Advertisment

ରେଲୱେର ଖାଲି ପଡ଼ିଥିବା ୫୭୦ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ, ଯୋଗ୍ୟତା ମାଟ୍ରିକ୍‌

ନୂଆଦିଲ୍ଲୀ: ପଶ୍ଚିମ ମଧ୍ୟ ରେଳବାଇ ଭୋପାଳ ପକ୍ଷରୁ ଖାଲି ପଡ଼ିଥିବା ୫୭୦ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏସବୁ ପଦ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ଆବେଦନକାରୀ ଏଥିପାଇଁ ଆବେଦନ କରିପାରିବେ। ୧୫ ମାର୍ଚ୍ଚ ଆବେଦନର ଶେଷ ତାରିଖ ରହିଛି। ମୋଟ ପଦବୀ ଓ ଏହାର ସଂଖ୍ୟା ମୋଟ ପଦବୀ ୫୭୦ ଏଥିରେ ଇଲେକ୍ଟ୍ରିସିଆନ୍‌, ଫିଟର, ୱେଆର୍‌ ମ୍ୟାନ୍‌, ୱେଲଡର୍‌, କମ୍ପ୍ୟୁଟର ଅପରେଟର୍‌ ଆଣ୍ଡ୍ ପ୍ରୋଗ୍ରାମିଙ୍ଗ ଆସିଷ୍ଟାଣ୍ଟ, କାର୍‌ପେଣ୍ଟର, ପେଣ୍ଟର୍‌, ଏସି ମେକାନିକ୍‌, […]

author-image
Puspanjali Panda
ରେଲୱେର ଖାଲି ପଡ଼ିଥିବା ୫୭୦ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ, ଯୋଗ୍ୟତା ମାଟ୍ରିକ୍‌

railway

ନୂଆଦିଲ୍ଲୀ: ପଶ୍ଚିମ ମଧ୍ୟ ରେଳବାଇ ଭୋପାଳ ପକ୍ଷରୁ ଖାଲି ପଡ଼ିଥିବା ୫୭୦ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏସବୁ ପଦ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ଆବେଦନକାରୀ ଏଥିପାଇଁ ଆବେଦନ କରିପାରିବେ। ୧୫ ମାର୍ଚ୍ଚ ଆବେଦନର ଶେଷ ତାରିଖ ରହିଛି।

Advertisment

ମୋଟ ପଦବୀ ଓ ଏହାର ସଂଖ୍ୟା

ମୋଟ ପଦବୀ ୫୭୦

ଏଥିରେ ଇଲେକ୍ଟ୍ରିସିଆନ୍‌, ଫିଟର, ୱେଆର୍‌ ମ୍ୟାନ୍‌, ୱେଲଡର୍‌, କମ୍ପ୍ୟୁଟର ଅପରେଟର୍‌ ଆଣ୍ଡ୍ ପ୍ରୋଗ୍ରାମିଙ୍ଗ ଆସିଷ୍ଟାଣ୍ଟ, କାର୍‌ପେଣ୍ଟର, ପେଣ୍ଟର୍‌, ଏସି ମେକାନିକ୍‌, ମେସିନିଷ୍ଟ, ଷ୍ଟେନୋଗ୍ରାଫର୍‌, ଇଲେକ୍ଟ୍ରୋନିକ୍‌ ମେକାନିକ୍‌ ଇତ୍ୟାଦି ପଦବୀ ରହିଛି।

ଯୋଗ୍ୟତା ଓ ବୟସସୀମା

ଆବେଦନକାରୀଙ୍କୁ ଏଥିପାଇଁ ଦଶମ ପାସ୍‌ କରିଥିବା ଆବଶ୍ୟକ। ଏଥି ସହିତ ପଦବୀ ସମ୍ୱନ୍ଧିତ ଟ୍ରେଡ୍‌ରେ ଆଇଟିଆଇ ସାର୍ଟିଫିକେଟ୍‌ ରହିଥିବ।

Advertisment

ସର୍ବନିମ୍ନ ବୟସ ୧୫ ବର୍ଷ

ସର୍ବାଧିକ ବୟସ ୨୪ ବର୍ଷ

ମନୋନୀତ ପ୍ରାର୍ଥୀ ବାଛିବା ପାଇଁ କୌଣସି ଲିଖିତ ପରୀକ୍ଷା କରାଯିବ ନାହିଁ। ଦଶମ ଓ ଆଇଟିଆଇ ସାର୍ଟିଫିକେଟ୍‌ରେ ଥିବା ମାର୍କ ଆଧାରରେ ଚୟe କରାଯିବ। ଅଧିକ ସୂଚନା ପାଇବା ପାଇଁ ଆବେଦନକାରୀ www.mponline.gov.in ୱେବସାଇଟ୍‌କୁ ଭିଜିଟ୍‌ କରନ୍ତୁ।