Advertisment

SAILରେ ୱାକ୍‌ ଇନ୍‌ ଇଣ୍ଟରଭ୍ୟୁ ସୁଯୋଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦ ଷ୍ଟିଲ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଟେଡ୍‌ ତଥା ସେଲ୍ ଆଣିଛି ୱାକ୍‌ ଇନ୍‌ ଇଣ୍ଟରଭ୍ୟୁ ସୁଯୋଗ। ରାଉରକେଲା ଷ୍ଟିଲ ପ୍ଲାଣ୍ଟରରେ ଚୁକ୍ତିଭିତ୍ତିକ ଡାକ୍ତର ପାଇଁ ଜାରି ହୋଇଛି ବିଜ୍ଞପ୍ତି। ଯୋଗ୍ୟତା ଥିବା ଇଚ୍ଛୁକ ପ୍ରାର୍ଥୀମାନେ ନିର୍ଦ୍ଧାରିତ ତାରିଖ ଏବଂ ସମୟ ଅନୁସାରେ ୱାକ-ଇନ୍‌-ଇଣ୍ଟରଭ୍ୟୁ ପାଇଁ ଯାଇପାରିବେ। ମୋଟ ପଦବୀ-୯ ସ୍ପେଶାଲିଷ୍ଟ(ମେଡିସିନ)-୨ ସ୍ପେଶାଲିଷ୍ଟ(ରେଡିଓଲୋଜି)-୧ ଜିଡିଏମ୍‌ଓ-୬ ଶିକ୍ଷାଗତ ଯୋଗ୍ୟତା: MD / DNB / PG ଡିପ୍ଲୋମା ସହିତ MBBS କରିଥିବା ଉଚିତ। ବୟସ […]

SAILରେ ୱାକ୍‌ ଇନ୍‌ ଇଣ୍ଟରଭ୍ୟୁ ସୁଯୋଗ

SAIL

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦ ଷ୍ଟିଲ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଟେଡ୍‌ ତଥା ସେଲ୍ ଆଣିଛି ୱାକ୍‌ ଇନ୍‌ ଇଣ୍ଟରଭ୍ୟୁ ସୁଯୋଗ। ରାଉରକେଲା ଷ୍ଟିଲ ପ୍ଲାଣ୍ଟରରେ ଚୁକ୍ତିଭିତ୍ତିକ ଡାକ୍ତର ପାଇଁ ଜାରି ହୋଇଛି ବିଜ୍ଞପ୍ତି। ଯୋଗ୍ୟତା ଥିବା ଇଚ୍ଛୁକ ପ୍ରାର୍ଥୀମାନେ ନିର୍ଦ୍ଧାରିତ ତାରିଖ ଏବଂ ସମୟ ଅନୁସାରେ ୱାକ-ଇନ୍‌-ଇଣ୍ଟରଭ୍ୟୁ ପାଇଁ ଯାଇପାରିବେ।

Advertisment

ମୋଟ ପଦବୀ-୯

ସ୍ପେଶାଲିଷ୍ଟ(ମେଡିସିନ)-୨

ସ୍ପେଶାଲିଷ୍ଟ(ରେଡିଓଲୋଜି)-୧

ଜିଡିଏମ୍‌ଓ-୬

ଶିକ୍ଷାଗତ ଯୋଗ୍ୟତା: MD / DNB / PG ଡିପ୍ଲୋମା ସହିତ MBBS କରିଥିବା ଉଚିତ।

ବୟସ ସୀମା: ୬୯ରୁ କମ୍‌ ବୟସ୍କ ହୋଇଥିବା ଉଚିତ।

ମାସିକ ଦରମା

ସ୍ପେଶାଲିଷ୍ଟ(ଏମ୍‌ଡି/ଡିଏନ୍‌ବିରେ ଏମ୍‌ବିବିଏସ୍‌)-୧,୬୦,୦୦୦

ସ୍ପେଶାଲିଷ୍ଟ(PG ଡିପ୍ଲୋମାରେ ଏମ୍‌ବିବିଏସ୍‌)- ୧,୨୦,୦୦୦

ଜିଡିଏମ୍‌ଓ(ଏମ୍‌ବିବିଏସ୍‌)-୯୦,୦୦୦

ଚୁକ୍ତିଭିତ୍ତିକ ଅନୁଯାୟୀ ଡାକ୍ତରଙ୍କ କାର୍ଯ୍ୟକାଳ ୧ ବର୍ଷ ଯାଏ ରହିଛି। ଯଦି ଆବଶ୍ୟକ ପଡେ ଏହା ଆହୁରି ୧ ବର୍ଷ ଯାଏ ବଢ଼ା ଯାଇପାରିବ। ସମାନ ଚୁକ୍ତିନାମା ଅନୁଯାୟୀ ସର୍ବାଧିକ କାର୍ଯ୍ୟକାଳ ସମୟ ୩ ବର୍ଷରୁ ଅଧିକ ହେବ ନାହିଁ।

କେବେ ଓ କେଉଁଠି ଅଛି ୱାକ୍‌-ଇନ୍‌-ଇଣ୍ଟରଭ୍ୟୁ?

ଆସନ୍ତା ଏପ୍ରିଲ ୨୦ ତାରିଖରେ ରାଉକେଲା ସେକ୍ଟର-୧୯ ଇସ୍ପାତ ଜେନେରାଲ ହସ୍ପିଟାଲର କନ୍‌ଫ୍ରେନ୍ସ ହଲ୍‌ରେ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଯାଏଁ ୱାକ୍‌ ଇନ୍‌ ଇଣ୍ଟରଭ୍ୟୁ ହେବ।

Advertisment

ଯୋଗ୍ୟ ପ୍ରାର୍ଥୀମାନେ ପ୍ରଯୁଜ୍ୟ ସାର୍ଟିଫିକେଟ୍ / ଡକ୍ୟୁମେଣ୍ଟ୍ ସହିତ ଏକ ସେଲ୍ଫ ଆଟେଷ୍ଟେଡ୍‌ ଫଟୋ କପି ନେଇ ଯିବାକୁ ପଡିବ।  ଯେଉଁ ପ୍ରାର୍ଥୀମାନେ ସାର୍ଟିଫିକେଟ୍ / ଡକ୍ୟୁମେଣ୍ଟ୍ ଆଣିବାରେ ବିଫଳ ହୁଅନ୍ତି, ସେମାନଙ୍କୁ ଇଣ୍ଟରଭ୍ୟୁରେ ସାମିଲ ହେବାକୁ ଅନୁମତି ଦିଆଯିବ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe