train
ନୂଆଦିଲ୍ଲୀ: ଆର୍ଆର୍ବି ପକ୍ଷରୁ ୪୦୦ଟି ଖାଲି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ମଧ୍ୟ ହୋଇଯାଇଛି। ଆବେଦନ କରିବାର ଶେଷ ତାରିଖ ୬ ଫେବୃଆରୀ ରହିଛି। କିନ୍ତୁ ୧୧ ଫେବୃଆରୀ ମଧ୍ୟରେ ଆବେଦନକାରୀ ଫି’ ଡିପୋଜିଟ୍ କରିପାରିବେ।
ପଦବୀ ଓ ଏହାର ସଂଖ୍ୟା
- ମୋଟ ପଦବୀ ୪୦୦
- ଫିଟର୍, ୱେଲଡର୍, ମେସିନିଷ୍ଟ, ପେଣ୍ଟର, ମେକାନିକ୍, ଇଲେକ୍ଟ୍ରିସିଆନ୍, ଇଲେକ୍ଟ୍ରେନିକ୍ ମେକାନିକ୍, ଏସି ଓ ରେଫ୍ରିଜିରେଟର୍ ମେକାନିକ୍
ଶିକ୍ଷାଗତ ଯୋଗ୍ୟତା
ଆଶାୟୀ ଦଶମ ଓ ଆଇଟିଆଇ ପାସ୍ କରିଥିବେ। ତା’ ସହିତ ପାଖରେ ନ୍ୟାସନାଲ୍ କାଉନସିଲ୍ ଅଫ୍ ଭୋକେସନାଲ୍ ଟ୍ରେନିଂର ସାର୍ଟିଫିକେଟ୍ ରହିଥିବା ଆବଶ୍ୟକ।
ବୟସସୀମା
ପ୍ରାର୍ଥୀଙ୍କ ବୟସ ୨୪ ବର୍ଷରୁ ଅଧିକ ହୋଇ ନଥିବ। ସେହିଭଳି ସର୍ବନିମ୍ନ ବୟସ ୧୫ ବର୍ଷ ହୋଇଥିବା ଆବଶ୍ୟକ।
ଆଶାୟୀମାନେ rcf.indianrailways.gov.in ୱେବସାଇଟ୍କୁ ଯାଇ ଆବେଦନ କରିପାରିବେ। ଆବେଦନ ଫି’ ୧୦୦ ଟଙ୍କା ରହିଛି। ଆବେଦନକାରୀଙ୍କର କୌଣସି ଲିଖିତ ପରୀକ୍ଷା କରାଯିବ ନାହିଁ। ଦଶମ ଓ ଆଇଟିଆଇ ସାର୍ଟିଫିକେଟ୍ର ମେରିଟ୍ ଲିଷ୍ଟ୍ ଅନୁଯାୟୀ ଚୟନ କରାଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/01/train.jpg)