Advertisment

୧୦ମ ପାସ୍‌ କରିଥିଲେ SAILରେ ପାଇବେ ଚାକିରି

ନୂଆଦିଲ୍ଲୀ: ଷ୍ଟିଲ ଅଥରିଟି ଅଫ୍‌ ଇଣ୍ଡିଆ ତଥା SAILରେ ଚାକିରି କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। SAILର ଖାଲିପଡିଥିବା ଆଟେଣ୍ଡାଣ୍ଟ୍‌-କମ୍‌-ଟେକ୍ନିସିଆନ୍‌ ଟ୍ରେନିର ୧୪୬ଟି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ସେଲ୍‌ର ଏହାର ଅଫିସିଆଲ୍ ୱେବ୍‌ସାଇଟ୍ sail.co.in କୁ ଯାଇ ଆବେଦନ କରିପାରିବେ। ମୋଟ ପଦବୀ: ଆଟେଣ୍ଡାଣ୍ଟ୍‌-କମ୍‌-ଟେକ୍ନିସିଆନ୍‌ ଟ୍ରେନି-୧୪୬ ଶିକ୍ଷାଗତ ଯୋଗ୍ୟତା: ଇଚ୍ଛୁକ ପ୍ରାର୍ଥୀ ଯେକୌଣସି ସ୍ୱୀକୃତିପ୍ରାପ୍ତି ଶିକ୍ଷାନୁଷ୍ଠାନରୁ ମାଟ୍ରିକ୍‌ ପାସ୍‌ କରିଥିବା ସହ ITI […]

ଅଦ୍ୟତନ ହୋଇଛି
୧୦ମ ପାସ୍‌ କରିଥିଲେ SAILରେ ପାଇବେ ଚାକିରି

SAIL

Advertisment

ନୂଆଦିଲ୍ଲୀ: ଷ୍ଟିଲ ଅଥରିଟି ଅଫ୍‌ ଇଣ୍ଡିଆ ତଥା SAILରେ ଚାକିରି କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। SAILର ଖାଲିପଡିଥିବା ଆଟେଣ୍ଡାଣ୍ଟ୍‌-କମ୍‌-ଟେକ୍ନିସିଆନ୍‌ ଟ୍ରେନିର ୧୪୬ଟି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ସେଲ୍‌ର ଏହାର ଅଫିସିଆଲ୍ ୱେବ୍‌ସାଇଟ୍ sail.co.in କୁ ଯାଇ ଆବେଦନ କରିପାରିବେ।

Advertisment

ମୋଟ ପଦବୀ: ଆଟେଣ୍ଡାଣ୍ଟ୍‌-କମ୍‌-ଟେକ୍ନିସିଆନ୍‌ ଟ୍ରେନି-୧୪୬

ଶିକ୍ଷାଗତ ଯୋଗ୍ୟତା: ଇଚ୍ଛୁକ ପ୍ରାର୍ଥୀ ଯେକୌଣସି ସ୍ୱୀକୃତିପ୍ରାପ୍ତି ଶିକ୍ଷାନୁଷ୍ଠାନରୁ ମାଟ୍ରିକ୍‌ ପାସ୍‌ କରିଥିବା ସହ ITI କରିଥିବା ଆବଶ୍ୟକ।

ବୟସ ସୀମା: ୨୮ ବର୍ଷରୁ କମ୍‌

ଆବେଦନ ଫି': ଜେନେରାଲ୍, OBC ଏବଂ EWS ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୨୦୦ଟଙ୍କା ରହିଛି। SC / ST / PWD / ESM ପ୍ରାର୍ଥୀମାନଙ୍କ ପାଇଁ ଆବେଦନ ଫି' ଛାଡ କରାଯାଇଛି।

Advertisment

କିଭଳି ହେବ ଚୟନ?

କମ୍ପ୍ୟୁଟର ଆଧାରିତ ପରୀକ୍ଷା ଆଧାରରେ ପ୍ରାର୍ଥୀଙ୍କୁ ଚୟନ କରାଯିବ।

କିଭଳି କରିବେ ଆବେଦନ?

ଇଚ୍ଛୁକ ପ୍ରାର୍ଥୀମାନେ ସେଲ୍‌ର ଅଫିସିଆଲ୍‌ ୱେବ୍‌ସାଇଟ୍‌ https://sail.co.in/en/home କୁ ଯାଇ ଅନ୍‌ଲାଇନ୍‌ ମାଧ୍ୟମରେ ସିଧାସଳଖ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍  SAIL Recruitment 2022 Notification PDF  ଉପରେ କ୍ଲିକ୍ କରି ମଧ୍ୟ ଦେଖିପାରିବେ। ଅଗଷ୍ଟ ୨୫ରୁ ଏହି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଏହାର ଶେଷ ତାରିଖ ସେପ୍ଟେମ୍ବର ୧୫ ତାରିଖ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe