Advertisment

ଭୁବନେଶ୍ୱର ସୈନିକ ସ୍କୁଲରେ ଚାକିରି ସୁଯୋଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସୈନିକ ସ୍କୁଲରେ ଚାକିରି କରିବାକୁ ଇଚ୍ଛ ରଖିଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ନିୟମିତ ତଥା ଚୁକ୍ତିଭିତ୍ତିକ ଭିତ୍ତିରେ ଖାଲିପଡିଥିବା ଅନେକ ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଇଚ୍ଛୁକ ପ୍ରାର୍ଥୀ ଅନ୍‌ଲାଇନ୍‌ ଓ ଅଫ୍‌ଲଇନ୍‌ ମାଧ୍ୟମରେ ଆବେଦନ କରିପାରିବେ। ମୋଟ ପଦବୀ-୫ ଟିଜିଟି(ସୋଶାଲ ସାଇନ୍ସ)-୧ (ରେଗୁଲାର) ହର୍ସ ରାଇଡିଂ ଇନ୍‌ଷ୍ଟ୍ରକ୍ଟର-୧ (ଚୁକ୍ତି ଭିତ୍ତିକ) ବ୍ୟାଣ୍ଡ ମାଷ୍ଟର-୧(ଚୁକ୍ତି ଭିତ୍ତିକ) ପିଟିଆଇ ଇନ୍‌ଷ୍ଟ୍ରକ୍ଟର-୧(ଚୁକ୍ତି ଭିତ୍ତିକ) ନର୍ସିଂ ସିଷ୍ଟର-୧(ଚୁକ୍ତି ଭିତ୍ତିକ) ଶିକ୍ଷାଗତ ଯୋଗ୍ୟତା- B.Ed, […]

ଭୁବନେଶ୍ୱର ସୈନିକ ସ୍କୁଲରେ ଚାକିରି ସୁଯୋଗ

sainik-school-bhubaneswar

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସୈନିକ ସ୍କୁଲରେ ଚାକିରି କରିବାକୁ ଇଚ୍ଛ ରଖିଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ନିୟମିତ ତଥା ଚୁକ୍ତିଭିତ୍ତିକ ଭିତ୍ତିରେ ଖାଲିପଡିଥିବା ଅନେକ ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଇଚ୍ଛୁକ ପ୍ରାର୍ଥୀ ଅନ୍‌ଲାଇନ୍‌ ଓ ଅଫ୍‌ଲଇନ୍‌ ମାଧ୍ୟମରେ ଆବେଦନ କରିପାରିବେ।

Advertisment

ମୋଟ ପଦବୀ-୫

ଟିଜିଟି(ସୋଶାଲ ସାଇନ୍ସ)-୧ (ରେଗୁଲାର)

ହର୍ସ ରାଇଡିଂ ଇନ୍‌ଷ୍ଟ୍ରକ୍ଟର-୧ (ଚୁକ୍ତି ଭିତ୍ତିକ)

ବ୍ୟାଣ୍ଡ ମାଷ୍ଟର-୧(ଚୁକ୍ତି ଭିତ୍ତିକ)

ପିଟିଆଇ ଇନ୍‌ଷ୍ଟ୍ରକ୍ଟର-୧(ଚୁକ୍ତି ଭିତ୍ତିକ)

ନର୍ସିଂ ସିଷ୍ଟର-୧(ଚୁକ୍ତି ଭିତ୍ତିକ)

ଶିକ୍ଷାଗତ ଯୋଗ୍ୟତା- B.Ed, ଇଣ୍ଟରମିଡିଏଟ୍‌(ଯୁକ୍ତ ୨), ଶାରୀରିକ ଶିକ୍ଷାରେ ସ୍ନାତକ, ନର୍ସିଂରେ ଡିପ୍ଲୋମା।

ମାସିକ ଦରମା- ଟିଜିଟି(ସୋଶାଲ ସାଇନ୍ସ) ପଦବୀ ପାଇଁ ମାସିକ ଦରମା ୪୪,୯୦୦ରୁ ୧,୪୨,୪୦୦ ରହିଛି। ସେହିପରି ବୟସ ସୀମର ୨୧ରୁ ୩୫ ବର୍ଷ ରଖାଯାଇଛି।

Advertisment

ଅନ୍ୟସବୁ ପଦବୀ ପାଇଁ ମାସିକ ଦରମା ୨୯,୦୦୦ ରହିଛି।

ବୟସ ସୀମା- ୧୮ରୁ ୫୦ ବର୍ଷ।  କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ SC / ST / OBC-NCL ବର୍ଗର ପ୍ରାର୍ଥୀଙ୍କ ବୟସ ସୀମା କୋହଳ କରାଯାଇଛି।

କିଭଳି ହେବ ଚୟନ?

ଲିଖିତ ପରୀକ୍ଷା, ଦକ୍ଷତା ପରୀକ୍ଷା ଏବଂ ଇଣ୍ଟରଭ୍ୟୁ (ଯେଉଁଠାରେ ପ୍ରଯୁଜ୍ୟ)। ଲିଖିତ ପରୀକ୍ଷାରେ ସର୍ବନିମ୍ନ ଜରୁରୀ ମାର୍କ / ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କୁ କେବଳ ଚୟନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯିବ।

ଆବେଦନ ଫି'- ୪୦୦ ଟଙ୍କା। SC / ST ଓ ମହିଳା ପ୍ରାର୍ଥୀଙ୍କ ପାଇଁ ଆବେଦନ ଫି' ଛାଡ କରାଯାଇଛି।

କିଭଳି କରିବେ ଆବେଦନ?

ଯୋଗ୍ୟ ପ୍ରାର୍ଥୀମାନେ ପ୍ରିନ୍ସିପାଲ୍ ଅଫ୍‌ ସୈନିକ୍ ସ୍କୁଲ୍ ଭୁବନେଶ୍ୱର, ପିଓ- ସୈନିକ୍ ସ୍କୁଲ୍, ଜିଲ୍ଲା-ଖୋର୍ଦ୍ଧା, ଓଡ଼ିଶା-751005 ଠିକଣାରେ ଅଫ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ। ବିଦ୍ୟାଳୟ ୱେବସାଇଟ୍ www.sainikschoolbhubaneswar.org ରେ ଡକ୍ୟୁମେଣ୍ଟ୍ ଏବଂ ମୂଳ ଡିମାଣ୍ଡ ଡ୍ରାଫ୍ଟ ଉପଲବ୍ଧ ଅଛି। ବିଜ୍ଞପ୍ତି ଜାରି ହେବାର ୨୧ ଦିନ ଭିତରେ ପ୍ରାର୍ଥୀଙ୍କୁ ଆବେଦନ କରିବାକୁ ପଡିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe