‌ ୱାର୍କର୍‌, କାର୍‌ପେଣ୍ଟର୍‌, ୱେଆର୍‌ମ୍ୟାନ୍‌ ପଦବୀ ପାଇଁ ଅଷ୍ଟମ ଶ୍ରେଣୀ ପାସ୍‌ ପ୍ରାର୍ଥୀ ଆବେଦନ କରିପାରିବେ। ଏହିସବୁ ପଦବୀ ପାଇଁ କୌଣସି ଲିଖିତ ପରୀକ୍ଷା କରାଯିବ ନାହିଁ।

Advertisment

ଉପଯୁକ୍ତ ବୟସସୀମା

ସର୍ବନିମ୍ନ ବୟୟ ୧୫ ବର୍ଷ

ସର୍ବାଧିକ ବୟସ ୨୪ ବର୍ଷ

ଆବେଦନ ଶୁକ୍ଳ

ଜେନେରାଲ୍‌ ଓ ଓବିସିଙ୍କ ପାଇଁ ୧୦୦ ଟଙ୍କା

ଅନୁସୂଚିତ ଜାତି , ଅନୁସୂଚିତ ଜନଜାତି, ମହିଳା ଓ ଶାରୀରିକ ଭିନ୍ନକ୍ଷମଙ୍କୁ କୌଣସି ଶୁକ୍ଳ ଦେବାକୁ ପଡ଼ିବ ନାହିଁ।

ଇଚ୍ଛୁକ ଆବେଦନକାରୀ ରେଲୱେର ୱେବ୍‌ସାଟ୍‌ rrcbbs.org.inକୁ ଯାଇ ଆବେଦନ କରିପାରିବେ।