ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁଯୋଗକୁ ହାତ ଛଡ଼ା କରନ୍ତୁ ନାହିଁ। ଇଷ୍ଟର୍ଣ୍ଣ ରେଲ୍ୱେ ACT Apprentices ପଦ ପାଇଁ ଆବେଦନ କରିବାର ଆଜି ହେଉଛି ଶେଷ ତାରିଖ। ତେଣୁ ଏଥିପାଇଁ ଆଗ୍ରହୀ ଥିବା ପ୍ରାର୍ଥିମାନେ ଆଜି ୫ ଘଟିକା ଭିତରେ ଆବେଦନ କରିପାରିବେ।
ବିଜ୍ଞପ୍ତି ବିବରଣୀ:
ACT Apprentice ପାଇଁ ସମୁଦାୟ ପଦବୀ ସଂଖ୍ୟା ହେଉଛି ୨୯୦୭।
ବର୍ଗ ଅନୁସାରେ:
Howrah –୬୫୯
Sealdah – ୫୨୬
Malda-୨୦୪
Asansol- ୪୧୨
Kanchrapara -୨୦୬
Liluah- ୨୦୪
Jamalpur- ୬୯୬
ଆବେଦନ ତାରିଖ: ୧୫ ଅକ୍ଟୋବର ୨୦୧୮ରୁ୧୪ ନଭେମ୍ବର ୨୦୧୮, ସମୟ ୫ଟା ମଧ୍ୟରେ।
ଆବେଦନ ଦେୟ:
ଜେନରାଲ ଓ ଓବିସି ବର୍ଗର ପିଲାମାନଙ୍କ ପାଇଁ ଆବେଦନ ଫି’ ୧୦୦ ଟଙ୍କା ହୋଇଥିବା ବେଳେ ଏସ୍ସି, ଏସ୍ଟି, ଭିନ୍ନକ୍ଷମ ଓ ମହିଳାମାନେ ବିନା ଦେୟରେ ଫର୍ମ ଭରି ପାରିବେ।
ବୟସ ସୀମା: ଆବେଦନକାରୀଙ୍କ ବୟସ ସୀମା ୧୫ ବର୍ଷରୁ ୨୪ ବର୍ଷ ହୋଇଥିବା ଜରୁରୀ।
ଚୟନ ପ୍ରକ୍ରିୟା: ଆବେଦନକାରୀଙ୍କୁ ମେରିଟ୍ ଲିଷ୍ଟ୍ ଅନୁସାରେ ଚୟନ କରାଯିବ।
ଶିକ୍ଷାଗତ ଯୋଗ୍ୟତା :୧୦ ପାସ କରିବା ସହ ସମ୍ବନ୍ଧିତ ଟ୍ରେଡ୍ ଆଇଟିଆଇ ହେବା ଜରୁରୀ।
କେମିତି କରିବେ ଆବେଦନ: ଆପଣ ଇଷ୍ଟର୍ଣ୍ଣ ରେଲୱେ ୱେବ୍ସାଇଟ୍ଉ ଯାଇ ଅନ୍ ଲାଇନ୍ ଆବେଦନ କରି ପାରିବେ। କିମ୍ବା କ୍ଲିକ୍ କରି ଆବେଦନ କରିପାରିବେ ଓ ବିଜ୍ଞାପନ ଦେଖିବା ପାଇଁ http://139.99.53.236:8080/rrcer/Notification_-_ACT_APPR_2018-19.pdf ରେ କ୍ଲିକ୍ କରନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।