Advertisment

SAILରେ ଚାକିରି ସୁଯୋଗ, ୨୫୯ଟି ପଦବୀ ପାଇଁ ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ: ସରକାରୀ ଚାକିରି କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ ତଥା ସେଲ୍ ଆଣିଛି ଚାକିରି ସୁଯୋଗ। ଭିଲାଇ ଷ୍ଟିଲ୍ ପ୍ଲାଣ୍ଟରେ ଖାଲି ପଡିଥିବା ବିଭିନ୍ନ ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି। ଇଚ୍ଛୁକ ପ୍ରାର୍ଥୀ ଅନ୍‌ଲାଇନ୍ ମାଧ୍ୟମରେ ଆବଦେନ କରିପାରିବେ। ମୋଟ ପଦବୀ- ୨୫୯ ସିନିଅର୍ କନସଲଟାଣ୍ଟ-୨ କନ୍‌ସଲଟାଣ୍ଟ-୮ ମେଡିକାଲ ଅଫିସର-୫ ମ୍ୟାନେଜର-୬ ଡେପୁଟି ମ୍ୟାନେଜର-୨ ଆସିଷ୍ଟାଣ୍ଟ ମ୍ୟାନେଜର-୨୨ ମାଇନ୍‌ସ ଫୋର୍ ମ୍ୟାନ୍‌-୧୬ ସର୍ଭେୟର୍‌-୪ ଅପରେଟର୍ […]

SAILରେ ଚାକିରି ସୁଯୋଗ, ୨୫୯ଟି ପଦବୀ ପାଇଁ ବିଜ୍ଞପ୍ତି ଜାରି

sail-announces-vacancy

Advertisment

ନୂଆଦିଲ୍ଲୀ: ସରକାରୀ ଚାକିରି କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ ତଥା ସେଲ୍ ଆଣିଛି ଚାକିରି ସୁଯୋଗ। ଭିଲାଇ ଷ୍ଟିଲ୍ ପ୍ଲାଣ୍ଟରେ ଖାଲି ପଡିଥିବା ବିଭିନ୍ନ ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି। ଇଚ୍ଛୁକ ପ୍ରାର୍ଥୀ ଅନ୍‌ଲାଇନ୍ ମାଧ୍ୟମରେ ଆବଦେନ କରିପାରିବେ।

Advertisment

ମୋଟ ପଦବୀ- ୨୫୯

ସିନିଅର୍ କନସଲଟାଣ୍ଟ-୨
କନ୍‌ସଲଟାଣ୍ଟ-୮
ମେଡିକାଲ ଅଫିସର-୫
ମ୍ୟାନେଜର-୬
ଡେପୁଟି ମ୍ୟାନେଜର-୨
ଆସିଷ୍ଟାଣ୍ଟ ମ୍ୟାନେଜର-୨୨
ମାଇନ୍‌ସ ଫୋର୍ ମ୍ୟାନ୍‌-୧୬
ସର୍ଭେୟର୍‌-୪
ଅପରେଟର୍ ଓ ଟେକ୍ନିସିଆନ୍‌(ଇଲେକ୍ଟ୍ରିକାଲ ସୁପରଭାଇଜର୍‌)-୮
ମାଇନିଂ ମେଟ୍‌-୧୭
ବ୍ଲାଷ୍ଟର୍‌-୧୭
ଅପରେଟ୍‌ର ଆଣ୍ଡ ଟେକ୍ନିସିଆନ(ବଏଲର୍ ଅପରେଟର୍ ଏସ୍‌-୩)-୪୩
ଅପରେଟ୍‌ର ଆଣ୍ଡ ଟେକ୍ନିସିଆନ(ବଏଲର୍ ଅପରେଟର୍ ଏସ୍‌-୧)-୨୩
ଅପରେଟ୍‌ର ଆଣ୍ଡ ଟେକ୍ନିସିଆନ(ଟ୍ରେନି)-୨୪
ଆଟେଣ୍ଡାଣ୍ଟ ଆଣ୍ଡ ଟେକ୍ନିସିଆନ୍‌(ଟ୍ରେନି)-୫୪
ଫାୟାର୍‌ମ୍ୟାନ୍ ଆଣ୍ଡ ଫାୟାର ଇଞ୍ଜିନ ଡ୍ରାଇଭର୍‌(ଟ୍ରେନି)-୮

ଶିକ୍ଷାଗତ ଯୋଗ୍ୟତା- ଇଚ୍ଛୁକ ପ୍ରାର୍ଥୀ ଦଶମ, ଆଇଆଇଟି, ଡିପ୍ଲୋମା, BE/ B.Tech, MBBS, M.Sc, M.Ch, DM/ DNB, ପୋଷ୍ଟ ଗ୍ରାଜୁଏସନ୍ ଡିଗ୍ରୀ / ଡିପ୍ଲୋମା ସ୍ୱୀକୃତପ୍ରାପ୍ତ ୟୁନିର୍ଭସିଟିରୁ ସମାପ୍ତ କରିଥିବା ଉଚିତ।

Advertisment

ବୟସ ସୀମା- ସର୍ବାଧିକ ୪୪ ବର୍ଷ । ଓବିସି ପ୍ରାର୍ଥୀଙ୍କ ପାଇଁ ୩ ବର୍ଷ, ଏସ୍‌ସି/ଏସ୍‌ଟି ପ୍ରାର୍ଥୀଙ୍କ ପାଇଁ ୫ ବର୍ଷ ଓ ପିଡବ୍ଲୁଡି ପ୍ରାର୍ଥୀଙ୍କ ପାଇଁ ୧୦ ବର୍ଷ ବୟସ ସୀମା କୋହଳ କରାଯାଇଛି।

ଆଫ୍ଲିକେସନ୍ ଫି’- ସର୍ବାଧିକ ୭୦୦

କିଭଳି ହେବ ଚୟନ?
ଲିଖିତ ପରୀକ୍ଷା, ଇଣ୍ଟରଭ୍ୟୁ, ଦକ୍ଷତା ପରୀକ୍ଷା / ଶାରୀରିକ ଦକ୍ଷତା ପରୀକ୍ଷା / ଡ୍ରାଇଭିଂ ପରୀକ୍ଷା ଆଧାରରେ ପ୍ରାର୍ଥୀ ଚୟନ କରାଯିବ।

କିଭଳି କରିବେ ଆଦେବନ?
ସେଲ୍‌ର ଅଫିସିଆଲ୍ ୱେବସାଇଟ୍ www.sail.co.in ରେ ଲଗ୍‌ଇନ୍ କରି କ୍ୟାରିଅର୍ ଟ୍ୟାବ୍‌ରେ କ୍ଲିକ୍ କରନ୍ତୁ। ଏହାପରେ ଆପ୍ଲିକେସନ୍ ଫର୍ମ ଫିଲ୍‌ଅପ୍ କରିବା ପରେ ଡକ୍ୟୁମେଟ୍ ଅପ୍‌ଲୋଡ କରନ୍ତି। ଆବେଦନ ଫିସ୍ ଦେଇ ଆପ୍ଲାଏ ବଟନ୍‌ରେ କ୍ଲିକ କରନ୍ତୁ। ଆସନ୍ତା ନଭେମ୍ବର ୨୬ରୁ ଏହି ଆବଦେନ ପ୍ରକ୍ରିୟା ଆରମ୍ଭ ହେବ। ଡିସେମ୍ବର ୧୭ ଆବେଦନର ଶେଷ ତାରିଖ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe