Advertisment

ରେଲୱେର ୪୦୦ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ, ଯୋଗ୍ୟତା ଦଶମ ଓ ଆଇଟିଆଇ

ନୂଆଦିଲ୍ଲୀ : ରେଳ ମନ୍ତ୍ରଣାଳୟ ପକ୍ଷରୁ ରେଲ୍‌ କୋଚ୍‌ ଫ୍ୟାକ୍ଟ୍ରିରେ ୪୦୦ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ଆବେଦନକାରୀ ଏଥିପାଇଁ ଆବେଦନ କରିପାରିବେ। ୨ ଫେବୃଆରୀ ଆବେଦନର ଶେଷ ତାରିଖ ରହିଛି। ପଦବୀ ଓ ଏହାର ସଂଖ୍ୟା ମୋଟ ପଦବୀ ୪୦୦ ଫିଟର, ୱେଲଡର୍‌, ମେସିନିଷ୍ଟ, କାର୍‌ପେଣ୍ଟର, ମେକାନିକ୍‌, ଇଲେକ୍ଟ୍ରିସିଆନ୍‌, ଇଲେକ୍ଟ୍ରେନିକ୍‌ ମେକାନିକ୍‌, ଏସି ଓ ରେଫ୍ରିଜିରେଟର୍‌ ମେକାନିକ୍‌। ଯୋଗ୍ୟତା ଏହିସବୁ ପଦପାଇଁ ଇଚ୍ଛୁକ ଆବେଦନକାରୀ ଦଶମ […]

author-image
Puspanjali Panda
ରେଲୱେର ୪୦୦ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ, ଯୋଗ୍ୟତା ଦଶମ ଓ ଆଇଟିଆଇ

rail

ନୂଆଦିଲ୍ଲୀ : ରେଳ ମନ୍ତ୍ରଣାଳୟ ପକ୍ଷରୁ ରେଲ୍‌ କୋଚ୍‌ ଫ୍ୟାକ୍ଟ୍ରିରେ ୪୦୦ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ଆବେଦନକାରୀ ଏଥିପାଇଁ ଆବେଦନ କରିପାରିବେ। ୨ ଫେବୃଆରୀ ଆବେଦନର ଶେଷ ତାରିଖ ରହିଛି।

Advertisment

ପଦବୀ ଓ ଏହାର ସଂଖ୍ୟା

ମୋଟ ପଦବୀ ୪୦୦

ଫିଟର, ୱେଲଡର୍‌, ମେସିନିଷ୍ଟ, କାର୍‌ପେଣ୍ଟର, ମେକାନିକ୍‌, ଇଲେକ୍ଟ୍ରିସିଆନ୍‌, ଇଲେକ୍ଟ୍ରେନିକ୍‌ ମେକାନିକ୍‌, ଏସି ଓ ରେଫ୍ରିଜିରେଟର୍‌ ମେକାନିକ୍‌।

ଯୋଗ୍ୟତା

ଏହିସବୁ ପଦପାଇଁ ଇଚ୍ଛୁକ ଆବେଦନକାରୀ ଦଶମ ପାସ୍‌ କରିବା ସହିତ ଆଇଟିଆଇ ସାର୍ଟିଫିକେଟ୍‌ ରହିଥିବା ଆବଶ୍ୟକ। ଆବେଦନ କରିବାର ଫି ୧୦୦ ଟଙ୍କା ରହିଛି।

Advertisment

ବୟସସୀମା

ସର୍ବନିମ୍ନ ବୟସ ୧୫ ବର୍ଷ

ସର୍ବାଧିକ ବୟସ ୨୪ ବର୍ଷ

ଚୟନ ପ୍ରକ୍ରିୟା

ଆବେଦନକାରୀଙ୍କୁ ଏସବୁ ପଦବୀ ପାଇଁ କୌଣସି ଲିଖିତ ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ମେରିଟ୍ ଲିଷ୍ଟ ଆଧାରରେ ଚୟନ କରାଯିବ। ଦଶମ ଓ ଆଇଟିଆଇରୁ ରଖିଥିବା ମାର୍କ ଅନୁସାରେ ମେରିଟ୍‌ ଲିଷ୍ଟ ପ୍ରସ୍ତୁତ କରାଯିବ।

ଏପରି କରନ୍ତୁ ଆବେଦନ

  • ପ୍ରଥମେ ରେଲୱେର ୱେବସାଇଟ୍‌ rcf.indianrailways.gov.inକୁ ଯାଆନ୍ତୁ।
  • ଏହାପରେ ଲଗ୍‌ ଅନ୍‌ କରନ୍ତୁ।
  • ୱେବସାଇଟ୍‌ରେ ମଗା ଯାଇଥିବା ସୂଚନାକୁ ଦିଅନ୍ତୁ।
  • ଫଟୋ ଓ ସାଇନ୍‌ ଅପଲୋଡ୍‌ କରନ୍ତୁ।
  • ଆବେଦନ ଫି ଜମା କରନ୍ତୁ।
  • ସମସ୍ତ ସୂଚନା ଦେଇସାରିବା ପରେ ଫର୍ମକୁ ଫ୍ରିଣ୍ଟ କରିନିଅନ୍ତୁ।