Advertisment

ରେଲୱେର ୪୦୦ ଖାଲି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ, ଶିକ୍ଷାଗତ ଯୋଗ୍ୟତା ଆଇଟିଆଇ

ନୂଆଦିଲ୍ଲୀ: ଆର୍‌ଆର୍‌ବି ପକ୍ଷରୁ ୪୦୦ଟି ଖାଲି ପଦବୀ ପାଇଁ ବି‌ଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ମଧ୍ୟ ହୋଇଯାଇଛି। ଆବେଦନ କରିବାର ଶେଷ ତାରିଖ ୬ ଫେବୃଆରୀ ରହିଛି। କିନ୍ତୁ ୧୧ ଫେବୃଆରୀ ମଧ୍ୟରେ ଆବେଦନକାରୀ ଫି’ ଡିପୋଜିଟ୍‌ କରିପାରିବେ। ପଦବୀ ଓ ଏହାର ସଂଖ୍ୟା ମୋଟ ପଦବୀ ୪୦୦ ଫିଟର୍, ୱେଲଡର୍‌, ମେସିନିଷ୍ଟ, ପେଣ୍ଟର, ମେକାନିକ୍‌, ଇଲେକ୍ଟ୍ରିସିଆନ୍‌, ଇଲେକ୍ଟ୍ରେନିକ୍‌ ମେକାନିକ୍‌, ଏସି ଓ ରେଫ୍ରିଜିରେଟର୍‌ ମେକାନିକ୍‌ ଶିକ୍ଷାଗତ ଯୋଗ୍ୟତା ଆଶାୟୀ ଦଶମ ଓ […]

author-image
Puspanjali Panda
ଅଦ୍ୟତନ ହୋଇଛି
ରାଜ୍ୟ ଭିତରେ ଗଡ଼ିବ ୫ଟି ସ୍ୱତନ୍ତ୍ର ଟ୍ରେନ୍‌, କେଉଁ ରୁଟ୍‌ରେ ଚାଲିବ ପଢ଼ନ୍ତୁ

train

ନୂଆଦିଲ୍ଲୀ: ଆର୍‌ଆର୍‌ବି ପକ୍ଷରୁ ୪୦୦ଟି ଖାଲି ପଦବୀ ପାଇଁ ବି‌ଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ମଧ୍ୟ ହୋଇଯାଇଛି। ଆବେଦନ କରିବାର ଶେଷ ତାରିଖ ୬ ଫେବୃଆରୀ ରହିଛି। କିନ୍ତୁ ୧୧ ଫେବୃଆରୀ ମଧ୍ୟରେ ଆବେଦନକାରୀ ଫି’ ଡିପୋଜିଟ୍‌ କରିପାରିବେ।

Advertisment

ପଦବୀ ଓ ଏହାର ସଂଖ୍ୟା

  • ମୋଟ ପଦବୀ ୪୦୦
  • ଫିଟର୍, ୱେଲଡର୍‌, ମେସିନିଷ୍ଟ, ପେଣ୍ଟର, ମେକାନିକ୍‌, ଇଲେକ୍ଟ୍ରିସିଆନ୍‌, ଇଲେକ୍ଟ୍ରେନିକ୍‌ ମେକାନିକ୍‌, ଏସି ଓ ରେଫ୍ରିଜିରେଟର୍‌ ମେକାନିକ୍‌

ଶିକ୍ଷାଗତ ଯୋଗ୍ୟତା

ଆଶାୟୀ ଦଶମ ଓ ଆଇଟିଆଇ ପାସ୍‌ କରିଥିବେ। ତା’ ସହିତ  ପାଖରେ ନ୍ୟାସନାଲ୍‌ କାଉନସିଲ୍‌ ଅଫ୍‌ ଭୋକେସନାଲ୍‌ ଟ୍ରେନିଂର ସାର୍ଟିଫିକେଟ୍‌ ରହିଥିବା ଆବଶ୍ୟକ।

Advertisment

ବୟସସୀମା

ପ୍ରାର୍ଥୀଙ୍କ ବୟସ ୨୪ ବର୍ଷରୁ ଅଧିକ ହୋଇ ନଥିବ। ସେହିଭଳି ସର୍ବନିମ୍ନ ବୟସ ୧୫ ବର୍ଷ ହୋଇଥିବା ଆବଶ୍ୟକ।

ଆଶାୟୀମାନେ rcf.indianrailways.gov.in ୱେବସାଇଟ୍‌କୁ ଯାଇ ଆବେଦନ କରିପାରିବେ।  ଆବେଦନ ଫି’ ୧୦୦ ଟଙ୍କା ରହିଛି। ଆବେଦନକାରୀଙ୍କର କୌଣସି ଲିଖିତ ପରୀକ୍ଷା କରାଯିବ ନାହିଁ। ଦଶମ ଓ ଆଇଟିଆଇ ସାର୍ଟିଫିକେଟ୍‌ର ମେରିଟ୍ ଲିଷ୍ଟ୍ ଅନୁଯାୟୀ ଚୟନ କରାଯିବ।