ଭୁବନେଶ୍ୱର ସୈନିକ ସ୍କୁଲରେ ଚାକିରି ସୁଯୋଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସୈନିକ ସ୍କୁଲରେ ଚାକିରି କରିବାକୁ ଇଚ୍ଛ ରଖିଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ନିୟମିତ ତଥା ଚୁକ୍ତିଭିତ୍ତିକ ଭିତ୍ତିରେ ଖାଲିପଡିଥିବା ଅନେକ ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଇଚ୍ଛୁକ ପ୍ରାର୍ଥୀ ଅନ୍‌ଲାଇନ୍‌ ଓ ଅଫ୍‌ଲଇନ୍‌ ମାଧ୍ୟମରେ ଆବେଦନ କରିପାରିବେ। ମୋଟ ପଦବୀ-୫ ଟିଜିଟି(ସୋଶାଲ ସାଇନ୍ସ)-୧ (ରେଗୁଲାର) ହର୍ସ ରାଇଡିଂ ଇନ୍‌ଷ୍ଟ୍ରକ୍ଟର-୧ (ଚୁକ୍ତି ଭିତ୍ତିକ) ବ୍ୟାଣ୍ଡ ମାଷ୍ଟର-୧(ଚୁକ୍ତି ଭିତ୍ତିକ) ପିଟିଆଇ ଇନ୍‌ଷ୍ଟ୍ରକ୍ଟର-୧(ଚୁକ୍ତି ଭିତ୍ତିକ) ନର୍ସିଂ ସିଷ୍ଟର-୧(ଚୁକ୍ତି ଭିତ୍ତିକ) ଶିକ୍ଷାଗତ ଯୋଗ୍ୟତା- B.Ed, […]

sainik-school-bhubaneswar

Madhupriya Mistry
  • Published: Monday, 27 June 2022
  • , Updated: 27 June 2022, 01:57 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସୈନିକ ସ୍କୁଲରେ ଚାକିରି କରିବାକୁ ଇଚ୍ଛ ରଖିଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ନିୟମିତ ତଥା ଚୁକ୍ତିଭିତ୍ତିକ ଭିତ୍ତିରେ ଖାଲିପଡିଥିବା ଅନେକ ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଇଚ୍ଛୁକ ପ୍ରାର୍ଥୀ ଅନ୍‌ଲାଇନ୍‌ ଓ ଅଫ୍‌ଲଇନ୍‌ ମାଧ୍ୟମରେ ଆବେଦନ କରିପାରିବେ।

ମୋଟ ପଦବୀ-୫

ଟିଜିଟି(ସୋଶାଲ ସାଇନ୍ସ)-୧ (ରେଗୁଲାର)

ହର୍ସ ରାଇଡିଂ ଇନ୍‌ଷ୍ଟ୍ରକ୍ଟର-୧ (ଚୁକ୍ତି ଭିତ୍ତିକ)

ବ୍ୟାଣ୍ଡ ମାଷ୍ଟର-୧(ଚୁକ୍ତି ଭିତ୍ତିକ)

ପିଟିଆଇ ଇନ୍‌ଷ୍ଟ୍ରକ୍ଟର-୧(ଚୁକ୍ତି ଭିତ୍ତିକ)

ନର୍ସିଂ ସିଷ୍ଟର-୧(ଚୁକ୍ତି ଭିତ୍ତିକ)

ଶିକ୍ଷାଗତ ଯୋଗ୍ୟତା- B.Ed, ଇଣ୍ଟରମିଡିଏଟ୍‌(ଯୁକ୍ତ ୨), ଶାରୀରିକ ଶିକ୍ଷାରେ ସ୍ନାତକ, ନର୍ସିଂରେ ଡିପ୍ଲୋମା।

ମାସିକ ଦରମା- ଟିଜିଟି(ସୋଶାଲ ସାଇନ୍ସ) ପଦବୀ ପାଇଁ ମାସିକ ଦରମା ୪୪,୯୦୦ରୁ ୧,୪୨,୪୦୦ ରହିଛି। ସେହିପରି ବୟସ ସୀମର ୨୧ରୁ ୩୫ ବର୍ଷ ରଖାଯାଇଛି।

ଅନ୍ୟସବୁ ପଦବୀ ପାଇଁ ମାସିକ ଦରମା ୨୯,୦୦୦ ରହିଛି।

ବୟସ ସୀମା- ୧୮ରୁ ୫୦ ବର୍ଷ।  କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ SC / ST / OBC-NCL ବର୍ଗର ପ୍ରାର୍ଥୀଙ୍କ ବୟସ ସୀମା କୋହଳ କରାଯାଇଛି।

କିଭଳି ହେବ ଚୟନ?

ଲିଖିତ ପରୀକ୍ଷା, ଦକ୍ଷତା ପରୀକ୍ଷା ଏବଂ ଇଣ୍ଟରଭ୍ୟୁ (ଯେଉଁଠାରେ ପ୍ରଯୁଜ୍ୟ)। ଲିଖିତ ପରୀକ୍ଷାରେ ସର୍ବନିମ୍ନ ଜରୁରୀ ମାର୍କ / ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କୁ କେବଳ ଚୟନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯିବ।

ଆବେଦନ ଫି'- ୪୦୦ ଟଙ୍କା। SC / ST ଓ ମହିଳା ପ୍ରାର୍ଥୀଙ୍କ ପାଇଁ ଆବେଦନ ଫି' ଛାଡ କରାଯାଇଛି।

କିଭଳି କରିବେ ଆବେଦନ?

ଯୋଗ୍ୟ ପ୍ରାର୍ଥୀମାନେ ପ୍ରିନ୍ସିପାଲ୍ ଅଫ୍‌ ସୈନିକ୍ ସ୍କୁଲ୍ ଭୁବନେଶ୍ୱର, ପିଓ- ସୈନିକ୍ ସ୍କୁଲ୍, ଜିଲ୍ଲା-ଖୋର୍ଦ୍ଧା, ଓଡ଼ିଶା-751005 ଠିକଣାରେ ଅଫ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ। ବିଦ୍ୟାଳୟ ୱେବସାଇଟ୍ www.sainikschoolbhubaneswar.org ରେ ଡକ୍ୟୁମେଣ୍ଟ୍ ଏବଂ ମୂଳ ଡିମାଣ୍ଡ ଡ୍ରାଫ୍ଟ ଉପଲବ୍ଧ ଅଛି। ବିଜ୍ଞପ୍ତି ଜାରି ହେବାର ୨୧ ଦିନ ଭିତରେ ପ୍ରାର୍ଥୀଙ୍କୁ ଆବେଦନ କରିବାକୁ ପଡିବ।

Related story